ଜ୍ୱାଇଁପୁଅ…. ତୁମେ କ’ଣ କଲ !

ଜ୍ୱାଇଁପୁଅ.... ତୁମେ କ'ଣ କଲ !, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Odia song, Odia

ଜ୍ୱାଇଁପୁଅ…. ତୁମେ କ’ଣ କଲ !

ଜ୍ୱାଇଁପୁଅ ତୁମେ କ’ଣ କଲ

ଜ୍ୱାଇଁପୁଅ ତୁମେ କ’ଣ କଲ

କରୋନା ଭୂତାଣୁକୁ ସାଥିରେ ଧରି

ବିଦେଶୁ ଘରକୁ ଫେରିଲ

ସାରା ଓଡିଶାରେ କରୋନାକୁ

ଛାଡି ବଢାଇ ତ ଦେଲ ।।

ଜ୍ୱାଇଁପୁଅ ତୁମେ କ’ଣ କଲ

ଜ୍ୱାଇଁପୁଅ ତୁମେ କ’ଣ କଲ

ଦିଲ୍ଲୀରୁ ଫେରିଲ ବଙ୍ଗରୁ ଫେରିଲ

ପୁଣି ଫେରିଲ ସୁରତରୁ

ନିଜ ଦେହେ ବୋହି ଆଣିଲ ଧରି

କରୋନାକୁ ଦେଶ ବିଦେଶରୁ ।

ସରକାରୀ ନିୟମ ଟିକେ ନ ମାନିଲ

ଲୁଚି ଲୁଚି ପଳାଇ ଆସିଲ

କ୍ୱାରାନଣ୍ଟାଇନରେ ନ ରହିଲ

ଖୁଲମ ଖୁଲା ଚାରିଆଡେ ବୁଲିଲ ।।

ଜ୍ୱାଇଁପୁଅ ତୁମେ କ’ଣ କଲ

ଜ୍ୱାଇଁପୁଅ ତୁମେ କ’ଣ କଲ

ବିଦେଶରେ ରହି ହାତ ଯୋଡିଲ

ଖାଇବାକୁ ନ ପାଇ ତୁମେ କାନ୍ଦିଲ

ସରକାର ତୁମକୁ ଜ୍ୱାଇଁପୁଅ ଭାବିଲେ

ଶଶୂର ଘରକୁ ପାଛୋଟି ଆଣିଲେ ।

ଜ୍ୱାଇଁପୁଅ.... ତୁମେ କ'ଣ କଲ !, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Odia song, Odia

ଶଶୂର ଘରକୁ ଜ୍ୱାଇଁପୁଅ ତୁମେ ଆସିଲ

ଘରେ ଦଣ୍ଡେ ନ ରହି ବାହାରେ ବୁଲିଲ

ରାଜମହଲରେ ରହି ଟିକଟକ କରିଲ

ଖାଇବା ଖାଦ୍ୟ  ଫୋପାଡି ଦେଲ ।।

ଜ୍ୱାଇଁପୁଅ ତୁମେ କ’ଣ କଲ

ଜ୍ୱାଇଁପୁଅ ତୁମେ କ’ଣ କଲ

ନିଜେ ତ ମରୁଛ ଅନ୍ୟକୁ ମାରୁଛ

ନାହିଁ ତୁମ ମନେ ଟିକେ ଡର

କରୋନା ପାଇଁ ସାରା ବିଶ୍ୱ

ଆଜି ହୁଏ ଖାଲି ଥରହର ।

ଯେତେ ବୁଝାଇଲେ ତୁମେ କି ବୁଝୁଛ

ଅମାନିଆ ଅବଲୋକରା ହଉଛ

ଜାଣିଶୁଣି ତୁମେ ଏମିତି କରୁଛ

ନିଜ ପାଇଁ ନିଜେ ଗାତ ଖୋଳୁଛ ।।

ଜ୍ୱାଇଁପୁଅ ତୁମେ କ’ଣ କଲ

ଜ୍ୱାଇଁପୁଅ ତୁମେ କ’ଣ କଲ

ଶଶୂର ଘରେ ତୁମେ କୁଣିଆ ନ ହେଲ

ଆସୁ ଆସୁ ରଙ୍ଗ ଦେଖେଇ ଦେଲ

ନିଜ ପାଇଁ ନିଜେ ଟିକେ ନ ଭାବିଲ

ମଶାଣିକୁ ଯାଈ ନିଜ ନାଁ’କୁ ଲେଖିଲ ।।

ଜ୍ୱାଇଁପୁଅ ତୁମେ କ’ଣ କଲ

ଜ୍ୱାଇଁପୁଅ ତୁମେ କ’ଣ କଲ ??

କବିତା କେମିତି ଲାଗୁଛି ତଳେ କାମେଣ୍ଟରେ ଜଣେଇବାକୁ ଅନୁରୋଧ ।

 

ମୋ ନିଜ ଭୁଲ ପାଇଁ - ମୁଁ ଦୋଷୀ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthyପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ

ଇ-ମେଲ: satyabannayak1995@gmail.com

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *