ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚରେ ପ୍ରତି ଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ଏବେ ଏହି ମାମଲାରେ ଡ୍ରଗ୍ସ ମାମଲାବି ସାମ୍ନାକୁ ଆସିଛି। ପରେ ଏନସିବି ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି। ଡ୍ରଗ୍ସ କନେକ୍ସନର ଲମ୍ବା ଲାଇନ ମିଳିବା ଆରମ୍ଭ ହୋଇଯାଇଛି। ଏବେ ଏହି ମାମଲା ପରେ ସୁଶାନ୍ତଙ୍କ ମୃତ୍ୟୁର କୌଣସି ନୂଆ ତଥ୍ୟ ମିଳୁନାହିଁ। ଏହା ମଧ୍ୟରେ କିଛି ଲୋକ କହିଛନ୍ତି କି ଏବେ ଲୋକ ଏବେ ଏହାକୁ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଏବେ ଏହି ମାମଲାରେ ସୋନୁ ସୁଦ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୋନୁ ସୁଦ ପ୍ରକାଶ କଲେ ଦୁଃଖ:-
ଏହି ମାମଲାରେ ଯେବେ ସିବିଆଇ ଯାଞ୍ଚ ଆରମ୍ଭ ହୋଇଥିଲା ଲାଗୁଥିଲା ଏବେ ଏହି ମାଲରେ ସତ୍ୟତା ଜଣାପଡିବ ଓ ସୁଶାନ୍ତଙ୍କୁ ନ୍ୟାୟ ମିଳିବ କିନ୍ତୁ ଏପରି କିଛି ହେଉନାହିଁ।ସେଥିପାଇଁ ଏବେ ବଲିଉଡ଼ର ଜଣେ କଳାକାରଙ୍କ ଲାଗୁଛି ଏବେ ସୁଶାନ୍ତଙ୍କ ମୃତ୍ୟୁର ମଜାକ କରାଯାଉଛି। ଏହାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିଛନ୍ତି।
ସୋନୁ ନିଜେ ଏକ ମିଡିଆ ସହିତ କଥା ହୋଇ କହିଛନ୍ତି “ଯଦି ସୁଶାନ୍ତ ସିଂ ରାଜପୁତ ବଞ୍ଚିଥାନ୍ତେ ତ ତାଙ୍କ ବିଷୟରେ ଚାଲିଥିବା କଥାକୁ ନେଇ ହସିଥାନ୍ତେ”। ସମସ୍ତେ ଭାବୁଛନ୍ତି ଏଥିରେ ଏବେ କଣ ହେବ। ଯେଉଁ ଲୋକ ସୁଶାନ୍ତଙ୍କ ସହିତ ମିଶି ମଧ୍ୟ ନାହାଁନ୍ତି ସେମାନେ ଆସିକି କହୁଛନ୍ତି। ଏହି ଲୋକମାନେ କେବଳ ଲୋକମାନଙ୍କ ସାମ୍ନାକୁ ଆସିବ ପାଇଁ ଏପରି କରୁଛନ୍ତି।

ସୁଶାନ୍ତ ଓ ସୋନୁ ମିଶିକି ଜିମରେ ବ୍ୟାୟାମ କରୁଥିଲେ:
ସୋନୁ ଆଗକୁ କହିଛନ୍ତି , ସେ ସୁଶାନ୍ତଙ୍କ ସହିତ ଆଗରୁ ବହୁତ ଥର ମିସିଛନ୍ତି। ଏତିକି ନୁହେଁ ସୁଶାନ୍ତ ଓ ସୋନୁ ମିଶିକି ଜିମରେ ବ୍ୟାୟାମ କରୁଥିଲେ। ସେ ଏହା ମଧ୍ୟ କହିଛନ୍ତି ବାହାରୁ ଆସିକି ବି ସେ ବହୁତ କମ ସମୟରେ ବହୁତ କିଛି ହାସଲ କରିଥିଲେ। ସୁଶାନ୍ତ ସେହି ଲୋକଙ୍କ ଉପରେ ହସିଥାନ୍ତେ ଯେଉଁ ମାନେ ନିଜର ପ୍ରବକ୍ତା ହୋଇ ବୁଲୁଛନ୍ତି। ଯେବେକି ସୁଶାନ୍ତଙ୍କ ପରିବାର ଶାନ୍ତ ହୋଇ ଘରେ ରହିଛନ୍ତି।
ସୋନୁ ଆଗକୁ ମଧ୍ୟ କହିଛନ୍ତି କିଛି ଦିନ ପରେ ଲୋକ ସୁଶାନ୍ତଙ୍କୁ ଭୁଲି ଯିବେ ଓ ଏବେ ସୁଶାନ୍ତଙ୍କ ପାଇଁ ସ୍ୱର ଉଠାଉଥିବା ଲୋକଙ୍କୁ ନୂଆ କିଛି ମିଳିଯିବ, ଯାହା ପରେ ସେମାନେ ତାହା ଉପରେ କହିବାକୁ ଲାଗିବେ। ସେ ଏହି ପରିସ୍ଥିତିକୁ ଦେଖି କହିଛନ୍ତି ଏହା ମତେ ଜମାବି ପସନ୍ଦ ନୁହେଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।