ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ଫସିଲେ ଆଉଜଣେ ବଡ଼ ଅଧିକାରୀ

ଏବେ ପ୍ରାୟ ଚାରିଆଡେ କେବଳ ଗୋଟେ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ଯାହା ହେଉଛି ପାରଳାଖେମୁଣ୍ଡିର ଏସିଏଫି ସୌମ୍ୟରଞ୍ଜନ ମହାମାତ୍ର। ଯାହାଙ୍କର ପୋଡି ହୋଇ ମୃତ୍ୟୁ ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହା ନେଇ ଏବେ ପୋଲିସ ତଦନ୍ତ କରୁଛି ଯାହାପରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

Google

ଏବେ ସୌମ୍ୟଙ୍କ ବାପା ଅଭିରାମ ମାହାପାତ୍ର ଆଉ ଏକ ବଡ଼ ଅଭିଯୋଗ କରିଛନ୍ତି ଯାହା ହେଉଛି ବାଟରେ ଜାଣିଶୁଣି ପୁଅର ଆମ୍ବୁଲାନ୍ସକୁ ଅଟକାଯାଇ ଡେରିକରାଯାଇଥିଲା। ତାଙ୍କ କହିବା ଅଟେକି ଯଦି କିଛି ସମୟ ଆଗରୁ ପୁଅକୁ ମେଡିକାଲରେ ପହଁଞ୍ଚା ଯାଇଥାନ୍ତା ହୁଏତ ସୌମ୍ୟଙ୍କର ମୃତ୍ୟୁ ହୋଇନଥାଏ। ଏହା ସେ ସେ ଆମ୍ବୁଲାନ୍ସ ଅଟକାଇଥିବା ମହିଳା ଆଇଆଇସିଙ୍କ ନାମରେ ଏପରି ଜାଣିଶୁଣି କରିବାର ଅଭିଯୋଗ କରିଛନ୍ତି।

ସୌମ୍ୟଙ୍କ ବାପାଙ୍କ କହିବା ଅଟେକି ଜଣେ ଏତେ ମାତ୍ରାରେ ପୋଡିହୋଇଯାଇଥିବା ରୋଗୀକୁ କଣ ପାଇଁ ଅଟକାଗଲା।ସେ ଏହା ମଧ୍ୟ କହିଛନ୍ତିକି ସେହି ମହିଳା ଆଇଆସିସି ତାଙ୍କ ବୋହୁ ବିଦ୍ୟାଭାରତୀଙ୍କର ଚିହ୍ନା ହୋଇଥିବାରୁ ଏପରି ଜାଣିଶୁଣି କରିଥିଲେ ଯେପରି ସୌମ୍ୟ ଜଲ୍ଦି ମରିଯିବେ। ସେ ଦାଖଲ କରିଥିବା ଦାବିରେ ଜଣାଇଛନ୍ତିକି ଏହା ଏକ ପ୍ଲାନ କରି କରାଯାଇଥିବା ହତ୍ୟା ଅଟେ କାରଣ ଯଦି ମୋ ପୁଅ ଆତ୍ମହତ୍ୟା କରିଥିଲା ପୋଡି ହୋଇଯାଇଥିବା ରୁମରୁ ଏପରି କୌଣସି ସୁରାଗ ମିଳିଲାନାହିଁ। ଯଦି ଜଣେ ବ୍ୟକ୍ତି ଦେହରେ ନିଆଁ ଲାଗିବ ସେ ନିଶ୍ଚୟ ଆଖ ପାଖକୁ ଦୌଡ଼ିବ କିନ୍ତୁ କୌଣସି ଜିନିଷ ପୋଡି ନଥିବା ଜଣାପଡିଛି। ସେ ଜଣାଇଛନ୍ତିକି ତାଙ୍କ ପୁଅକୁ ବୋହୁ, ଡିଏଫଓ ଓ ରୋଷେଇଆ ମିଶି ହ-ତ୍ୟା କରିଛନ୍ତି।

Google

ସେ ଡିଜିପିଙ୍କୁ ଏହା ମଧ୍ୟ ଜଣାଇଛନ୍ତିକି ଡିଏଫଓ ଜଣେ ବଡ ଅଫିସର ହୋଇଥିବାରୁ ସେ କେସକୁ ଚପାଇ ଦେବାକୁ ଚାହିଁବେ ଏଥିପାଇଁ କାର୍ଯ୍ୟନୁଷ୍ଠାନ ନେବାକୁ ସେ କହିଛନ୍ତି।ଏହା ସହ ବୋହୁ, ଡିଏଫଓ ଓ ରୋଷେଇଆଙ୍କ ଲାଇଡିଟେକ୍ସନ ଟେଷ୍ଟ କଲେ ସତ ଜଣାପଡିବ ବୋଲି ସୌମ୍ୟଙ୍କ ବାପା ଅଭିରାମ ଡିଜିପିଙ୍କୁ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତିକି ସେଠାକୁ ଚାକିରୀ କରିବାକୁ ଯିବାପରର ଏକ ମାସ ଭିତରେ ସେ ବିବାହ କରିଥିଲେବି ପୁଅ ବୋହୂଙ୍କ ମଧ୍ୟରେ ଭଲ ସଂପର୍କ ନଥିଲା ଯାହା ନେଇ ପୁଅ ସର୍ଵଦା କହୁଥିଲେ। ଅନେକ ସମୟରେ ପୁଅ ଡ୍ୟୁଟିରେ ଥିବାବେଳେ ଡିଏଫଓ ଘରକୁ ଆସୁଥିବା କଥା ମଧ୍ୟ ଅଭିରାମ ଜଣାଇଛନ୍ତି।ଏବେ ଏହି କେସ କଣ ରୂପ ନେବ ଏହା ଜାଣିବା ପାଇଁ ସମସ୍ତେ ଚାହିଁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *