ସୋନୁ ସୁଦ ନିଜ ପ୍ରଶଂସକଙ୍କୁ ଦେଲେ ଖାସ ଉପଦେଶ, ଟ୍ୱିଟ କରି କହିଲେ ଏହି କଥା, ଜାଣନ୍ତୁ କଣ କହିଲେ ସେ?

Sonu Sood, Bollywood, Real Hero, Nitidina, Message to fan, Twitter

ବଲିଉଡ଼ କଳାକାର ସୋନୁ ସୁଦ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଯେଉଁ ଲୋକଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ଥାଏ ସେମାନେ ସୋସିଆଲ ମିଡିଆ ଦ୍ଵାରା ସୋନୁ ସୁଦଙ୍କୁ ଜଣାଇଥାନ୍ତି। ଏହା ପରେ ସୋନୁ ସାଙ୍ଗେ ସାଙ୍ଗେ ଏହାର ଉତ୍ତର ଦେଇଥାନ୍ତି। ଏହା ଛଡା ସେ ସର୍ବଦା ନିଜ ପ୍ରଶଂସକ ମାନଙ୍କପାଇଁ ସୋସିଆଲ ମ୍ୟାସେଜ ସେୟାର କରିଥାନ୍ତି। ଏବେ ସେ ନିଜ ପ୍ରଶଂସକ ମାନଙ୍କପାଇଁ ଏକ ଖାସ ଉପଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ସାରା ଦେଶରେ ସୋନୁଙ୍କୁ ବହୁତ ପ୍ରଶଂସା କରାଯାଉଛି।

Google

ଟ୍ୱିଟ କରି ସୋନୁ ଲେଖିଛନ୍ତି” କାହାକୁ ତଳକୁ ଟାଣିବାକୁ ଅଧିକ ବଳ କାହାର ପିଠି ଥାପୁଡ଼ାଇ ପାଇଁ ଲାଗିଥାଏ, କେବେ ଚେଷ୍ଟା କରିକି ଦେଖ” କଳାକାରଙ୍କ ଏହି ଟ୍ୱିଟରେ ପ୍ରଶଂସକ ପ୍ରତିକ୍ରିୟା ଦେଉଛନ୍ତି। ଆପଣ ଜାଣିଥିବେ କରୋନା ସମୟରେ ସୋନୁ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି।କେହିବି ସାହାଯ୍ୟ ମାଗି ନିରାଶ ହୋଇନାହାନ୍ତି।

ଏହା ପୂର୍ବରୁ ସୋନୁ ସୁଦ ନିଜ ମାଆଙ୍କ ପୂଣ୍ୟତିଥି ଉପରେ ଇମୋସନାଲ ମ୍ୟାସେଜ କରିଥିଲେ। ଏହା ସହିତ ସେ ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ଏକ ସ୍କଲାରସିପ ଯୋଜନା ଆରମ୍ଭ କରିଛନ୍ତି। ସେ ନିଜ ମାଙ୍କ ଏକ କଳା ଧଳା ଫଟୋ ସେୟାର କରି ଲେଖିଛନ୍ତି” ୧୩ ଅକ୍ଟୋବର, ୧୩ ବର୍ଷ ହୋଇଗଲା ମା। ଏଠାରେ ସବୁ ଠିକ ଚାଲୁଛି ଆପଣ ରହିଥିଲେ ଆଉ ଟିକେ ଭଲ ହୋଇଥାନ୍ତା ।ମିସ ୟୁ ମା”।

Google

ଏହା ଛଡା ସୋନୁ ସୁଦ ନିଜ ମାଆଙ୍କ ନାମରେ ସ୍କଲାରସିପ ଯୋଜନା ବିଷୟରେ ତଥ୍ୟ ଦେଇ ଲେଖିଛନ୍ତି”୧୩ ଅକ୍ଟୋବରକୁ ମୋ ମା ଚାଲିଯିବାର ୧୩ ବର୍ଷ ହୋଇଗଲା।ସେ ଶିକ୍ଷା ଓ ବିରାସତକୁ ନିଜ ପଛରେ ଛାଡିଗଲେ। ଆଜି ତାଙ୍କ ବର୍ଷିକୀୟାରେ ମୁଁ ପ୍ରଫେସର ସରୋଜ ସୁଦ ଛାତ୍ର ବୃତ୍ତି ସହିତ ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନଙ୍କୁ ସାହାଯ୍ୟ କରିବାର ପ୍ରତିଜ୍ଞା ନେଉଛି। ଆପଣଙ୍କ କୃପା ଆବଶ୍ୟକ। ମିସ ୟୁ ମା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *