ଓଲିଉଡ଼ ସିଙ୍ଗର ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ, ସାହାଯ୍ୟ ପାଇଁ ହାତ ବଢ଼ାଇଲେ ଗରିବଙ୍କ ଭଗବାନ “ସୋନୁ ସୁଦ”

ଓଲିଉଡ଼ ସିଙ୍ଗର ତପୁ ମିଶ୍ରଙ୍କୁ କିଏବା ନଜାଣେ। ନିଜର ସୁନ୍ଦର କଣ୍ଠ ଦ୍ଵାରା ସେ ଅନେକ ସୁନ୍ଦର ସୁନ୍ଦର ଗୀତ ଗାଇ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି। ଓଲିଉଡକୁ ସେ ଅନେକ ସୁନ୍ଦର ସୁନ୍ଦର ଗୀତ ଅର୍ପଣ କରିଛନ୍ତି କିନ୍ତୁ ବର୍ତ୍ତମାନସେ ଜୀବନ ଓ ମରଣ ସହ ଲଢେ଼ଇ କରୁଛନ୍ତି। ଆପଣଙ୍କୁ କହିରଖିବୁ ଗତ ମଇ ମାସରେ ହଠାତ ତପୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଥିଲା ଯେଉଁଠି ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା।

ସେଠିମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ବରଂ ତାଙ୍କ ଦେହ ଅଧିକ ଖରାପ ହେବାରେ ଲାଗିଥିଲା ଯେଉଁଠି ପାଇଁ ମଇ ୨୦ରେ ପୁଣି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏହା ପରେ ସେବେଠୁ ସେଠାରେ ତାଙ୍କର ଚିକିତ୍ସା ଚାଲିଛି କିନ୍ତୁ ତାଙ୍କ ଦେହ ଭଲ ହେବା ପରିବର୍ତେ ଖରାପ ହେବାରେ ଲାଗିଛି। ଏହି ଖବର ପାଇବା ପରେ ବଲିଉଡ଼ ଅଭିନେତା ସୋନୁ ସୁଦ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ତପୁଙ୍କ ପରିବାର ଲୋକ ତପୁଙ୍କ ପାଇଁ ଚିନ୍ତିତ ଥିଲେ ଏବେ ତାଙ୍କ ପାଇଁ ଏକ ଆସ୍ୱସ୍ତି କର ଖବର ଏହା ଅଟେ। ଡାକ୍ତର କହିଥିଲେକି ଟୁଡିଜି ଔଷଧ ଆବଶ୍ୟକ ତେବେ ତାଙ୍କ ଦେହ ଖୁବ ଶୀଘ୍ର ଭଲ ହୋଇଯିବ। ଆପଣଙ୍କୁ କହିରଖିବୁ ଏହି କଥା ଟ୍ୱିଟରେ ଗୀତା ଦାସ ନାମଙ୍କ ଜଣେ ୟୁଜର୍ସ ସୋନୁ ସୁଦଙ୍କୁ ସାହାଜ୍ୟ ମାଗିଥିଲେ। ଆମ ପ୍ରିୟ ସିଙ୍ଗର ତପୁ ମ୍ୟାମଙ୍କୁ ଅତିଶୀଘ୍ର ଏହି ଔଷଧ ଆବଶ୍ୟକ ବୋଲି ସେ ଲେଖିଥିଲେ। ଖୁସିର କଥା ଏହାକି ସୋନୁ ସୁଦ ନିଶ୍ଚୟ ସାହାଯ୍ୟ କରିବେ ବୋଲି କହିଛନ୍ତି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *