ଠକେଇରୁ ବଞ୍ଚନ୍ତୁ: ଘରେ ବସି ଆବଶ୍ୟକତା ଅନୁସାରେ କରନ୍ତୁ ନିଜ ଆଧାରକୁ ଲକ ଏବଂ ଅନଲକ, ଜାଣନ୍ତୁ ସହଜ ଉପାୟ।

ଆପଣ ନିଜ ଆଧାରକୁ ଘରେ ବସି ଲକ ବା ଅନଲକ କରିପାରିବେ। ଆଧାରକୁ ଲକ କରିବା ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ଭର୍ଚୁଆଲ ଆଇଡ଼ି ପ୍ରସ୍ତୁତ କରିବାକୁ ହେବ। ଏଥିପାଇଁ କାରଣ ବିନା ଭିଆଇଡ଼ି ଦ୍ଵାରା ଆପଣ ଆଧାରକୁ ଲକ ବା ଅନଲକ କରିପାରିବେ ନାହିଁ।

Google

ଆପଣଙ୍କ ଆଧାର କାର୍ଡ଼ ର ସୁରକ୍ଷା ଓ ପ୍ରାଇଭେସିର ଧ୍ୟାନ ରଖି ଭାରତୀୟ ବିଶିଷ୍ଟ ପ୍ରାଧିରଣ UIDAI ଆଧାର କାର୍ଡ କରିଥିବା ଲୋକଙ୍କ ପାଇଁ ଏକ ଖାସ ଫିଚର ଲଞ୍ଚ କରିଛି।ଏହି ଖାସ ଫିଚରର ବ୍ୟବହାର କରି ଆପଣ ନିଜ ଆଧାର କାର୍ଡ କୁ ଲକ ବା ଅନଲକ କରିପାରିବେ। ଆଧାରକୁ ଅନଲକ କରିବା ପରେ ଆପଣ ଏହା ସହିତ ଲିଙ୍କ ଥିବା କୌଣସି ସେବାକୁ ବ୍ୟବହାର କରିପାରିବେ ନାହିଁ। ଯେପରି ସିମ କାର୍ଡ଼ ନେବା ବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଆଦି। ତଥାପି ଭର୍ଚୁଆଲ ଆଇଡ଼ି ମାଧ୍ୟମରେ ଆପଣ ସେବା ବ୍ୟବହାର କରିପାରିବେ।

ଘରେ ବସି କରିପାରିବେ ଲକ/ଅନଲକ:-

ଆପଣ ନିଜ ଆଧାରକୁ ଘରେ ନିଜେ ହିଁ ଲକ ଏବଂ ଅନଲକ ମଧ୍ୟ କରିପାରିବେ। ଆଧାରକୁ ଲକ କରିବା ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ଭର୍ଚୁଆଲ ଆଇଡ଼ି ପ୍ରସ୍ତୁତ କରିବାକୁ ହେବ। ଏଥିପାଇଁ କାରଣ ବିନା ଭି ଆଇଡ଼ି ଦ୍ଵାରା ଆପଣ ଆଧାରକୁ ଲକ ବା ଅନଲକ କରିପାରିବେ ନାହିଁ।

ସର୍ଵ ପ୍ରଥମେ ଭର୍ଚୁଆଲ ଆଇଡ଼ି ପ୍ରସ୍ତୁତ କରିବାକୁ ହେବ।ଏଥିପାଇଁ ଆପଣ UIDAI ର ୱେବସାଇଟକୁ ଯାଇପାରିବେ ବା ଏସଏମଏସ ଜରିଆରେ ବି ଭର୍ଚୁଆଲ ଆଇଡ଼ି ପ୍ରସ୍ତୁତ କରିପାରିବେ କିନ୍ତୁ ଏଠାରେ ଆପଣ ଏହି କଥାର ଧ୍ୟାନ ରଖିବେ କି ଆପଣ ସେହି ସମୟରେ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିପାରିବେ ଯେବେ ଆପଣଙ୍କ ମୋବାଇଲ ନମ୍ବର UIDAI ରେଜିଷ୍ଟର ହୋଇଥିବ। ଏହା ପରେ ଯାଇ ଆପଣ ଏସଏମଏସ ଜରିଆରେ ବି ଭର୍ଚୁଆଲ ଆଇଡ଼ି ପ୍ରସ୍ତୁତ।

ଏପରି ଜେନରେଟ କରନ୍ତୁ ଭର୍ଚୁଆଲ ଆଇଡି:-

ଭର୍ଚୁଆଲ ଆଇଡି ଜେନରେଟ କରିବା ପାଇଁ ଆପଣ ୧୯୪୭ ରେ “RVID” ସ୍ପେସ ଆଧାର କାର୍ଡ଼ର ଶେଷ ଚାରୋଟି ବା ଆଠଟି ଅଙ୍କ ଦାଖଲ କରି ନିଜ ରେଜିଷ୍ଟର ମୋବାଇଲ ନମ୍ବର ରେ ଏକ ଏସଏମଏସ କରିବାକୁ ହେବ। ଉଦାହରଣ ପାଇଁ “RVID ୧୨୩୪” ଏପରି କରିବା ଦ୍ୱାରା ଆପଣଙ୍କୁ ୧୬ ଅଙ୍କର ଏକ ଭର୍ଚୁଆଲ ଆଇଡି ମିଳିଯିବ। ଯାହାର ବ୍ୟବହାର ଆପଣଙ୍କୁ ଆଧାର ଲକ ବା ଅନଲକ କରିବା ସମୟରେ କରିବାକୁ ହେବ।

କିପରି କରିବେ ଲକ:-

ଆଧାର ଲକ ବା ଅନଲକ କରିବାର ଦୁଇଟି ପ୍ରଣାଳୀ ଅଛି।
୧-ଆପଣ UIDAI ର ୱେବସାଇଟକୁ ଯାଇ ଏହାର ଲାଭ ଉଠାଇପାରିବେ।

୨-ଆପଣ ୧୯୪୭ରେ UIDAI କୁ ଏସଏମଏସ କରି ଏହାର ବ୍ୟବହାର କରିପାରିବେ।

Google

UIDAIର ୱେବସାଇଟରେ ଲକ/ଅନଲକର ଉପାୟମାନ:-

ଏହା ପାଇଁ ଆପଣ ସର୍ଵ ପ୍ରଥମେ www.uidai.gov.in କୁ ଯାଇ ମାଇଁ ଆଧାର ଲିଙ୍କ ରେ କ୍ଲିକ କରନ୍ତୁ ଓ ଏହା ପରେ ଆଧାର ଲକ ବା ଅନଲକ ଅପ୍ସନ କୁ ଖୋଲନ୍ତୁ।

ଏଠାରେ ଆପଣଙ୍କୁ ଦୁଇଟି ମାର୍ଗ ଦେଖାଯିବ। ପ୍ରଥମଟି ଲକ ଓ ଦ୍ୱିତୀୟଟି ଅନଲକ।

ଏହା ପରେ ଆପଣ ଲକ UID ରେ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ସମସ୍ତ ତଥ୍ୟ ପୂରଣ କରନ୍ତୁ।

ତଥ୍ୟ ଦେବା ପରେ ଆପଣ ସେଣ୍ଡ ଓଟିପି ରେ କ୍ଲିକ କରନ୍ତୁ।ଏହା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଯାହା କେବଳ ୧୦ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହା ପରେ ଆପଣଙ୍କୁ ସେହି ଓଟିପି ଦେବାକୁ ହେବ ଓ ଏହା ପରେ ଆପଣଙ୍କ ଆଧାର ଲକ ହୋଇଯିବ।

କିପରି କରିବେ ଅନଲକ:-

ଅନଲକ କରିବା ପାଇଁ ଆପଣ ସର୍ବ ପ୍ରଥମେ www.uidai.gov.in କୁ ଯାଇ ମାଇଁ ଆଧାର ଲିଙ୍କ ରେ କ୍ଲିକ କରନ୍ତୁ ଓ ଏହା ପରେ ଆଧାର ଲକ ବା ଅନଲକ ମାର୍ଗ କୁ କ୍ଲିକ କରି ଯାଆନ୍ତୁ।

ଏଠାରେ ଆପଣଙ୍କୁ ଦୁଇଟି ମାର୍ଗ ଦେଖାଯିବ। ପ୍ରଥମଟି ଲକ ଓ ଦ୍ୱିତୀୟଟି ଅନଲକ।

ଏହା ପରେ ଆପଣ ଅନଲକ UID ରେ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କୁ ଭର୍ଚୁଆଲ ଆଇଡି ଓ ସିକ୍ୟୁରୀଟି କୋଡ଼ ଦେବାକୁ ହେବ।

ଭର୍ଚୁଆଲ ଆଇଡି ଓ ସିକ୍ୟୁରୀଟି କୋଡ଼ ଦେବା ପରେ ସେଣ୍ଡ ଓଟିପି ରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଯାହା କେବଳ ୧୦ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହା ପରେ ଆପଣଙ୍କୁ ସେହି ଓଟିପି ଦେବାକୁ ହେବ ଓ ଏହା ପରେ ଆପଣଙ୍କ ଆଧାର ଅନଲକ ହୋଇଯିବ।

Google
ଏସଏମଏସ ଜରିଆରେ ଲକ ବା ଅନଲକ କରନ୍ତୁ ଆଧାର କାର୍ଡ:-

ୱେବସାଇଟ ଛଡା ଆପଣ ନିଜ ମୋବାଇଲରେ ଏସଏମଏସ କରି ମଧ୍ୟ ନିଜ ଆଧାରକୁ ଲକ ବା ଅନଲକ କରିପାରିବେ।ଜାଣନ୍ତୁ ଷ୍ଟେପ:-

ଏସଏମଏସରେ କିପରି କରିବେ ଲକ:-

ଏଥିପାଇଁ ଆପଣଙ୍କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରେ ୧୯୪୭ କୁ ଏସଏମଏସ କରିବାକୁ ହେବ। ଏହା ପରେ ଆପଣଙ୍କୁ ଏକ ଓଟିପି ମିଳିବ ଓ ସେହି ଓଟିପି ଦ୍ଵାରା ଆଉ ଏକ ଏସଏମଏସ ପଠାଇ ଆପଣ ସହଜରେ ଆଧାରକୁ ଲକ କରିପାରିବେ।

-୧୯୪୭ ରେ ରେଜିଷ୍ଟର ମୋବାଇଲ ନମ୍ବର ରେ GTOTP ଏହା ପରେ ସ୍ପେସ ତାହା ପରେ ଆଧାର ନମ୍ବର ଓ ପରେ ଶେଷ ଚାରି ଡ଼ିଜିଟ ଲେଖିକରି ଏସଏମଏସ ପଠାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ୬ ଅଙ୍କର ଓଟିପି ମିଳିବ।

-ଏବେ ଆପଣଙ୍କୁ ଆଉ ଏକ ଏସଏମଏସ ପଠାଇବାକୁ ହେବ। ଏଥର LOCKUDI ପୁଣି ସ୍ପେସ ଓ ପରେ ଆଧାର ନମ୍ବରର ଶେଷ ଚାରୋଟି ଅଙ୍କ ପୁଣି ସ୍ପେସ ପୁଣି ୬ ଅଙ୍କର ଓଟିପି ଲେଖନ୍ତୁ ଓ ୧୯୪୭ କୁ ଏସମେସ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଆଧାର ନମ୍ବର ଲକ କରିଦିଆଯିବ।

ଏସଏମଏସ ଦ୍ଵାରା ଏପରି କରନ୍ତୁ ଅନଲକ ନିଜର ଆଧାର ନମ୍ବର:-

ଏଥିପାଇଁ ଆପଣଙ୍କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରେ ୧୯୪୭ କୁ ଏସଏମଏସ କରିବାକୁ ହେବ। ଏହା ପରେ ଆପଣଙ୍କୁ ଏକ ଓଟିପି ମିଳିବ ଓ ସେହି ଓଟିପି ଦ୍ଵାରା ଆଉ ଏକ ଏସଏମଏସ ପଠାଇ ଆପଣ ସହଜରେ ଆଧାରକୁ ଅନଲକ କରିପାରିବେ।

-୧୯୪୭ ରେ ରେଜିଷ୍ଟର ମୋବାଇଲ ନମ୍ବର ରେ GTOTP ଏହା ପରେ ସ୍ପେସ ପୁଣି ଭର୍ଚୁଆଲ …

Leave a Reply

Your email address will not be published. Required fields are marked *