ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା, ବିବାହର ବର୍ଷେ ପର୍ଯ୍ୟନ୍ତ ସମ୍ପର୍କ ନରଖିବା ପାଇଁ ହୋଇଥିଲା ଏଗ୍ରିମେଣ୍ଟ

ପାରଳାଖେମୁଣ୍ଡିର ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁ ଲାଗି ମୃତ୍ୟୁ ହେବା ପରେ ଏବେ ପୋଲିସ ତାହା ହତ୍ୟା ନା ଆତ୍ମହତ୍ୟା ତାହା ଉପରର ତଦନ୍ତ କରୁଛି ଯେଉଁଥିରେ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏବେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିବାହକୁ ନେଇ ଏକ ଏପରି ତଥ୍ୟ ସାମ୍ନାକୁ ଆସୁଛି ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Google

କହିରଖିବୁ ମିଳିଥିବା ଖବର ଅନୁସାରେ ଦୁହିଁଙ୍କ ବିବାହରେ ଏକ ଏଗ୍ରିମେଣ୍ଟ ହୋଇଥିଲା ଯାହାର ସର୍ତ୍ତ ଥିଲାକି ବିବାହର ବର୍ଷକ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିବ ନାହିଁ। ଏହି ତଥ୍ୟ ଆଉ କେହି ନୁହେଁ ବରଂ ନିଜେ ସୌମ୍ୟଙ୍କ ମା ଜଣାଇଛନ୍ତି। ସୌମ୍ୟଙ୍କ ମା କହିଛନ୍ତି ଯେ ମୋ ବୋହୁହିଁ ପୁଅକୁ ହତ୍ୟା କରିଛି କାରଣ ଦୁହିଁଙ୍କ ମଧ୍ୟରେ ବିବାହ ପୂର୍ବରୁ ଏକ ବଡ଼ ଏଗ୍ରୀମେଣ୍ଟ ହୋଇଥିଲା ଯାହା ହେଉଛି ବିବାହାର ଏକ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିବ ନାହିଁ ଏହା ସହ ସ୍ୱାମୀ ମଲେ ତାର ସବୁ ଜିନିଷ ସ୍ତ୍ରୀ ପାଇବ।ଏଭଳି ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ସୌମ୍ୟଙ୍କ ମା ।ସେ ଏହା ମଧ୍ୟ କହିଛନ୍ତିକି ସେ ମୋ ପୁଅକୁ ବିବାହ କରିଥିଲେ ମଧ୍ୟ ଡିଏଫଓଙ୍କ ସହ ତାର ଖରାପ ସମ୍ପର୍କ ଥିଲା।

ସୌମ୍ୟଙ୍କ ମା ଏହା ମଧ୍ୟ କହିଛନ୍ତିକି ବିବାହର ଏତେ ମାସ ପରେ ମଧ୍ୟ ପୁଅ ବୋହୂ ଦୁହେଁ ଖୁସି ନଥିଲେ। ଦୁହିଁଙ୍କ ମଧ୍ୟରେ ସର୍ଵଦା ଝଗଡା ହେଉଥିଲା ଓ ଅନେକ ସମୟରେ ବିଦ୍ୟାଭାରତୀ ଘରୁ ଡିଏଫଓଙ୍କ ଘରକୁ ପଳାଉଥିବା କହିଛନ୍ତି। ଏବେ ପର୍ଯ୍ୟନ୍ତ ପୋଲିସ ହାତରେ କୌଣସି ପ୍ରମାଣ ଲାଗିନାହିଁ। ଏବେ ଅଧିକ ତଥ୍ୟ ପାଇଁ ତଦନ୍ତ ଟିମ ବାଲେଶ୍ଵରର ଖଇରା ଯାଇଛି ଯାହା ଦ୍ୱାରା ସେଠାରେ ସୌମ୍ୟଙ୍କ ପରିବାର ସହିତ ଅଧିକ ଆଲୋଚନା ହୋଇପାରିବ।

Google

ପୋଲିସ ଏହା ମଧ୍ୟ କହିଛିକି ଏହା ପରେ ସେମାନେ ବିଦ୍ୟାଭାରତୀଙ୍କ ଘରକୁ ମୟୁରଭଞ୍ଜ ଯିବେ ଯେଉଁଠି ସବୁ ଖବର ମିଳିବାର ଆଶାରହିଛି। ଆପଣଙ୍କୁ କହିରଖିବୁ ଗତ ବର୍ଷ ଡିସେମ୍ବରରେ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କର ବିବାହ ହୋଇଥିଲା। ଏହି ମାସ ୧୨ ତାରିଖରେ ରାତି ଅଧରେ ହଟାତ ବିଦ୍ୟା ଭାରତୀ ପଡୋଶୀଙ୍କୁ ଡାକ ପକାଇଥିଲେ। ଲୋକମାନେ ଆସି ଦେଖିଲା ବେଳକୁ ସୌମ୍ୟରଞ୍ଜନଙ୍କ ଦେଶରେ ନିଆ ଲାଗିଛି ଓ ସେ ଅଧେ ଜଳିଗଲେଣି। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲ ନିଆଯାଇଥିଲା ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଠିକ ନହେଇପାରିବାରୁ ତା ପର ଦିନ କଟକର ଏକ ପ୍ରାଇଭେଟ ମେଡିକାଲ ନିଆଯାଇଥିଲେ ମଧ୍ୟ ସୌମ୍ୟ ଆଉ ବଞ୍ଚିନଥିଲେ। ଏବେ ପୋଲିସ ଏହି ମୃତ୍ୟୁର ତଦନ୍ତ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *