ଲୋକପ୍ରିୟ ବଲିଉଡ ଷ୍ଟାର ସୋନୁ ସୁଦ ନିଜର ଏକ ଫ୍ୟାନକୁ ସରପ୍ରାଇଜ କରିଦେଇଥିଲେ। ସେ ନିଜର ଫ୍ୟାନ ଅନୀଲ କୁମାରଙ୍କର ଫାଷ୍ଟ ଫୁଡ଼ ସେଣ୍ଟରରେ ପହଂଚିକି ତାଙ୍କୁ ଅଚାନକ ସରପ୍ରାଇଜ କଲେ,ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

ପ୍ରକୃତରେ ସୋନୁ ସୁଦଙ୍କର କାର୍ଯ୍ୟ ଦ୍ୱାରା ପ୍ରେରିତ ହେଇଯିବା ପରେ ଅନୀଲ ବେଗମପେଟରେ ଏକ ଫାଷ୍ଟ ଫୁଡ଼ ଦୋକାନ ଖୋଲିଲେ ଆଉ ସେହି ଦୋକାନର ନାମ ଲକ୍ଷ୍ମୀ ସୋନୁ ସୁଦ ରଖିଥିଲେ। ଏହି ଖବର ସୋସିଆଲ ମିଡିଆ ଦ୍ୱାରା ସୋନୁ ସୁଦଙ୍କ ପାଖରେ ପହଂଚି ଗଲା ଆଉ ସେ ତୁରନ୍ତ ବେଗମପେଟରେ ପହଁଚିଲେ ଆଉ ତାଙ୍କ ଫ୍ୟାନ କୁ ସରପ୍ରାଇଜ କରିଦେଲେ।
ସୋନୁ ସୁଦ ଅନିଲଙ୍କର ଦୋକାନରେ ତେଲରେ ଛଣା ଯାଇଥିବା ଚାଉଳ ଖାଇଲେ ଆଉ ତାଙ୍କ ଏହି ପ୍ରୟାସର ପ୍ରଶଂସା କଲେ ଆଉ ଏହା ସହିତ ବି ତାଙ୍କୁ ବ୍ୟବସାୟରେ ଉଚ୍ଚ ସ୍ଥରରେ ପହଂଚିବା ପାଇଁ ଶୁଭକାମନା ଦେଲେ।

ସୋନୁ ସୁଦ କହିଲେ କି ” ମୋତେ ଛଣା ଯାଇଥିବା ଚାଉଳ ବହୁତ ପସନ୍ଦ ଅଟେ ଆଉ ମୁଁ ଅନୀଲଙ୍କର ସଫଳତା ପାଇଁ ଅନେକ ଅନେକ ଶୁଭକାମନା କରୁଛି। ଏହା ହାଇଦ୍ରାବାଦର ସବୁଠୁ ଭଲ ଫାଷ୍ଟ ଫୁଡ଼ ସେଣ୍ଟର ବନିବ” ଆଉ ତା ପରେ ସେ କହିଲେ କି ସିଦ୍ଧିପେଟ ଯିବେ ଯେଉଁଠାରେ କି ଲୋକମାନେ ତାଙ୍କର ପ୍ରତିମା ସ୍ଥାପନ କରିଛନ୍ତି।
ଅନୀଲ କହିଲେ କି ” ମୋତେ ଆଶା ନଥିଲା କି ସୋନୁ ସୁଦ ତାଙ୍କ ଦୋକାନକୁ ଆସିବେ, ଆଉ ତାଙ୍କ ନାମ ସହିତ ମୋ ଦୋକାନ ବହୁତ ଆଗକୁ ଆଗକୁ ଚାଲୁଛି”।

ଏହାପରେ ସୋନୁ କହିଲେ କି ଲକଡାଉନ ଭିତରେ ପ୍ରବାସୀ ମାନଙ୍କର ସାହାଯ୍ୟ କରିବା ପରେ ଫିଲ୍ମ ନିର୍ମାତା ମାନେ କିପରି ତାଙ୍କ ପାଖକୁ ଫିଲ୍ମର ନାୟକ ବନିବାର ରୋଲ ନେଇକି ଆସୁଛନ୍ତି। ଵି ଦୀ ୱମେନ ରେ ସେ କହିଲେ କି କିପରି ଏହି ବର୍ଷ ତାଙ୍କର ଅଭିନେତା ସ୍ୱରୂପ ରୂପ ବି ବଦଳେଇ ଦେଇଛି।
ସୁଦ ପ୍ରଥମେ ‘ସିଂବା’ ଆଉ ‘ଆର ରାଜକୁମାର’ ଭଳି ଫିଲ୍ମ ମାନଙ୍କରେ ଖଳନାୟକ ର ରୋଲ କରିଛନ୍ତି। ତା ପରେ ସେ କହିଲେ କି ତାଙ୍କୁ ସମସ୍ତ ପ୍ରକାର ରୋଲ ପାଇଁ ଅଫର ଆସୁଛି। ଆଉ ସେ କହିଲେ କି ତାଙ୍କୁ ବହୁତ ଭଲ ଭଲ ସ୍କ୍ରିପଟ ମିଳୁଛି ଆଉ ଏହା ତାଙ୍କ ପାଇଁ ବହୁତ ଭଲ ଆରମ୍ଭ ହେଇ ପାରେ।
ସୋନୁ ସୁଦ ଲକଡାଉନ ଭିତରେ ମୁମ୍ବାଇରେ ଫସି ଯାଇଥିବା ପ୍ରବାସୀ ତଥା କାର୍ଯ୍ୟକାର୍ତ୍ତ ମାନଙ୍କୁ ତାଙ୍କ ଘରେ ପହଁଚାଇବା ପାଇଁ ଏକ କାମ ଆରମ୍ଭ କରିଥିଲେ। ସେ ଆଉ ତାଙ୍କ ଟିମ ମିସିକି ପ୍ରବାସୀ ମାନଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ତଥା ଏକ ହ୍ଵାଟସଆପ ହେଲ୍ପ ଲାଇନର ବ୍ୟବସ୍ତା କଲେ। ଆଉ ସେଥିରେ ଯୋଗାଯୋଗ କରୁଥିବା ଲୋକ ମାନଙ୍କ ଘରକୁ ଯିବା ପାଇଁ ଫ୍ରି ବସ , ଟ୍ରେନ ତଥା ବିମାନ ମାନଙ୍କର ବି ବ୍ୟବସ୍ଥା ମଧ୍ୟ ଯୋଗେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।