ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ, ପୋଲିସ ଯାଞ୍ଚ କଲା ବିଦ୍ୟାଭାରତୀଙ୍କ ହଷ୍ଟେଲ ରୁମ, ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ!

ଏସିଏଫଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତ୍ୟେକ ଦିନ ପୋଲିସ ପ୍ରମାଣ ଖୋଜିବାରେ ଲାଗିଛି। ଏବେ ପୋଲିସ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ୨୦୧୯ରେ ବଲାଙ୍ଗୀରର ଯେଉଁ ତାଲିମ କେନ୍ଦ୍ରରେ ନାମ ଲେଖାଇଥିଲେ ତାର ଯାଞ୍ଚ କରିବା ସହ ବିଦ୍ୟାଭାରତୀ ରହୁଥିବା ରୂମର ଯାଞ୍ଚ କରି ତାଲା ପକାଇଦେଇଛନ୍ତି।

Google

ରବିବାର ଦିନ ପାରଳାଖେମୁଣ୍ଡି ପୋଲିସ ବଲାଙ୍ଗୀର ପହଁଚି ବିଦ୍ୟାଭାରତୀ ରହୁଥିବା ରୁମକୁ ଯାଞ୍ଚ କରିଥିଲେ ଓ ସେଠୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଥିଲେ ବୋଲି ପାରଳାଖେମୁଣ୍ଡିର ଆଇଆଇସି କହିଛନ୍ତି। ଏହା ସହ ସେମାନଙ୍କ ହାତରେ କିଛି ପ୍ରମାଣ ମଧ୍ୟ ଲାଗିଥିବା ଜଣାପଡିଛି। ପୋଲିସ ସେଠାରେ ଲଗାତର ୪ ଘଣ୍ଟା ଧରି ଭଲସେ ଯାଞ୍ଚ କରିଥିଲା। ରବିବାର ଦିନ ସକାଳେ ପାରଳାଖେମୁଣ୍ଡିର ପୋଲିସ କର୍ମଚାରୀ ବଲାଙ୍ଗିରିରେ ପହଁଞ୍ଚି ସେଠାକର ଆଇଆଇସିଙ୍କ ସହ କଥା ହୋଇ ସେହି ତାଲିମ କେନ୍ଦ୍ରକୁ ଯିବା ସହ ଡେପୁଟି ଡ଼ାଇରେକ୍ଟର ହେମନ୍ତ ପ୍ରଧାନଙ୍କ ସହ କଥା ହୋଇଥିଲେ।

ଏବେ ବିଦ୍ୟାଭାରତୀଙ୍କ ରୁମରୁ ଅନେକ କାଗଜପତ୍ର ସହ କିଛି ଅଡିଓ ଭିଡ଼ିଓ ମିଳିଥିବା ଜଣାପଡିଛି। ଯେବେ ବିଦ୍ୟାଭାରତୀ ଏକ ବିବାହ ପାଇଁ କହି ବଲାଙ୍ଗୀର ଆସିଥିଲେ ସେବେ ସେ ଏକା ଆସିଥିଲେ ଓ କଣ କଣ ହୋଇଥିଲା ଏହା ଉପରେ ଅଧିକ ଖୋଳତାଡ଼ କରୁଛି ପୋଲିସ। ଏବେ ସେହି ଗାଡିର ଡ୍ରାଇଭରଙ୍କ ସହ ଆଲୋଚନା କରିଛି ପୋଲିସ।

Google

ଆପଣଙ୍କୁ ଜଣାଇଦେବୁଯେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ବିବାହ ପୂର୍ବରୁ ୨୦୧୯ରେ ବଲାଙ୍ଗୀର ପ୍ରାଣୀଧନ ତାଲିକ କେନ୍ଦ୍ରରେ ନାମ ଲେଖି ପ୍ରଶିକ୍ଷଣ ନେଉଥିଲେ କିନ୍ତୁ ବର୍ଷ ୨୦୨୦ରେ କୋଭିଡ କାରଣରୁ ସବୁ ବନ୍ଦ ହେବାପରେ ସେ ଘରକୁ ଚାଲିଆସିଥିଲେ ଓ ଏହା ମଧ୍ୟରେ ତାଙ୍କ ବାହାଘର ସୌମ୍ୟଙ୍କ ସହ ହୋଇଥିଲା। ସେ ଏହି ଏପ୍ରିଲ ୩ ରେ ପୁଣି ଏକ ପରୀକ୍ଷା ଥିବା କହି ବଲାଙ୍ଗିର ଆସି ହଷ୍ଟେଲରେ ପୁଣି ରହିଥିଲେ।

ଏବେ ପୋଲିସ ଏହା ଉପରେ କରୁଛିକି ଯେବେ ଵିଦ୍ୟାଭରତି ପରୀକ୍ଷା ଦେବାକୁ ଏପ୍ରିଲ ୩ ରେ ବଲାଙ୍ଗିର ଆସିଥିଲେ ସେ ସେଠାରେ କଣ ସବୁ କରିଥିଲେ ,କାହା କାହା ସହ ମିଶିଥିଲେ ଓ ତାଙ୍କ ସହ କିଏ ସାଙ୍ଗ ଥିଲେ ସବୁ ତଥ୍ୟ ଜାଣିବା ପାଇଁ ପ୍ରୟାସ କରୁଛି ପୋ-ଲି-ସ। ଏହା ନେଇ ହଷ୍ଟେଲ ପିଅନ, ଓ କ୍ଲର୍କଙ୍କ ସହ କଥା ହେଉଛି ପୋ-ଲି-ସ।

Google

ଏବେ ପୋଲିସର ବଲାଙ୍ଗୀର ତଦନ୍ତ ସରିଯାଇଛି ଓ ଏବେ ପୋଲିସ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଲାଗିଥିବା ଜଣାପଡିଛି। ଏବେ ଏହି ମୃତ୍ୟୁ ମାମଲା କେଉଁ ଆଡ଼କୁ ଯିବ ଏହା ଏକ ବଡ଼ ପ୍ରଶ୍ନ। ଏହା ଏକ ହତ୍ୟା କି ଆତ୍ମହତ୍ୟା ଏହା ଜାଣିବା ପାଇଁ ପୋଲିସ ପ୍ରୟାସ ଜାରିରଖିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *