କୋଭିଡକୁ ଦେଖି ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ। ଚାରିଆଡେ ଖେଳିଗଲା ଚର୍ଚ୍ଚାର ବିଷୟ।

ସୌରଭ ଗାଙ୍ଗୁଲି ଖେଳାଳି ମାନଙ୍କ ବାୟୋ ବବୁଲକୁ ଚୁନତିପୂର୍ଣ୍ଣ କହିଛନ୍ତି। ଏହା ସହ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇର ଅଧକ୍ଷ ସୌରଭ ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଜୀବନର କୌଣସି ଭରସା ନାହିଁ ତେଣୁ ସବୁ ପଟୁ ତୟାରୀ ସହ ରହିବାକୁ ହେବ। ମଙ୍ଗଳବାରକୁ ବା ୬ ଏପ୍ରିଲ ୨୦୨୧କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶର ଖେଳାଳିଙ୍କ ତୁଳନାରେ ଭାରତୀୟ ଖେଳାଳି ମାନସିକ ସ୍ୱାସ୍ଥ୍ୟ ସହ ଲଢ଼ିବା ପାଇଁ ଅଧିକ “ସହନଶୀଳ” ଅଟନ୍ତି ବୋଲି ମହାନ ଖେଳାଳି ସୌରଭ ଗାଙ୍ଗୁଲି କହିଛନ୍ତି।

Google

କୋଭିଡ -୧୯ ର କୋପ ପରେ ଏବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଆରମ୍ଭ ହେଉଛି ତ ଖେଳାଳି ବାୟୋ ବବୁଲରେ ରହିବା ପାଇଁ ବାଧ୍ୟ ଅଟନ୍ତି। ସେଠାରେ ତାଙ୍କ ଜୀବନ ହୋଟେଲ ଓ ଷ୍ଟାଡିୟମ ପର୍ଯ୍ୟନ୍ତ ହିଁ ସୀମିତ ଖେଳାଳି ବାୟୋ ବବୁଲ ବାହାରେ କାହାକୁ ଭେଟ କରିପାରିବେ ନାହିଁ। ଏହା ସହ୍ୟ କରିବା ଖେଳାଳିଙ୍କ ପାଇଁ ଏକ କଠିନ ପରୀକ୍ଷା ପରି ହୋଇଥାଏ। ଅଳ୍ପ ଦିନ ତଳେ ଭାରତୀୟ କ୍ୟାପଟେନ କହିଥିଲେ ଏହି ସ୍ଥିତିରେ ଖେଳାଳି ମାନଙ୍କୁ ମାନସିକ ଅସୁବିଧାର ସାମ୍ନା କରିବାକୁ ପଡୁଛି।

ଗାଙ୍ଗୁଲି କଲିକତାର ଏକ ଅନଲାଇନ କାର୍ଯକ୍ରମରେ କହିଛନ୍ତି,”ମତେ ଲାଗୁଛିକି ବିଦେଶୀ ଖେଳାଳିଙ୍କ ଅପେକ୍ଷା ଆମ ଭାରତୀୟ ଖେଳାଳି ଅଧିକ ସହନଶୀଳ ଅଟନ୍ତି। ମୁଁ ଅଷ୍ଟ୍ରେଲିଆ , ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜର ବହୁତ ଖେଳାଳିଙ୍କ ସହ ଖେଳିଛି ସେମାନେ ମାନସିକ ସ୍ତରରେ ବହୁତ ଜଲ୍ଦି ହାର ମାନିନେଇଥାନ୍ତି”। ସେ ଆଗକୁ କହିଛନ୍ତି,”ପୂର୍ବ ୬-୭ ମାସ ହେବ ବାୟୋବବୁଲରେ ଖେଳ ହେଉଛି। ଏହା ବହୁତ କଷ୍ଟସାଧ୍ୟ ଅଟେ। ହୋଟେଲରୁ ଗ୍ରାଉଣ୍ଡକୁ ଯିବା ସେଠାରେ ଖେଳର ପ୍ରେସରକୁ ସମ୍ଭାଳିବା ପୁଣି ହୋଟେଲ ଆସିବା ପୁଣି ଗ୍ରାଉଣ୍ଡକୁ ଯିବା ଏହା ବହୁତ କଷ୍ଟସାଧ୍ୟ ଅଟେ ଓ ଏହା ପୁରା ଅଲଗା ଜୀବନ ଅଟେ”।

Google

ଏହା ପରେ ଗାଙ୍ଗୁଲି ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରୁ ହଟିବାର ଉଦାହରଣ ଦେଲେ। ଅଷ୍ଟ୍ରେଲିଆର ଖେଳାଳି, ସହାୟକ ଷ୍ଟାପ ଓ ସମୁଦାୟ ସ୍ୱାସ୍ଥ୍ୟର ଅସହ୍ୟପରିସ୍ଥିତିକୁ କାରଣ ଦର୍ଶାଇ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ ବିଶିଷ୍ଟ ଦକ୍ଷିଣ ଆଫ୍ରିକା ସିରିଜକୁ ବନ୍ଦ କରିଦେଇଛି। ଗାଙ୍ଗୁଲି କହିଲେ,”ଅଷ୍ଟ୍ରେଲିଆର ଟିମକୁ ଦେଖନ୍ତୁ ଭାରତ ସହ ସିରିଜ ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଟୁର କରିବାର ଥିଲା କିନ୍ତୁ ସେ ଏହାକୁ ବନ୍ଦ କରିଦେଲେ”।

ସୌରଭ ଗାଙ୍ଗୁଲି କହିଛନ୍ତି,”କୋଭିଡ଼-୧୯ ର ଡ଼ର ସବୁବେଳେ ରହିବ ଆମକୁ ସତର୍କ ରହିବାକୁ ପଡିବ।ଆପଣଙ୍କୁ ନିଜକୁ ମାନସିକ ରୂପରେ ତୟାର କରିବାକୁ ହେବ।ଆମ ସମସ୍ତଙ୍କୁ ନିଜକୁ ଏହା ପାଇଁ ପ୍ରସ୍ତୁତ କରିବାକୁ ହେବ କି ଆମ ସହ ଭଲ ହେବ। ଏହା ଆମ ତୟାରୀ ଉପରେ ନିର୍ଭର କରେ”। ଭାରତୀୟ ଟିମର ଏହି ପୂର୍ଵ ଲିଡ଼ର ତଥା କ୍ୟାପଟେନ କହିଛନ୍ତିକି ଯେବେ ତାଙ୍କୁ ୨୦୦୫ରେ କ୍ୟାପଟେନ ପଦରୁ ବାହାର କରାଗଲା ଏହା ତାଙ୍କ ଟିମ ପାଇଁ ଏକ ବଡ଼ ଝଟକା ଥିଲା। ଏହା ପରେ ମଧ୍ୟ ସେ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ।

Google

ସେ କହିଛନ୍ତି,”ଆପଣଙ୍କୁ ଏପରି ସ୍ଥିତି ସହ ଲଢ଼ିବାକୁ ହେବ।ଏହା ଆପଣଙ୍କ ମାନସିକ ରୂପରେ ଅଟେ। ଖେଳ ହେଉ ବା ଅନ୍ୟ କିଛି ଜୀବନର କୌଣସି ଭରସା ନାହିଁ। ଆପଣଙ୍କୁ ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ତୟାର ରହିବାକୁ ହେବ”।ସେ ଆଗକୁ କହିଛନ୍ତି,”ଯେବେ ଆପଣ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥାନ୍ତି ନିଜକୁ ଦୁନିଆ ସାମ୍ନାରେ ସାବ୍ୟସ୍ତ କରିବାର ପ୍ରେସର ଆପଣଙ୍କ ଉପରେ ଥାଏ। ଲଗାତର ଭଲ କରିବା ପରେ ମଧ୍ୟ ଯେବେ ଆପଣଙ୍କର ଖରାପ ସମୟ ଆସେ ସେବେ ଲୋକ ଆପଣଙ୍କ ଉପରକୁ ପ୍ରଶ୍ନ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ। ଏହା ଖେଳାଳିର ଜୀବନରେ ଲମ୍ବା ଟାଇମ ପର୍ଯ୍ୟନ୍ତ ଚାଲିଥାଏ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *