ସୋନୁ ସୁଦ ବାକି ଷ୍ଟାର ମାନଙ୍କ ତୁଳନାରେ ବହୁତ ଅଧିକ ଲୋକପ୍ରିୟ ହେଇ ସାରିଛନ୍ତି। ଲକଡାଉନ ସମୟରେ ତାଙ୍କର ଲୋକ ମାନଙ୍କୁ ସାହାଯ୍ୟ କରିବାର ତାଙ୍କର ପ୍ରକ୍ରିୟା ଏଯାଏ ଅଟକି ନାହିଁ। ଏବେ ବି ସେ ମିର୍ଜାପୁରର ସୋନଭଦ୍ର ଜନପଦରେ ଥିବା ଲୋକ ମାନଙ୍କର ସାହାଯ୍ୟ କରିବା ପାଇଁ କଥା ଦେଇଛନ୍ତି। ଏଥର ସେ ଦୁଇଟି ଜନପଦରେ ଥିବା ଲୋକ ମାନଙ୍କୁ ପାଇଁ ଶୀତ ବସ୍ତ୍ର ଦେବାର କଥା ଦେଇଛନ୍ତି। ଏହି କଥା ସେ ଟ୍ୱିଟ କରିକି କହିଛନ୍ତି କି ସେହି ଦୁଇଟି ଜନପଦର ପ୍ରାୟ ୨୦ଟି ଗ୍ରାମ ର ମହିଳା ମାନଙ୍କ ପାଇଁ ସାହାଯ୍ୟର ହାତ ବଢ଼େଇବେ। ଏହା ନକ୍ସଲ ପ୍ରଭାବିତ ଅଂଚଳ ଅଟେ।

ବିନ୍ଧ୍ୟ ପାହାଡ଼ ମାନଙ୍କରେ ଥିବା ଏହି ମିର୍ଜାପୁରର ଗୋଟେ ପ୍ରାନ୍ତରରେ ସୋନଭଦ୍ର ଗ୍ରାମ ସ୍ଥିତ ଅଟେ। ପଠାରି ଇଲାକା ହେଇ ଥିବାରୁ ଏଠାରେ ଗରମ ଦିନ ମାନଙ୍କରେ ବହୁତ ଅଧିକ ଗରମ ଆଉ ଶୀତ ଦିନ ମାନଙ୍କରେ ବହୁତ ଅଧିକ ଶୀତ ହେଇଥାଏ। ଏହା ଆଦିବାସୀ ମାନଙ୍କ ଦ୍ୱାରା ପ୍ରଭାବିତ ଇଲାକା ଅଟେ। ଆଉ ଏଠାରେ ବହୁତ ଲୋକ ଏପରି ବି ଅଛନ୍ତି ଯିଏ କି ବିକାଶ ଏଯାଏ ଦେଖି ବି ନାହାନ୍ତି।
୨୦ଟି ଗ୍ରାମ ର ମହିଳା ମାନକର ସାହାଯ୍ୟ କରିବେ:
ହୋପ ୱେଲଫେୟାର ଟ୍ରଷ୍ଟ ଏହି ଖବର ପ୍ରଚାର କଲା କି ସେଠାରେ ମହିଳା ମାନଙ୍କୁ ସାହାଯ୍ୟର ଆବଶ୍ୟକତା ଅଛି। ଏହାକୁ ସୋନୁ ସୁଦ ଜାଣିବା ପରେ ତାଙ୍କ ଟ୍ୱିଟରରେ ଜଣେଇଲେ କି ସେ ସେଠାରେ ଉପସ୍ଥିତ ୨୦ଟି ଗ୍ରାମର ମହିଳା ମାନଙ୍କର ସାହାଯ୍ୟ କରିବେ ଆଉ ତାଙ୍କ ଆବଶ୍ୟକୀୟ ଜିନିଷ ତାଙ୍କ ପାଖକୁ ପହଂଚାଇବେ।

ଆପଣଙ୍କୁ କହି ରଖୁଛୁ କି ଏହା ଆଗରୁ ଅଭିନେତା ସୋନୁ ସୁଦ ବିନ୍ଧ୍ୟାଞ୍ଚଳ ମାନଙ୍କର ବହୁତ ସାହାଯ୍ୟ କରି ସାରିଛନ୍ତି। ତାହା ଭିତରୁ ଜଣେ ଭଦୋହିରେ ରହୁଥିବା ବେସାହାରା ଝିଅର ସ୍ପାଇନ ଅପରେସନ ହେଉ ଅଥବା ମିର୍ଜାପୁରର ମାଡିହାନରେ ଜଣେ ଛୁଆର ଚିକିତ୍ସା ହଉ ଅଥବା ମିର୍ଜାପୁରର ଅହରାଉରା କ୍ଷେତ୍ରରେ ଥିବା ଝିଅଙ୍କର ସାଇକେଲ ମିଳିବା ହେଉ, ଏହି ସମସ୍ତ ସାହାଯ୍ୟ ଅଭିନେତା କରିସାରିଛନ୍ତି।
ହାଇ ସ୍କୁଲ ବହୁତ ଦୂରରେ ଥିବାରୁ ଏହି ଝିଅ ମାନଙ୍କର ପାଠ ପଢା ଅଟକି ଯାଉ ଥିଲା। ଏହା ଦ୍ୱାରା ସେହି ଝିଅମାନେ ଜୁନିଅର ପରେ ଆଉ ଆଗ ପାଠ ପଢା ପଢି ପାରୁ ନଥିଲେ। ମାତ୍ର ସାଇକେଲ ମିଳିବା ପରେ ସେମାନେ ଆଗକୁ ମଧ୍ୟ ପଢିବାକୁ ଲାଗିଲେ। ଏହା ତାଙ୍କ ପାଇଁ ବରଦାନ ସ୍ୱରୂପ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।