ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଆସିଲା ନୂଆ ମୋଡ଼, ଏବେ ପତ୍ନୀଙ୍କ ଉପରେ ସମସ୍ତଙ୍କ ନଜର

ପ୍ରତ୍ୟେକ ଦିନ ଏହି ସମାଜରେ ଅନେକ ଦୃଘଟଣା ଘଟିବାରେ ଲାଗିଛି। ଏହିପରି ଏକ ଘଟଣା ହେଉଛି ପାରଳାଖେମୁଣ୍ଡିର ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା। ଆପଣଙ୍କୁ କହିରଖିବୁ ସେ ପୋଡି ହୋଇ ନିଜ ସରକାରୀ ବାସ ଭବନରେ ମରିଥିଲେ। ଯାହା ପରେ ଏବେ ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ କରୁଛିକି ଏହା ଏକ ଆତ୍ମହତ୍ୟା ନା ହତ୍ୟା। ବର୍ତ୍ତମାନ ଏହି ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ରେ ଗତିକରୁଛି। ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଏବେ ଏହି କାଣ୍ଡ ତାଙ୍କ ବୋହୁ ତଥା ସୌମ୍ୟଙ୍କ ପତ୍ନୀ ଘଟାଇଥିବା କହିଛନ୍ତି।

Google

ପରିବାର ଲୋକଙ୍କ ଏଭଳି ସାଂଘାତିକ ଅ-ଭି-ଯୋ-ଗ ପରେ ଏବେ ଚାପରେ ସୌମ୍ୟଙ୍କ ପତ୍ନୀ। ପରିବାରଲୋକ କହିଛନ୍ତିକି ସୌମ୍ୟଙ୍କ ପତ୍ନୀ ଭଲ ନଥିଲେ ସେ ସବୁବେଳେ ସୌମ୍ୟଙ୍କୁ ହଇରାଣ କରିଥାନ୍ତି ଓ ସେ ହିଁ ସୌମ୍ୟଙ୍କୁ ପୋଡି ମାରିଛନ୍ତି। ସୌମ୍ୟଙ୍କ ବାପା ଏହା ମଧ୍ୟ କହିଛନ୍ତିକି ପୁଅ ପୋଡି ହେବା ଦିନ ବୋହୁ ମଧ୍ୟ ପାଖରେ ଥିଲା। ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ଡିସେମ୍ବର ମାସରେ ସୌମ୍ୟରଞ୍ଜନଙ୍କର ବିବାହ ହୋଇଥିଲା। ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ଦୁହେଁ ସରକାରୀ ଘରେ ରହୁଥିଲେ।

ଆଶ୍ଚର୍ଯ୍ୟକର କଥା କି ହଟାତ ସେହି ସରକାରୀ ବାସଭବନରୁ ଅର୍ଦ୍ଧ ଜଳିଥିବା ସୌମ୍ୟଙ୍କୁ ଉଦ୍ଧାର କରାଯାଇଥିଲା ସେତେବେଳକୁ ତାଙ୍କ ଶରୀରର ୯୦% ପୋଡିଯାଇଥିଲା କିନ୍ତୁ ସେ ବଞ୍ଚିଥିଲେ। ଏହା ପରେ ପାଖ ଗଜପତି ମେଡିକାଲ ନିଆଯାଇଥିଲା ଏହା ପରେ ବ୍ରହ୍ମପୁର ମେଡିକାଲ ନିଆଗଲା କିନ୍ତୁ କୌଣସି ଲାଭ ହେଲାନି। ଶେଷରେ ତାଙ୍କୁ ପରିବାର ଲୋକ କଟକର ଏକ ବଡ଼ ଘରୋଇ ମେଡିକାଲରେ ଚିକିତ୍ସା କରାଉଥିଲା କିନ୍ତୁ ଅଧିକ ଜଳିଯାଇଥିବାରୁ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର।

Google

ତାଙ୍କ ମୃତ୍ୟୁ ପରେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଯାଇଥିଲା।ପୋଲିସ ଆରମ୍ଭ କରିଦେଇଥିଲା ତଦନ୍ତ କିନ୍ତୁ ଏବେ ପର୍ଯ୍ୟନ୍ତ ଅଧିକ ପ୍ରତିକ୍ରିୟା ମିଳିପାରିନାହିଁ। ଏହା ଏକ ହତ୍ୟା ନା ଆତ୍ମହତ୍ୟା ଏହାକି ନେଇ ପୋଲିସ ତଦନ୍ତ ଜାରିରଖିଛି। ସବୁଠୁ ଆଶ୍ଚର୍ଯ୍ୟକଥା ଏହାକି ସୌମ୍ୟଙ୍କ। ପତ୍ନୀ ତାଙ୍କ ପାଖରେ ରହୁଥିଲେ ମଧ୍ୟ ଏହା ବିଷୟରେ କିପରି ଜାଣିପାରିଲେ ନାହିଁ। ଏବେ ପରିବାର ଲୋକ ବୋହୁ ଉପରେ ପୁରା ସନ୍ଦେହ କରି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉବୋଲି ଦାବି କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *