କରୋନା ସମୟରେ ଲାଗିଥିବା ଲକଡାଉନରେ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସାହାଯ୍ୟ କରି ଖ୍ୟାତ ହେଇଥିବା ସୋନୁ ସୁଦ ପୁଣି ଏକ ଥରେ ମାନବିକତାର ଉଦାହରଣ ସୃଷ୍ଟି କରିପାରିଛନ୍ତି। ହଁ ଆଜ୍ଞା ନିଜର କୋମଳ ହୃଦୟ ପାଇଁ ସେ ସର୍ବଦା ପରିଚିତ। ତାଙ୍କୁ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସେ କେବେ ନିରାଶ କରନ୍ତି ନାହିଁ। ପୁଣି ଥରେ ସେ ନିଜ ଫ୍ୟାନଙ୍କୁ ହୃଦୟର ସହିତ ସାହାଯ୍ୟ କରିଛନ୍ତି।

୧୨ ବର୍ଷର କଷ୍ଟ ୧୧ ଘଣ୍ଟାରେ ଦୂର କରିଦେଲେ:
ଆପଣଙ୍କୁ ଜଣେଇଦେଉଛୁ କି ସୋନୁ ସୁଦଙ୍କର ଏକ ଫ୍ୟାନ ଅମନ ୧୨ ବର୍ଷ ଧରି କଷ୍ଟ ପାଉଥିଲା। ତାଙ୍କୁ କ୍ରୋନିଆଲ ବର୍ତିବାଲ ଜଙ୍କସନ ଥିଲା। ମାତ୍ର ପଇସାର ଅଭାବରୁ ତାଙ୍କର ସର୍ଜରୀ ହେଇପାରୁନଥିଲା। ସେ ଯେଉଁ ଜିନିଷକୁ ସିଧା ହାତରେ ଧରୁଥିଲେ ତାହା ତାଙ୍କ ହାତରୁ ଗଳିପଡୁଥିଲା।
ଏହାପରେ ଯେତେବେଳେ ତାଙ୍କର ଏହି ରୋଗ ବଢ଼ିବାକୁ ଲାଗିଲା ସେତେବେଳେ ତାଙ୍କ ଗଳାର ପଛଭାଗରେ ଅନେକ ଯନ୍ତ୍ରଣା ହେବାକୁ ଲାଗିଲା। ଏହି ରୋଗ ପାଇଁ ସେ ନିଜ ଜୀବନରୁ ଆଶା ମଧ୍ୟ ଛାଡି ଦେଇଥିଲେ କିନ୍ତୁ ଏହି ବିପଦର ସମୟରେ ସୋନୁ ସୁଦ ନିଜ ଫ୍ୟାନଙ୍କର ସାହାଯ୍ୟ କରିଥିଲେ ଏବଂ ତାଙ୍କର ୧୨ବର୍ଷର ଯନ୍ତ୍ରଣାକୁ ୧୧ଘଣ୍ଟାରେ ଦୂର କରିଦେଲେ।

ସେହି ବ୍ୟକ୍ତିଜଣକ ଭିଡିଓ ସେଆର କରି ସାହାଯ୍ୟ ମାଗିଥିଲେ:
ସେହି ବ୍ୟକ୍ତି ଅମନ ଟ୍ୱିଟରରେ ନିଜ ଭିଡିଓ ସେୟାର କରି ସୋନୁ ସୁଦଙ୍କୁ ନିଜ ଯନ୍ତ୍ରଣା ବିଷୟରେ କହି ସାହାଯ୍ୟ ଲୋଡିଥିଲେ। ସେ କହିଥିଲେ “ସାର୍ କେବଳ ଆପଣ ହିଁ ମୋର ସାହାରା ଅଟନ୍ତି। ମୋ ପରିବାରଲୋକ ମୋତେ ସାହାଯ୍ୟ କରିବାକୁ ଅସମର୍ଥ ଅଟନ୍ତି। ମୁଁ ନିଜ ଜୀଵନର ୧୨ ବର୍ଷ ନଷ୍ଟ କରିଦେଇଛି। କରୋନା ଯୋଗୁଁ ବନ୍ଧୁବାନ୍ଧବ ମଧ୍ୟ ମୋର କେହି ସାହାଯ୍ୟ କରୁନାହାନ୍ତି।
ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ମୋର ସାହାଯ୍ୟ କରନ୍ତୁ। ମାର୍ଚ୍ଚରେ ମୋର ଅପରେସନ ହେବାର ଥିଲା ମୋର ଏଯାଏ ହେଇପାରୁନାହିଁ। “ଏହାପରେ ସୋନୁ କହିଲେ ଯେ ତାଙ୍କର ଖୁବଶୀଘ୍ର ସର୍ଜରୀ ହେବ। ଅମନଙ୍କର ୧୧ ଘଣ୍ଟାର ସର୍ଜରୀ ହେଲା। ସେ ସୋନୁଙ୍କୁ ଫୋନ କରି ଧନ୍ୟବାଦ କହିଥିଲେ।
12 साल की तकलीफ़ समझो ख़त्म !
आप 20 तारीख़ को travel करेंगे।
24 तारीख़ को अपनी सर्जरी होगी। @VirkKarnal @drashwa47867629@IlaajIndia https://t.co/UM8cZyCoXJ
— sonu sood (@SonuSood) November 18, 2020
ସୋନୁ ଏହିପରି ନିଜ ଖୁସି ବ୍ୟକ୍ତ କରିଥିଲେ:
ଆପଣଙ୍କୁ କହିଦେଉଛୁ ଯେ ସେହି ଡାକ୍ତର ମଧ୍ୟ ସୋସିଆଲ ମିଡ଼ିଆରେ ଟ୍ୱିଟ କରି ସେହି ଫ୍ୟାନଙ୍କର ସ୍ବାସ୍ଥ୍ୟବସ୍ଥା ବିଷୟରେ କହିଛନ୍ତି। ସେ କହିଲେ କି ଅମନଜିତ ଏବେ ଆସ୍ତେ ଆସ୍ତେ ଭଲ ହେଉଛନ୍ତି। ୧୧ ଘଣ୍ଟାର ଦୀର୍ଘ ନ୍ୟୁରୋ ସର୍ଜରୀ ହେଲା। ସୋନୁ ମଧ୍ୟ ତାଙ୍କ ସହ କଥା ହେଉଥିଲେ।ଏପରିକି ଅପରେସନ ପରେ ମଧ୍ୟ ସେ କଥା ହେଉଥିଲେ।
This is the best news today, 12 years of pain vanished with 11 hours of surgery. ❤️ Thank you almighty ? https://t.co/rFAZwa02tq
— sonu sood (@SonuSood) November 28, 2020
ଯେତେବେଳେ ନିଜର ଫ୍ୟାନଙ୍କର ସ୍ଵାସ୍ଥ୍ୟବସ୍ଥା ବିଷୟରେ ଜାଣିଲେ ସେ ଅତ୍ୟନ୍ତ ଖୁସି ହୋଇଗଲେ। ଏହା ସହ ନିଜ ଟ୍ୱିଟର୍ରେ ମଧ୍ୟ ନିଜ ଖୁସିକୁ ବ୍ୟକ୍ତ କରିଥିଲେ। ସେ ଲେଖିଥିଲେ ଯେ ଏହା ହେଉଛି ଆଜିର ସବୁଠାରୁ ବଡ଼ ଖୁସି ଖବର।

୧୨ ବର୍ଷର ଯନ୍ତ୍ରଣା ୧୧ ଘଣ୍ଟାରେ ସରିଗଲା। ତାଙ୍କର ଏହି ଟ୍ୱିଟ ଅତ୍ୟନ୍ତ ଭାଇରଲ ହେଇଗଲା। ତାଙ୍କର ଫ୍ୟାନମାନେ ମଧ୍ୟ ତାଙ୍କର ଏହି କାମକୁ ଅତ୍ୟନ୍ତ ପ୍ରଶଂସା କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଆହୁରି ଅନେକ ଲୋକଙ୍କର ସାହାଯ୍ୟ ମଧ୍ୟ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।