ପୁଣି ଚର୍ଚ୍ଚାରେ ସୋନୁ ସୁଦ, ରାସ୍ତାକଡ଼ର ଚପଲ ବେପାରୀ ଠୁ ଚପଲ କିଣି ସୃଷ୍ଟି କଲେ ଉଦାହରଣ, ଦେଖନ୍ତୁ ଭିଡିଓ

ଗରିବଙ୍କ ପାଇଁ ଭଗବାନଙ୍କ ଦୂତ କୁହାଯାଉଥିବା ସୋନୁ ସୁଦଙ୍କୁ କିଏ ବା ନଜାଣେ। ପୂର୍ଵ ବର୍ଷ କରୋନା ଆରମ୍ଭରେ ସେ ଚର୍ଚାକୁ ଆସିଥିଲେ। ବାହାରେ ଥିବା ଶ୍ରମିକଙ୍କୁ ଲକଡାଉନ ସମୟରେ ଘରେ ପହଁଞ୍ଚାଇ ସେ ଗରିବଙ୍କ ଭଗବାନ ହୋଇଯାଇଥିଲେ। କେବଳ ସେତିକିରେ ସେ ଶାନ୍ତ ହୋଇ ବସିନଥିଲେ ବରଂ ଲୋକଙ୍କୁ ଚାକିରୀ ଦେବା ସହ ଦେଶ ସାରାର ଅସୁବିଧାରେ ପଡୁଥିବା ଲୋକଙ୍କୁ ସେ ଆଜି ପର୍ଯ୍ୟନ୍ତ ସାହାଯ୍ୟ କରିଆସୁଛନ୍ତି। ତାଙ୍କ ପ୍ରଶଂସାରେ ଯେତେ କହିଲେ କମ ହେବ। ଏବେ ପୁଣି ସେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଚପଲ କିଣି ଚର୍ଚାକୁ ଆସିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

କହିରଖିବୁ ବର୍ତ୍ତମାନ ସୋନୁଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଓ ଏହି ଭିଡ଼ିଓଟି ଶ୍ରୀନଗରର ବୋଲି ଜଣାପଡିଛି। ସେଠାରେ ରାସ୍ତା କଡରେ ଜଣେ ଚପଲ ବେପାରୀଙ୍କ ଠୁ ସୋନୁ ନିଜ ପାଇଁ ଚପଲ କିଣୁଛନ୍ତି। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଜୋରେ ଭାଇରାଲ ହେଉଛି। ଏହା ସହ ସେ ସେହି ଭିଡ଼ିଓରେ ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତିକି ଏଭଳି ଗରିବ ଲୋକଙ୍କ ଠୁ ଚପଲ କିଣନ୍ତୁ କାରଣ ଏମାନେ ବଡ଼ଲୋକ ହେବା ପାଇଁ ନୁହେଁ ପେଟ ପୋଷିବା ପାଇଁ ବିକ୍ରିକରିଥାନ୍ତି।

ଶ୍ରୀନଗରରେ ସସିମ ଖାନ ନାମରେ ଜଣେ ଚପଲ ବେପାରୀ ରାସ୍ତା କଡରେ ଚପଲ ବିକ୍ରି କରନ୍ତି ଯାହାଙ୍କ ଠୁ ସୋନୁ ନିଜ ପାଇଁ ଚପନ କିଣିଛନ୍ତି। ସୋନୁ ଏହା ମଧ୍ୟ କହିଛନ୍ତି ଯିଏ ତାଙ୍କ ଠୁ ଚପନ କିଣିବ ସୋନୁଙ୍କ ନାମରେ ତାଙ୍କୁ ୨୦% ମୂଲ୍ୟ କମ ଦେବାକୁ ପଡିବ। କହିରଖିବୁ ଭିଡ଼ିଓର କ୍ୟାପ୍ସନରେ ଲେଖାଯାଇଛି,”ଆମ ଚପଲ ସୋରୁମରେ ମୋ ନାମରେ ୨୦% ଛାଡ଼”। ଏହି ଭିଡ଼ିଓରେ ସୋନୁ ନାନା ପ୍ରକାର ଚପଲ ଲୋକଙ୍କୁ ଦେଖାଉଛନ୍ତି ଓ ଦାମ ବୁଝୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *