ସୋନୁ ସୁଦ ହେଲେ ଟପ ଗ୍ଲୋବଲ ଏସିଆନ ସେଲିବ୍ରେଟି ୨୦୨୦, ଦେଖନ୍ତୁ ଲିଷ୍ଟରେ କାହା କାହା ନାମ ଅଛି ।

ସୋନୁ ସୁଦଙ୍କୁ ୟୁକେ ସ୍ଥିତ ଇଷ୍ଟନ ଆଇ ଖବରକାଗଜ ଦ୍ଵାରା ପ୍ରକାଶିତ ୫୦ ଏସିଆନ ସେଲିବ୍ରେଟିଙ୍କ ଲିଷ୍ଟରେ ଶୀର୍ଷ ସ୍ଥାନ ଦିଆଯାଇଛି । ବଲିଉଡ଼ ଆକ୍ଟର ସୋନୁ ସୁଦଙ୍କ ନାମ ଏବେ ସମସ୍ତଙ୍କ ମୁହଁରେ। ଲକଡାଉନ ସମୟରେ ସେ ଯେଉଁଭଳି ଭାବେ ଲୋକଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଉଛନ୍ତି ସେଥିପାଇଁ ଲୋକ ତାଙ୍କୁ ରିଲ ହିରୋ ନୁହେ ବରଂ ରିୟଲ ହିରୋ କରିଛନ୍ତି। ଅଳ୍ପ ଦିନ ତଳେ ତାଙ୍କୁ ୨୦୨୦ରେ ନମ୍ବର ୱାନ ଏସିଆନ ହସ୍ତୀ ରୂପରେ ବଛାଯାଇଛି। ଅନେକ ବଲିଉଡ଼ ଷ୍ଟାର ମାନଙ୍କୁ ସେ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି। ସୂଚନା ଅନୁସାରେ ୟୁକେ ସ୍ଥିତ ଇଷ୍ଟନ ଆଇ ଖବରକାଗଜ ଦ୍ଵାରା ପ୍ରକାଶିତ ୫୦ ଏସିଆନ ସେଲିବ୍ରେଟିଙ୍କ ଲିଷ୍ଟରେ ଶୀର୍ଷ ସ୍ଥାନ ସୋନୁ ସୁଦଙ୍କୁ ଦିଆଯାଇଛି।

Sonu Sood ranked top global Asian celebrity for his philanthropy
Google

ସୂଚନା ଅନୁସାରେ ଏହି ସୁଚି ମାଧ୍ୟମରେ ସେହି କଳାକାର ମାନଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ସମାଜରେ ସକରାତ୍ମକ ଛାପ ଛାଡିଛନ୍ତି ଓ ଲୋକଙ୍କୁ ପ୍ରେରିତ କରିଛନ୍ତି।ସଂମାନ ପ୍ରତି ଖୁସି ଜଣାଇ ସୋନୁ ସୁଦ କହିଛନ୍ତି,”ମୋର ପ୍ରୟାସକୁ ଚିହ୍ନିବା ପାଇଁ ଇଷ୍ଟନ ଆଇକୁ ଧନ୍ୟବାଦ,ଯେବେ ମହାମାରି ଆସିଲା ମତେ ଅନୁଭବ ହେଲା କି ମୋ ଦେଶ ବାସୀଙ୍କୁ ସାହାଯ୍ୟ କରିବା ମୋର ନିଜ କାର୍ଯ୍ୟ ଅଟେ। ଏହା ଏକ ଏପରି ଭାବନା ଥିଲା ଯାହା ମୋ ଭିତରୁ ବାହାରିଲା। ମୁଁ ଯାହା କରିଛି ଏହା ଏକ ଭାରତୀୟ ରୂପରେ ମୋର କର୍ତ୍ତବ୍ୟ ଅଟେ ଓ ମୁଁ ନିଜେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଅଟକିବିନି”।

“ଇଷ୍ଟନ ଆଇ” ର ସମ୍ପାଦକ ଅସଜଦ ନଜିର ସୁଚି ପ୍ରସ୍ତୁତ କରିଛନ୍ତି ଓ ପ୍ରକାଶ କରିଛନ୍ତି ଯେ ସୋନୁ ଏହି ସଂମାନର ଅଧିକାରୀ ଅଟନ୍ତି। କାରଣ ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ଅନ୍ୟ ହସ୍ତୀ ଏତିକି କରିନାହାଁନ୍ତି। ଏହି ସୂଚୀରେ ସିନେମା, ସଙ୍ଗୀତ ଫ୍ୟାସନ ସହିତ ଜଡିତ ଅନ୍ୟ ଭାରତୀୟ ହସ୍ତୀମାନେ ମଧ୍ୟ ସାମିଲ ଅଛନ୍ତି।

Google
ଦେଖନ୍ତୁ ଲିଷ୍ଟ:

ଅରମାନ ମଲ୍ଲିକଙ୍କୁ ୫ମ ସ୍ଥାନ ଦିଆଯାଇଛି

ପ୍ରିୟଙ୍କା ଚୋପଡା ଜୋନାଶ ୬ମ ନମ୍ବରରେ ଅଛନ୍ତି

ତେଲଗୁ ସୁପର ଷ୍ଟାର ପ୍ରଭାସଙ୍କୁ ୭ ମ ସ୍ଥାନ ଦିଆଯାଇଛି

ଆୟୁଷମାନ ଖୁରାନା ୧୧ ନମ୍ବର ସ୍ଥାନରେ ଅଛନ୍ତି

ଦିଲଜିତ ଦୋସାଝଙ୍କୁ ୧୪ ତମ ସ୍ଥାନ ମିଳିଛି

ସହନାଜ ଗିଲ ୧୬ ତମ ସ୍ଥାନ ମିଳିଛି

ଅମିତାଭ ବଚ୍ଚନଙ୍କୁ ୨୦ ତମ ସ୍ଥାନ ଦିଆଯାଇଛି

ପଙ୍କଜ ତ୍ରିପାଠୀ ୨୩ ନମ୍ବରରେ ଅଛନ୍ତି

Google

ଅସିମ ରିୟାଜ ୨୫ ତମ ସ୍ଥାନ ପାଇଛନ୍ତି

ଡିଜାଇନର ମସାବା ଗୁପ୍ତା ୩୨ ତମ ସ୍ଥାନ ପାଇଛନ୍ତି

କମେଡିଆନ ସଲୋନି ଗୌର ୩୬ ନମ୍ବର ସ୍ଥାନ ପ୍ରାପ୍ତ କରିଛନ୍ତି

ଧବାନି ବଚୁସାଲି ୪୨ ତମ ସ୍ଥାନ ପାଇଛନ୍ତି

ହେଲ୍ଲୀ ସାହା ୪୭ ତମ ସ୍ଥାନ ପ୍ରାପ୍ତ କରିଛନ୍ତି

ସେହିପରି ଅନୁଷ୍କା ଶଙ୍କର ୫୦ ତମ ସ୍ଥାନ ହାସଲ କରିଛନ୍ତି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *