ପଇସା ନଥିଲା ବିନା ଟିକେଟରେ ପହଁଚିଲେ ମୁମ୍ବାଇ,ସୋନୁ ସୁଦ ଏତିକି ଲକ୍ଷ ଦେଇ କଲେ ଚିକିତ୍ସା। ପୁଣି ସାଝିଲେ ହିରୋ।

ଫିଲ୍ମରେ ଅଧିକାଂଶ ଗୁଣ୍ଡା ଅଭିନୟ କରୁଥିବା ଫିଲ୍ମ ଅଭିନେତା ସୋନୁ ସୁଦ ପ୍ରକୃତ ଜୀବନର ହିରୋ ଅଟନ୍ତି।ଲକଡାଉନରେ ଗରିବଙ୍କୁ ସାହାଯ୍ୟ କରିବାର ଯେଉଁ କାର୍ଯ୍ୟ ସେ ଆରମ୍ଭ କରିଥିଲେ ତାହା ଆଜି ମଧ୍ୟ ଚାଲିଛି। ଗଡ଼ବାର ଯୁବକଙ୍କୁ ଯେବେ ଟ୍ୟୁମର ହେଲେ ସେ ବଞ୍ଚିବାର ଆଶା ଛାଡିଦେଇଥିଲେ କାରଣ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ପଇସା ନଥିଲା ଯୁବକଙ୍କ ଘରଲୋକଙ୍କ ପାଖରେ। ଏହି ପରିସ୍ଥିତିରେ ଝାଡ଼ଖଣ୍ଡର ଗଡ଼ବାର ଏହି ଯୁବକ ଜଣକଙ୍କ ପାଇଁ ସୋନୁ ସୁଦ ଭଗବାନ ହୋଇଗଲେ। ସେ ଏହି ଯୁବକଙ୍କୁ ସହଯୋଗ କରିଛନ୍ତି।

Google

ପପୁ ଯାଦବ ନାମକ ଯୁବକ ଗଡ଼ବା ଜିଲ୍ଲାରେ ପ୍ରଖଣ୍ଡର ବୋଲିଆ ଗ୍ରାମର ରହିବା ଲୋକ ଅଟେ। ପପୁକି ପିଲାବେଳୁ ଟ୍ୟୁମର ହୋଇଯାଇଥିଲା ଯାହାର ଚିକିତ୍ସା କରିବାରେ ସେ ଅସମର୍ଥ ଥିଲା। ତାଙ୍କ ବାପା ଚାଷ କରିଥାନ୍ତି ଓ ସେ ଏତେ ଅଧିକ ରୋଜଗାର କରିନଥାନ୍ତି କି ସେ ନିଜ ପୁଅର ଚିକିତ୍ସା କରିପାରିବେ। ଏହି ସମୟରେ ପପୁଙ୍କୁ ସୋନୁ ସୁଦଙ୍କ କଥା ମନେପଡ଼ିଲା ଓ ପୁଣି କଣ ସେ ଖାଲି ପାଦରେ ବାହାରି ପଡିଲେ ମୁମ୍ବାଇ।

ପୁପୁର ଶରୀରରେ ଠିକ ସେ କପଡା ନଥିଲା କି ଟ୍ରେନରେ ବସିଲେ ଟିକେଟ ନଥିଲା। ଗୋଡ଼ରେ ଚପଲ ଜାଗାରେ ଲାଲ ଲାଲ ଖଣ୍ଡିଆ ଦେଖାଯାଉଥିଲା। ଯେବେ ଟିଟି ଟିକେଟ ମାଗିଲା ସେ ନିଜ ରୋଗ ବିଷୟରେ କହିଲେ ଓ ଏହା ମଧ୍ୟ କହିଲେ ସେ ସୋନୁ ଭାଇଙ୍କୁ ଭେଟିବାକୁ ମୁମ୍ବାଇ ଯାଉଛନ୍ତି।ଟିଟିଙ୍କୁ ଦୟା ଆସିଲା ତ ସେ ତାକୁ ବିନା ଟିକେଟରେ ଯିବାକୁ ଦେଲେ। ସେ ଏହିପରି ପରିସ୍ଥିତିକୁ ଚାରିଥର ପାର କଲେ।ଜବଲପୂର, କଟନୀ, ଇଟାରସି, କଲ୍ୟାଣ ଓ ଶେଷରେ ଲୋକମାନ୍ୟ ତିଲକ ଟର୍ମିନାଲ। ମୁମ୍ବାଇ ଷ୍ଟେସନରେ ପୁଣି ଟିଟି ଧରିଲା ଓ ସବୁଶୁଣି ତାଙ୍କୁ ସୋନୁ ସୁଦଙ୍କ ସୂଚନା ଦେଲା ବୋଲି ଜଣା ଯାଇଛି।

Google

ଦୁଇରୁ ତିନିଦିନ ପରେ ଯେବେ ପପୁ ସୋନୁସୁଦଙ୍କ ଘରେ ପହଁଚିଲେ ତାଙ୍କ ଭେଟ ସୋନୁସୁଦଙ୍କ ମ୍ୟାନେଜରଙ୍କ ସହ ହେଲା। ସେ ମ୍ୟାନେଜରଙ୍କୁ ସବୁ କଥା କହିଲେ ତ ମ୍ୟାନେଜର ତାର ଭେଟ ସୋନୁସୁଦଙ୍କ ସହ କରାଇଦେଲେ।ଏହା ପରେ ସୋନୁ ସୁଦଙ୍କୁ ଦେଖି ପପୁ କାନ୍ଦିପକାଇଲା। ଏହା ପରେ ସୋନୁ ସୁଦ ତାକୁ ପ୍ରଥମ ପୋଷାକ ପିନ୍ଧାଇଲେ ଏହା ପରେ ଖାଇବା ଦେଲେ ଓ ପଇସା ଦେଲେ। ଏହା ପରେ ସୋନୁ ସୁଦ ପପୁକୁ ମୁମ୍ବାଇ ସାହେବ ଠାକରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଲେ ଓ ଏକ ମାସରେ ପପୁ ଠିକ ହୋଇଗଲା।

ସେହି ସମୟରେ ତାଙ୍କ ଚିକିତ୍ସାରେ ପାଖାପାଖି ୮-୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଯାହାର ପଇସା ସୋନୁ ସୁଦ ଦେଲେ। ଅଳ୍ପ ଠିକ ହେବା ପରେ ପପୁ ୮ ଦିନ ପର୍ଯ୍ୟନ୍ତ ସୋନୁଙ୍କ ଘରେ ରହିଲା। ଏହା ପରେ ତାଙ୍କୁ ନିଜ ଘରକୁ ପଠାଗଲା। ପପୁ ପାଖରେ ମୋବାଇଲ ନଥିଲା ସୋନୁ ତାଙ୍କ ଘରକୁ ମୋବାଇଲ ମଧ୍ୟ ପଠାଇଥିଲେ। ପପୁଙ୍କ କହିବା ଅଟକି ମୋ ପାଇଁ ସୋନୁ ପ୍ରଭୁ ଅଟନ୍ତି। ଏହି ଶରୀର ଏବେ ତାଙ୍କର ଏବେ ମୁଁ ସୋନୁ ଭାଇଙ୍କ ପାଇଁ ହିଁ ଜୀବନ ଯାପନ କରିବି।

Google

ନିଜ ପୁଅକୁ ଚିକିତ୍ସା କରିବା ପାଇଁ ଅସକ୍ଷମ ଥିବା ବାପାଙ୍କ ମୁହଁରେ ଯେବେ ସୋନୁ ସୁଦଙ୍କ ନାମ ଆସିଲା। ତାଙ୍କ ଆଖିରେ ଲୁହ ଝରିଆସିଲା। ତାର ମା ତ ଆଶା ଛାଡିଦେଇଥିଲେକି ସେ ଆଉ ପୁଅକୁ ବଞ୍ଚାଇପାରିବେ ବୋଲି।ମା କହିଛନ୍ତି ସୋନୁ ଏବେ ମୋର ବଡ଼ ପୁଅ ହୋଇଯାଇଛି କାରଣ ସେ ଜଣେ ମାର କୋଳକୁ ଖାଲି ହେବାରୁ ବଞ୍ଚାଇଛି।ପପୁଙ୍କ ପଡୋସିଙ୍କ କହିବା ଅଟେକି ସୋନୁ ସୁଦ ଫିଲ୍ମରେ ଭେଲିଆନ ରୋଲ କରିଥାନ୍ତି ସତ କିନ୍ତୁ ପ୍ରକୃତ ଜୀବନରେ ସେ ହିରୋ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *