ବୟସ୍କ ବାପା ମା’ଙ୍କୁ ପଚାରିଲେନି ପୁଅ ଝିଅ, କଷ୍ଟକରି କରିଥିଲେ ମଣିଷ ,ହେଲେ ଶେଷରେ.., ଦେଖନ୍ତୁ ଭିଡିଓ

ଜନ୍ମ କରିଥିଲେ ସେମାନେ ଯାହା କହିଲେ ତାଙ୍କ ହଁରେ ହଁ ମିଳାଇଛି।ସବୁ ମିଛ ହେଇପାରେ କଣ ମୋ ଗର୍ଭଟା ମିଛ। ଏବେ ଲାଗୁଛି ଆତ୍ମହତ୍ୟା କରିଦେବୀ ପଛେ ପିଲାଙ୍କ ପାଖକୁ ଆଉଯିବିନି। ଯଦି କୋଉଠୁ ଆଶ୍ରା ଟିକେ ନମିଳେ ତେବେ ଆମେ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିଦେବୁ। ଦଶମାସ ଗର୍ଭରେ ଧରି ଗୋଟେ ପରେ ଗୋଟେ ୮ ଟି ଛୁଆ ଜନ୍ମକରିଥିବା ଜଣେ ବୃଦ୍ଧ ମାର ଅସହାୟ କାହାଣୀ।

Google

ମାଟିଏ ଆଜି ସହିପାରୁନି ନିଜ ପିଲାଙ୍କ ଦାଉ। ବାରମ୍ବାର ସେ ପ୍ରଶ୍ନ କରୁଛି ନିଜ ଗର୍ଭକୁ ଓ ଛି ଛି କରୁଛି ନିଜ ମାତୃତ୍ୱ ଉପରେ।ବଲାଙ୍ଗୀର କଂସାରିପଡା ନିକଟରେ ଥିବା ପୌରସଂସ୍ଥାର ସେଲଟର ଘରେ ରହୁଥିବା ଏହି ଦୁଇ ବୃଦ୍ଧ ହେଲେ ଗୋବିନ୍ଦ ବେହେରା ଓ ତାଙ୍କ ପତ୍ନୀ ମଲ୍ଲି ବେହେରା। ଜୀବନର ଶେଷ ସମୟରେ ଏବେ ଏହି ସେଲଟର ରୁମ ହିଁ ସାହା ଭରସା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନଙ୍କର ଅଛନ୍ତି ୬ ଟି ଝିଅ ଓ ୨ ଟି ପୁଅ।

ପୁଅ ଦୁହେଁ ସେନାବାହିନୀରୁ ଅଵସର ନେଇ ଅନ୍ୟତ୍ର ଚାକିରୀ କରିଛନ୍ତି। ୬ ଝିଅ ମଧ୍ୟରୁ ଦୁଇଜଣ ସରକାରୀ ଚାକିରୀ କରୁଛନ୍ତି। ସବୁ ପୁଅ ଝିଅଙ୍କୁ ବାହାଘର ମଧ୍ୟ କରେଇଦେଇଛନ୍ତି। ନାତି ନାତୁଣୀଙ୍କୁ ମିସାଇଲେ ବିରାଟ ଏକ ପରିବାର। ଯେଉଁ ପିଲାମାନଙ୍କ ପାଇଁ ସେମାନେ ୬୦ ବର୍ଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିଥିଲେ ଆଜି ସେହି ପିଲାମାନେ ତାଙ୍କୁ ପଚାରୁନାହାନ୍ତି। ଆପଣ ହୁଏତ ବିଶ୍ୱାସ କରିବେନି କି ଦିନେ ରାସ୍ତାକଡରେ ପାନ ବିକ୍ରିକରି ପରିବାର ପୋଷୁଥିଲେ ଗୋବିନ୍ଦ।

ସ୍ୱଳ୍ପ ରୋଜଗାରରେ ୮ ଟି ପିଲାଙ୍କୁ ପାଠପଢାଇ ମଣିଷ କରିଥିଲେ କିନ୍ତୁ ଆଜି ସେହି ବାପା ମାଙ୍କୁ ପଚାରୁନାହାନ୍ତି ପିଲାମାନେ। ଏହି ବୁଢାବୁଢ଼ୀଙ୍କର ନିର୍ଯାତନା କାହାଣି ବଡ଼ କଷ୍ଟଦାୟକ। ବଡ଼ ପୁଅ ଘରୁ ଅଲଗା ରହୁଥିଲେ।ସାନ ପୁଅ ସେନାରୁ ଫେରିବା। ପରେ ବାପାଙ୍କ ନାମରେ ଥିବା ଘର ନିଜ ପୁଅ ନାମରେ କରେଇଦେବାକୁ ଜିଦ ଧରିଥିଲେ। ଏହା ପରେ ବିଭିନ୍ନ ଉପାୟରେ ଘର ହାତେଇ ନେବା ପରେ ବାପା ମାଙ୍କୁ ମାଡ଼ ମାରି ଘରୁ ବାହାରକରିଦେଇଥିବା ସିଧା ଅଭିଯୋଗ କରିଛନ୍ତି ଗୋବିନ୍ଦ ଓ ମଲ୍ଲି।

ଏହା ପରେ ବଡ଼ ପୁଅ ଆସି ସେମାନଙ୍କୁ ନିଜ ସହ ଘରକୁ ନେଇଥିଲା କିନ୍ତୁ ୪ ମାସ ପରେ ବଡ଼ ବୋହୁ ସେମାନଙ୍କୁ ବାହାରିଯିବାକୁ କହିବାରୁ ସେମାନେ ଆତ୍ମହତ୍ୟାର ଉଦ୍ୟମ କରୁଥିଲେ। କିଛି ସ୍ବେଛାସେବୀ ସେମାନଙ୍କୁ ଆଣି ଏଠାରେ ରଖେଇଛନ୍ତି। ସାନ ପୁଅ କହିଥିଲେକି ଆମେ ଘରୁ ବାହାର କରିନାହିଁ ସାମାନ୍ୟ କଳି ପାଇଁ ସେମାନେ ଘର ଛାଡ଼ି ପଳେଇଛନ୍ତି। ବଡ଼ ପୁଅ ଫୋନ ଯୋଗେ କହିଛନ୍ତି ଏହାର ପୋଲିସ ତଦନ୍ତ ହେଉ ଯାହା ବିଚାର ହେବ ସେଇଆ ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *