ପୁଣି ଚର୍ଚ୍ଚାରେ ସୋନୁ ସୁଦ, ଫାଦର୍ଶ ଡେ ପୂର୍ବରୁ ପୁଅକୁ ଉପହାର ଦେଲେ ୩କୋଟିର କାର, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀ ଚାଲିଛି ଓ ଏହା ଅଧିକ ପ୍ରଭାବ ପକାଉଛି। ଏହା ଅଧିକ ଲୋକଙ୍କୁ ସଂକ୍ରମଣ କରିବା ସହିତ ଅଧିକ ଲୋକଙ୍କ ଜୀବନ ନେଉଛି। ଆପଣଙ୍କୁ କହିରଖିବୁ ଗତ ଦେଢ଼ ବର୍ଷ ହେବ ଏହି ମାହାମରି ସମସ୍ତଙ୍କୁ କଲବଲ କରୁଛି। ପୂର୍ଵ ବର୍ଷ ଲକଡାଉନ ସମୟରେ ଯେବେ ଅନେକ ଶ୍ରମିକ ନିଜ କାମ ହରାଇଥିଲେ ଓ ଘରକୁ ଆସିପାରୁନଥିଲେ ସେବେ ପ୍ରଥମଥର ବଲିଉଡ଼ ଅଭିନେତା ସୋନୁ ସୁଦ ଗରିବଙ୍କ ଭଗବାନ ସାଜି ଆଗକୁ ଆସି ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ଯେବେଠୁ ଆଜି ପର୍ଯ୍ୟନ୍ତ ସେ ଲୋକଙ୍କ ସେବା କରିଆସୁଛନ୍ତି। ଅନେକ ସମୟରେ ସୋନୁ ଚର୍ଚାକୁ ଆସିଥାନ୍ତି।

Google

ଏବେ ପୁଣି ସୋନୁ ଚର୍ଚାକୁ ଆସିଛନ୍ତି,ଆପଣଙ୍କୁ କହିରଖିବୁ ସେ ନିଜ ପୁଅକୁ ୩ କୋଟି ଟଙ୍କାର କାର ଉପହାର ଦେଇ ଚର୍ଚାକୁ ଆସିଛନ୍ତି। ସେ ଲୋକଙ୍କୁ ଯେମିତି ଭଲ ପାଇଥାନ୍ତି ନିଜ ପରିବାରକୁ ମଧ୍ୟ ସେତିକି ଭଲ ପାଇଥାନ୍ତି। ସେ ନିଜ ପୁଅ ଇସାନ୍ତଙ୍କୁ ବହୁତ ଭଲ ପାଇଥାନ୍ତି ତେଣୁ ଫାଦର୍ଶ ଡେ ପୂର୍ଵରୁ ଇସାନ୍ତଙ୍କୁ ସପ୍ରାଇଜ ଦେଇ ଏକ ୩ କୋଟି ଟଙ୍କାର କାର ଉପହାର ଦେଇଛନ୍ତି ଯାହା ପର୍ଯ୍ୟନ୍ତ ଚର୍ଚାର ବିଷୟ ପାଲଟିଛି। ରିପୋର୍ଟ ଅନୁସାରେ ସେ ଇସାନ୍ତଙ୍କ ପାଇଁ ଏକ ୩ କୋଟି ଟଙ୍କାର Mercedes Maybach GLS600 କିଣିଛନ୍ତି। ଏହି କାର ଏକ ସପ୍ତାହ ପୂର୍ଵରୁ ହିଁ ଲଞ୍ଚ ହୋଇଥିଲା।

ସେ ଏହି କାରରେ ନିଜ ପରିବାର ସହିତ ଲଙ୍ଗ ଡ୍ରାଇଭରେ ବୁଲିବାକୁ ଯାଇଛନ୍ତି। ଏହାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।ସେହି କାରର ରଙ୍ଗ ଦେଖିବାକୁ କଳା ଓ ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ,ଏହାର ସୁବିଧା କଥା କହିବା ତ ୧୨.୩-ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ଟଚ ସ୍କ୍ରିନ ଇନଫୋଟେନେଣ୍ଟ ସିଷ୍ଟମ ଏବଂ ବହୁତ କିଛି ରହିଛି। ପଛ ଯାତ୍ରୀ ପାଇଁ ୧୧୦୩ ମିମିର ଲେଗରୁମ ଅଛି ସେହିପରି ଆଗ ଯାତ୍ରୀଙ୍କ ସିଟ ଫୋଲ୍ଡ କରି ୧୩୪୦ ମିମି ପର୍ଯ୍ୟନ୍ତ ବଢାଯାଇ ପାରିବ, ଲଗେଜ୍ କ୍ଷମତା ୫୨୫ ଲିଟର ରହିଛି। ଏହି କାର ବହୁତ ଭାରି ଓଜନର ଅଟେ କାରଣ ଏହାର ନେଟ ଓଜନ ୩ ଟନ ପାଖାପାଖି ଅଟେ କିନ୍ତୁ ଆଶ୍ଚର୍ଯ୍ୟକର କଥାକି ଏହା ମାତ୍ର ୫ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟାପ୍ରତି ଯାଇପାରେ। ସୋନୁଙ୍କୁ କାର ବହୁତ ପସନ୍ଦ ତେଣୁ ତାଙ୍କ ପାଖରେ ବହୁତ କାର କଲେକ୍ସନ ଅଛି ଯେପରି ଅଡ଼ି-କିଉ୭, ମର୍ସଡିଜ ବେଞ୍ଜ, ଏମଏଲ-କ୍ଳାସ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *