କରୋନା ସମୟରେ ସହଯୋଗ ସହିତ ସୋନୁ ସୁଦ ଅସହାୟଙ୍କୁ ଦେଲେ ଚାକିରୀ। ଘର ସାମ୍ନାରେ ଦେଲେ ଏମିତି ସମ୍ମାନ।

ବଲିଉଡର ଆକ୍ଟର ସୋନୁ ସୁଦ ଯେଉଁଭଳି ଭାବରେ କରୋନା କାଳ ତଥା ଲକଡାଉନ ସମୟରେ ଲୋକମାନଙ୍କର ସାହାଯ୍ୟ କରୁଛନ୍ତି ତାହାଦ୍ୱାରା ସେ ସେମାନଙ୍କ ପାଇଁ ପୂଜନୀୟ ହେଇ ସାରିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏପରି ବହୁତ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଭିତରେ କି ଲୋକମାନେ ସୋନୁସୁଦ ଙ୍କର ଫୋଟୋ ମନ୍ଦିରରେ ରଖି ପୂଜା କରିବା ତଥା ତାହା ଉପରେ କ୍ଷୀର ଚଢ଼େଇବା ଭଳି କାର୍ଯ୍ୟ କରୁଥିବାର ନଜର ଆସୁଛନ୍ତି। ସେହି ସମୟରେ ଏପରି ଆଉ ଏକ ଚିତ୍ର ଦେଖିବାକୁ ମିଳିଲା ଯେତେବେଳେ କି ସୋନୁ ସୁଦ ଘରୁ ବାହାରକୁ ବାହାରିଲେ ଆଉ ଜଣେ ଲୋକ ତାଙ୍କ ଗୋଡ଼ତଳେ ପଡି କାନ୍ଦିବାକୁ ଲାଗିଲା।

Google

ପ୍ରକୃତରେ ସୋନୁ ସୁଦଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯାହା ଭିତରେ ଦେଖା ଯାଉଛି କି ସେ ନିଜ ଘର ବାହାରେ ଠିଆ ହେଇଛନ୍ତି ଆଉ ତାଙ୍କ ପାଖରେ ସାହାଯ୍ୟ ମାଗିବା ପାଇଁ ଅନେକ ଲୋକ ଠିଆ ହେଇଥିବାର ନଜର ଆସୁଛନ୍ତି। ଏହି ସମୟରେ ଜଣେ ବୟସ୍କ ବ୍ୟକ୍ତି ଆଉ ଜଣେ ମହିଳା ତାଙ୍କ ଗୋଡ ଉପରେ ପଡି କାନ୍ଦିବାକୁ ଲାଗୁଛନ୍ତି। ଆକ୍ଟର ତାଙ୍କୁ ଏହା କରିବାକୁ ମନା କରି ତାଙ୍କର ହାତ ଯୋଡି ନେଉଛନ୍ତି।

ଆପଣଙ୍କୁ କହିରଖୁଛୁ କି ସୋନୁ ସୁଦ ଏହି ବ୍ୟକ୍ତିଙ୍କର ଚାକିରୀ ପାଇବାରେ ସାହାଯ୍ୟ କରିଥିଲେ ଆଉ ଚାକିରୀ ପାଇ ସାରିବା ପରେ ହିଁ ଏହି ବ୍ୟକ୍ତି ଜଣକ ସୋନୁଙ୍କ ଘର ଆଗରେ ଠିଆ ହେଇଥିଲେ ଆଉ ତାଙ୍କ ଗୋଡ ତଳେ ପଡି ଧନ୍ୟବାଦ ଦେବାକୁ ଲାଗିଲେ।

ଆପଣଙ୍କୁ କହି ରଖୁଛୁ କି ସୋନୁ ସୁଦ ଦେଶର ଲୋକ ମାନଙ୍କର ଯଥା ସମ୍ଭବ ସାହାଯ୍ୟ କରିବାରେ ଲାଗିଛନ୍ତି। ରୋଗୀ ମାନଙ୍କ ପାଇଁ ବେଡ଼ ଯୋଗାଡ଼ କରିବା ଠାରୁ ଆରମ୍ଭ କରି ଦେଶର ସବୁ କୋଣ ଅନୁକୋଣରେ ଅକ୍ସୀଜେନ ସିଲିଣ୍ଡର ପହଞ୍ଚାଇବା ପର୍ଯ୍ୟନ୍ତ ସବୁ ସାହାଯ୍ୟ ଲୋକ ମାନଙ୍କର କରୁଛନ୍ତି। ମାତ୍ର ଯେଉଁଠାରେ ସୋନୁ ସବୁ ଲୋକଙ୍କର ଯଥା ସମ୍ଭବ ସାହାଯ୍ୟ କରିବାରେ ଲାଗିଛନ୍ତି ସେହିଠାରେ କିଛି କେ-ସ ମାନଙ୍କରେ ସେ ଲୋକ ମାନଙ୍କର ଜୀବନ ବଞ୍ଚାଇ ପାରୁନାହାନ୍ତି।

ସେ ମାୟୁସି ପ୍ରକାଶ କରିବାର ନଜର ଆସିଛନ୍ତି। ଏହି ଆକ୍ଟର ଏକ ଟ୍ୱିଟ ଦ୍ୱାରା ଏହା କହିଛନ୍ତି କି କିପରି କେତେ ଅଧିକ ଚେଷ୍ଟା କରିବା ପରେ ବି କିଛି ଲୋକଙ୍କର ଜୀବନ ବଞ୍ଚାଇ ପାରୁନାହାନ୍ତି ଆଉ ଏହା ପାଇଁ ସେ କେତେ ଦୁଖୀ ଅଛନ୍ତି। ଏହା ଦେଖି ବହୁତ ଲୋକ ସୋନୁଙ୍କ ସହ ଅଛନ୍ତି ଆଉ ତାଙ୍କୁ ସାହାସ ରଖିବା ପାଇଁ ଅନୁରୋଧ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *