ସୋନୁ ସୁଦଙ୍କ ବଡ଼ ଖୁଲାସା, କରୋନା ସମୟରେ କିପରି କରୁଛନ୍ତି ଲୋକଙ୍କୁ ସାହାଯ୍ୟ । ଜାଣନ୍ତୁ ସୋନୁ ସୁଦ କେମିତି କରୁଛନ୍ତି ସାହାଯ୍ୟ ।

ଭାରତରେ କରୋନା ସଂକ୍ରମିତ ରୋଗୀ ମାନଙ୍କର ସଂଖ୍ୟା ବହୁତ ଅଧିକ ହେଇଯାଇଛି। ଆଜି ଦୈନିକ ପ୍ରାୟ ୪ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ମାତ୍ର ଆମ ପ୍ରଶାସନ ଯେତିକି ସହାୟତା କରିବା ଦରକାର ତାହା କରୁନାହିଁ। ଏହିପରି ସମୟରେ ଆମ ସହ ଯୋଡି ଯାଇଛନ୍ତି ଜଣେ ଏମିତି ମସିହା ଯିଏ କି ନିଜର ଜୀବନ ହିଁ ଲୋକମାନଙ୍କର ସାହାଯ୍ୟ କରିବା ପାଇଁ ଉତ୍ସର୍ଗ କରି ଦେଇଛନ୍ତି। ଆମ ସହ ଯୋଡିଛନ୍ତି ସୋନୁ ସୁଦ। ଯେତେବେଳେ ତାଙ୍କୁ ପଚାରାଗଲା କି ସେ କିପରି ଭାବେ ଲୋକ ମାନଙ୍କର ସାହାଯ୍ୟ ଏଯାଏ କରି ଆସୁଛନ୍ତି, ତେଣିକି ତାହା ଅକ୍ସୀଜେନ ସିଲିଣ୍ଡର ହେଉ ଅଥବା ଭେଣ୍ଟିଲେଟର ବେଡ଼, ସେ ସଭିଙ୍କର ସହାୟତା କରୁଛନ୍ତି ସେତେବେଳେ ସେ କଣ କହିଲେ ଆସନ୍ତୁ ଜାଣିବା।

Google

ସୋନୁ କହିଲେ, ” ଆମର ଏକ ଟ୍ୱିଟର ହ୍ୟାଣ୍ଡେଲ ଅଛି ଯାହା ଭିତରକୁ ପ୍ରତିଦିନ ହଜାର ହଜାର ମେସେଜ ଆସୁଛି। ଏହି ମେସେଜ ମାନଙ୍କୁ ଯଦି ମୁଁ ଏକା ହିଁ ଚେକ କରିବି ତାହେଲେ ମୋତେ ସବୁ ଲୋକଙ୍କ ଯାଏ ପହଂଚି ପାରିବାରେ ପ୍ରାୟ ୧୧ ବର୍ଷ ଲାଗିଯିବ। ତେଣୁ ଆମେ ଆମର ଏକ ଟିମ ରଖିଛୁ ଯେଉଁଥିରେ ପ୍ରାୟ ୩୦ ହଜାର ମେମ୍ବର ଅଛନ୍ତି ଆଉ ଆମେ ଯାହାର ବି ସାହାଯ୍ୟ କରିଥାଉ ଅଥବା ତାଙ୍କର ଜୀବନ ବଞ୍ଚାଇଥାଉ ସେମାନେ ଆମର ଏକ ଟିମର ଭାଗ ହେଇଯାନ୍ତି। ସେମାନେ ଲୋକମାନଙ୍କର ମେସେଜ ଆମ ଯାଏ ପହଂଚାନ୍ତି। ଏହିପରି ଭାବେ ଆମେ ସବୁ ଲୋକଙ୍କର ସହାୟତା କରି ପାରିଥାଉ।”

ଏହାପରେ ତାଙ୍କୁ ପଚାରାଗଲା କି ତାଙ୍କ ଏହି କାମ ଉପରେ ବି କିଛି ଲୋକ ସନ୍ଦେହ କରନ୍ତି କି ବୋଧହୁଏ ତାଙ୍କର ଇରାଦା କିଛି ଖରାପ ଅଛି ତ ସେମାନଙ୍କୁ ସୋନୁ କିପରି ଭାବେ ହ୍ୟାଣ୍ଡେଲ କରନ୍ତି। ଏହାର ଜବାବରେ ସୋନୁ କହିଲେ, ” ଆମ ପାଖରେ ଆମ ସାହାଯ୍ୟ ଆବଶ୍ୟକ ଥିବା ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ସମୟ ନାହିଁ ତ ଆମେ ଆଙ୍ଗୁଳି ଦେଖାଉଥିବା ଲୋକଙ୍କ ପାଖରେ କିପରି ପହଂଚିବୁ। ଯେତେବେଳେ ଆମେ ଭଲ କାମ କରିଥାଉ ତ ସେତେବେଳେ ଆମକୁ ଭାବିବା ଉଚିତ ହିଁ ନୁହଁ କି କିଏ କଣ ଭାବୁଛି, ଆମକୁ ବାସ କାମ କରିବା ଦରକାର।”

Google

ଏହାପରେ ତାଙ୍କୁ ପ୍ରଶ୍ନ ଆସିଲା କି ସେ ହିରୋରୁ ସୁପର ହିରୋ ବହୁତ କମ ସମୟ ଭିତରେ ହେଇଗଲେ ତ ତାଙ୍କୁ ଏବେ କିପରି ଅନୁଭବ ହେଉଛି। କଣ ତାଙ୍କ ରାତିରେ ତାଙ୍କୁ ସେହିପରି ଭୟାନକ ସ୍ୱପ୍ନ ଆସୁଛି ଯେଉଁଠାରେ କି ଲୋକମାନେ ମରି ଯାଉଥିବାର ଦୃଶ୍ୟ ଅଛି। ତ ସୋନୁ କହିଲେ, ” ହଁ, ସୁପର ହିରୋ ହେବା ସହଜ ନୁହଁ, ଲୋକମାନଙ୍କର ଆଶା ଭରସା ସବୁ ଆମ ଉପରେ ଥାଏ। କିଛି ଲୋକ ଆମକୁ ବି ଝୁରୁ ଝୁରି ନିଜର ଜୀବନ ତ୍ୟାଗ କରନ୍ତି ଆୟ ତାହା ଆମକୁ ରାତିରେ ଶୋଇବାକୁ ଦେଇ ନଥାଏ।”

ତାଙ୍କୁ ପରେ ପ୍ରଶ୍ନ ଆସିଲା କି ଦିନେ ଆପଣ ବି କୋଭିଡ ପଜିଟିଭ ହେଇଯାଇଥିଲେ ଆଉ ଆପଣ ବି ଏହି ସମସ୍ତ ଆକ୍ସନରୁ ଦୂରରେ ଥିଲେ। ତ ଆପଣ ସେତେବେଳେ କିପରି ଲୋକମାନଙ୍କର ସହାୟତା କରୁଥିଲେ। ଏହାର ଜବାବରେ ସୋନୁ କହିଲେ, ” ମୁଁ କେବେ ବି ଆକ୍ସନ ରୁ ଦୂରରେ ହିଁ ନଥିଲି। ବରଂ ଆଇସଲେସନରେ ରହୁଥିବା ସମୟରେ ମୁଁ ଅଧିକ ଲୋକଙ୍କ ସହ କଣ୍ଟାକ୍ତରେ ରହିପାରିଲି କାରଣ ମୋ ପାଖରେ ଅଧିକ ସମୟ ଥିଲା। ମୋର ଫୋନ ଅଧିକ ବାଜୁଥିଲା ଆଉ ମୁଁ ଅଧିକ ସାହାଯ୍ୟ ପହଞ୍ଚାଇ ପାରିଲି।”

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *