ଫିଲ୍ମରେ ସୋନୁ ସୁଦ ମାଡ଼ ଖାଉଥିବା ଦେଖି ପିଲାଟି ଭାଙ୍ଗିଦେଲା ନିଜ ଟିଭି, ଦେଖନ୍ତୁ ଏହି ଭାଇରଲ ଭିଡିଓ

ବଲିଉଡ଼ ଅଭିନେତା ସୋନୁ ସୁଦ ଭଗବାନଙ୍କ ଦୂତ ସାଜି ମହାମାରୀ ସମୟରେ ସମସ୍ତଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି। ଯେଉଁଠି ପାଇଁ ତାଙ୍କୁ ଦେଶସାରା ପ୍ରଶଂସା ଓ ଆଶୀର୍ବାଦ ମିଳୁଛି। ସେହିପରି ସବୁ ବୟସର ଲୋକ ତାଙ୍କ ପ୍ରସଂସକ ହୋଇଯାଇଛନ୍ତି। ଫିଲ୍ମରେ ସବୁବେଳେ ଖଳନାୟକ ଅଭିନୟ କରୁଥିବା ସୋନୁ ପ୍ରକୃତ ଜୀବନରେ ହିରୋ ଅଟନ୍ତି। ସେହିପରି ଅଳ୍ପ ଦିନ ତଳେ ସୋନୁଙ୍କ ଏକ ଛୁଆ ପ୍ରସଂସକ ସାମ୍ନାକୁ ଆସିଛନ୍ତି ଯିଏକି ସୋନୁଙ୍କୁ ଫିଲ୍ମରେ ମାଡ଼ ଖାଉଥିବା ଦେଖି ନିରାଶ ହୋଇପଡିଛନ୍ତି। ଏହି ପ୍ରସଂସକ ରାଗରେ ନିଜ ଟିଭି ଭାଙ୍ଗିଦେଇଛନ୍ତି।

Google
ନିଜ ଘରର ଟିଭି ଭାଙ୍ଗିଦେଲେ:

ଅଳ୍ପ ଦିନ ତଳେ ସୋନୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ଦେଖାଯାଉଥିଲାକି ଏକ ଛୋଟ ପିଲା ଟିଭିରେ ଫିଲ୍ମ ଦେଖୁଛି ଯେଉଁ ଫିଲ୍ମରେ ସୋନୁ ଖଳନାୟକ ରୋଲରେ ଅଭିନୟ କରୁଛନ୍ତି। ସେହି ଫିଲ୍ମରେ ଏକ ସିନରେ ସୋନୁ ମାଡ଼ ଖାଉଥିବା ଦେଖି ପିଲାଟି ରାଗିଯାଇଥିଲା ଓ ନିଜ ଟିଭିକୁ ଭାଙ୍ଗିଦେଇଥିଲା। ଏହି ଭିଡ଼ିଓରେ ଭଙ୍ଗାଯାଇଥିବା ଟିଭି ମଧ୍ୟ ଦେଖାଯାଉଛି। କୁହାଯାଉଛିକି ଏହି ୭ ବର୍ଷର ପିଲା ସୋନୁ ସୁଦଙ୍କର ବଡ଼ ଫ୍ୟାନ ଅଟେ।

“ଆରେ ଟିଭି ଭାଙ୍ଗନା”:

ଏହି ଭିଡ଼ିଓକୁ ସେୟାର କରି ସୋନୁ ସୁଦ ନିଜ କ୍ୟାପ୍ସନରେ ଲେଖିଛନ୍ତି ,”ଆରେ ଟିଭି ଭାଙ୍ଗନା, ନହେଲେ ବାପା ମାତେ ଅନ୍ୟ ଏକ ଟିଭି କିଣିବାକୁ କହିବେ”। ଏହି ଭିଡ଼ିଓ ରେ ସୋନୁ ସୁଦଙ୍କ ପ୍ରତିକ୍ରିୟା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି। ଏହି ଭିଡ଼ିଓରେ ଫ୍ୟାନ୍ସଙ୍କର ବହୁତ ପ୍ରତିକ୍ରିୟା ମିଳୁଛି। ଏହି କାରଣ ଅଟେକି ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାର ନଜର ଆସୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *