ଗରିବଙ୍କ ପାଇଁ ଭଗବାନ ଦୂତ ସୋନୁ ସୁଦ ଏବେ କୃଷକଙ୍କ ସମର୍ଥନରେ ଓହ୍ଲାଇଲେ,କରିଲେ ଏହି କାମ,ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

କିଛି ଦିନ ହେବ କୃଷକଙ୍କ ଆନ୍ଦୋଳନକୁ ନେଇ ପୁରା ଦେଶରେ ଚର୍ଚ୍ଚାହେଉଛି। ପଞ୍ଜାବ, ହରିଆଣା ଛଡା ଉତ୍ତରପ୍ରଦେଶର ସବୁ କୃଷକ ଲଗାତର ରାସ୍ତାକୁ ଓହ୍ଲାଇଛନ୍ତି। କୃଷକଙ୍କ ଆନ୍ଦୋଳନକୁ ନେଇ ଏବେ ବଲିଉଡ଼ ସେଲିବ୍ରେଟି ମଧ୍ୟ ନିଜ ନିଜ ରାୟ ଦେଉଛନ୍ତି। କଙ୍ଗନା ରଣୱାତ ଏହି ଆନ୍ଦୋଳନକୁ ବିରୋଧ କରିଛନ୍ତି। ଏହା ଛଡା ମିକା ସିଂହ, ଦିଲଜିତ ଦୋସାଂଝ, ହିଂମାସି ଖୁରାନାଙ୍କ ଛଡା ଅନେକ ଷ୍ଟାର ମାନେ ଏହି କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏହା ଛଡା କୃଷକଙ୍କ ଆନ୍ଦୋଳନରେ ଏବେ ସୋନୁ ସୁଦ ମଧ୍ୟ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଅଭିନେତା ସୋନୁ ସୁଦ କୃଷକଙ୍କ ସମର୍ଥନ କରି ଟ୍ୱିଟ କରିଛନ୍ତି। ସେ କୃଷକଙ୍କୁ ପୁରା ଭାରତ ବର୍ଷ କହିଛନ୍ତି।

Google
ସୋନୁ ସୁଦ କୃଷକଙ୍କୁ କହିଲେ ପୁରା ଭାରତ ବର୍ଷ:-

କୃଷକଙ୍କ ଆବଶ୍ୟକତା ଦର୍ଶାଇ ସୋନୁ ସୁଦ ଟ୍ୱିଟରେ ଲେଖିଛନ୍ତି,”କୃଷକ ଅଟେ ଭାରତ ବର୍ଷ”।ସୋନୁ ସୁଦଙ୍କ ଏହି ଟ୍ୱିଟ ବହୁତ ଭାଇରାଲ ହେଉଛି ଓ ସମସ୍ତେ ଏହା ଉପରେ ନିଜ ପ୍ରତିକ୍ରିୟା ଦେଉଛନ୍ତି। ସୋନୁ ସୁଦ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି ଓ ଅନେକ କଥାକୁ ନେଇ ନିଜ ମତ ରଖିଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ରାୟକୁ ଲୋକ ସମର୍ଥନ କରିଥାନ୍ତି।

Google
କଙ୍ଗନା ରଣୱାତ କଲେ ଅସମର୍ଥନ ଟ୍ୱିଟ:-

କେବଳ ସୋନୁ ସୁଦ ନୁହେଁ ବଲିଉଡ଼ର ଅନେକ ଷ୍ଟାର କୃଷକଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ବର୍ତ୍ତମାନ ପୁଣି କଙ୍ଗନା ରଣୱାତ ଚର୍ଚ୍ଚାରେ ଆସିଛନ୍ତି। କିଛି ଦିନ ତଳେ ସେ ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ ଦାବି କରିଥିଲେ କି ,”ବୟସ୍କ ଓ ମହିଳା ମାନେ କୃଷକଙ୍କ ଆନ୍ଦୋଳନରେ ସାମିଲ ହେଉଛନ୍ତି ଓ ଏହା ପରେ ସେ କହିଛନ୍ତି କି ଏମାନେ ୧୦୦ ଟଙ୍କା ପାଇଁ କେବେବି ଆସିଯାଇପାରନ୍ତି”।

ବର୍ତ୍ତମାନ ଏହି ଟ୍ୱିଟ କରିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି। ଏହାପରେ କଙ୍ଗନା ନିଜ ଟ୍ୱିଟ ଡିଲେଟ ମଧ୍ୟ କରିଦେଇଛନ୍ତି।

Google
ବଲିଉଡ଼ ଷ୍ଟାର କଙ୍ଗନାଙ୍କ ଟ୍ୱିଟରେ ଅସନ୍ତୋଷ:-

କଙ୍ଗନା ରଣୱାତଙ୍କ ଏହି ଟ୍ୱିଟ ପରେ ଅନେକ ବଲିଉଡ଼ ଷ୍ଟାର ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ନିଜ ରାୟ ପ୍ରକାଶ କରିଛନ୍ତି। ଅଳ୍ପ ଦିନ ତଳେ ଦିଲଜିତ ଦୋସାଂଝ ମହିନ୍ଦର କୌର ନାମକ ବୁଢ଼ୀମାଙ୍କୁ ଏହା ଭିଡ଼ିଓ ସେୟାର କରିଥିଲେ ଓ ସେଥିରେ ସବୁ କଥା କହିଥିଲେ। ଏହା ଉପରେ ହିଂମାସି ଖୁରାନା ଓ ମିକା ସିଂହଙ୍କ ଛଡା ଅନେକ ବଲିଉଡ଼ ଷ୍ଟାର ନିଜ ପ୍ରତିକ୍ରିୟା ଦେଉଛନ୍ତି,ଚାରିଆଡେ ଯାହା ଏବେ ଚର୍ଚ୍ଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *