IPL ୨୦୨୧:ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଲେ ଆଇପିଏଲକୁ ନେଇ ବଡ଼ ବୟାନ। କହିଲେ ଲକଡାଉନ ହେଲେ……

ଆଇପିଏଲର ବର୍ତ୍ତମାନର ସଂସ୍କରଣର ଓଲଟା ଗଣତି ଆରମ୍ଭ ହୋଇଯାଇଛି। କିନ୍ତୁ କୋରନାର କେଶ ବୃଦ୍ଧି ହେବା କାରଣରୁ ଟି୨୦ ଲିଗର ସ୍ଥାନ ବଦଳିବାକୁ ନେଇ ବହୁତ ଚର୍ଚ୍ଚା ଧରିଥିଲା। କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାକୁ ନେଇ କଥା ସଫା କରିଦେଇଛନ୍ତି। ସେ କହିଦେଇଛନ୍ତି କି ଯଦି ମହାରାଷ୍ଟ୍ରରେ ଲକଡାଉନ ହେବ ତେବେ ମଧ୍ୟ ଏଠାରେ ମୁକାବିଲା କରାଯିବ। ଟି୨୦ ଲିଗର ଆରମ୍ଭ ଏପ୍ରିଲ ୯ରୁ ହେଉଅଛି। ମୁମ୍ବାଇରେ ୧୦ଟି ମ୍ୟାଚ ଖେଳାଯିବାର ଅଛି।

Google

ଟେଲିଗ୍ରାଫରେ କଥା ହୋଇ ସୌରଭ ଗାଙ୍ଗୁଲି କହିଲେ, ‘ଲକଡାଉନ ଲାଗିବ ତେବେ ଭଲ ହେବ କାରଣ ଆଖପାଖରେ ବହୁତ ଲୋକ ହେବେ ନାହିଁ। କିଛି ଲୋକଙ୍କ ଉପରେ ଧ୍ୟାନ ଦେବାକୁ ହେବ,ଯିଏ ବାୟୋ ବବଲରେ ଅଛନ୍ତି। ତାଙ୍କର ଲଗାତାର ପରୀକ୍ଷା ମଧ୍ୟ ହେଉଅଛି ।’ସେ କହିଲେ କି ଯେବେ ଆପଣ ବାୟୋ ବବଲକୁ ଯିବେ,ତେବେ ଆପଣଙ୍କୁ କିଛି ହୋଇପାରିବ ନାହିଁ। ଗତ ବର୍ଷ ୟୁଏଇରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏପରି କିଛି ମାମଲା ଜୋର ଧରିଥିଲା। ଥରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ ତେବେ ସବୁ ଜିନିଷ ଆପେ ଆପେ ଠିକ ହୋଇଯିବ। ପୂର୍ବ ୨୪ଘଣ୍ଟା ଭିତରେ ମୁମ୍ବାଇରେ କୋରନାର ପାଖାପାଖି ୯ହଜାର କେଶ ଆଗକୁ ଆସିଛି।

Google

ପୂର୍ବ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କହିଲେ କି ଲକଡାଉନ ପାଇଁ କିଛି ଅସୁବିଧା ହେବନାହିଁ। ସରକାରଙ୍କ ତରଫରୁ ମ୍ୟାଚ ଆୟୋଜନ କରିବାର ଆମ ପାଖରେ ଅନୁମତି ଅଛି। ମୁମ୍ବାଇରେ ୧୦ରୁ ୨୫ ଏପ୍ରିଲ ମଧ୍ୟରେ ୧୦ଟି ମୁକାବିଲା ହେବ। ବାୟୋ ବବଲ ଭିତରେ କୌଣସି ପ୍ରବ୍ଲେମ ହେବନି। ଆମର ଏକ ଅତି ସୁରକ୍ଷା ବଳୟର ମାର୍ଗ ଅଛି।ଚାରୋଟି ଦଳକୁ ନିଜର ଆରମ୍ଭ ମ୍ୟାଚ ମୁମ୍ବାଇରେ ଖେଳିବାର ଅଛି। ଏଥିରେ ପଞ୍ଜାବ କିଙ୍ଗସ,ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲସ ଓ ରାଜସ୍ଥାନ ରୟାଲର୍ସ ଅଛି।

Google

ଲିଗ ସହ ଜଡିତ ୨୨ଜଣ ହୋଇଛନ୍ତି ପଜିଟିଭି: ବିରାଟ କୋହଲିଙ୍କ ଅଧିନାୟକତ୍ୱ ଦଳ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋରର ଦେବଦତ୍ତ ପାଡିକଲ କୋରନା ପଜିଟିଭି ବାହାରିଛନ୍ତି। ଦେବଦତ୍ତ ପାଡିକଲ ପଜିଟିଭି ହେବାର ତୃତୀୟ ଖେଳାଳୀ ଅଟନ୍ତି। ତାଙ୍କ ପୂର୍ବରୁ କେକେଆରର ନୀତିଶ ରାଣା ଏବଂ ଦିଲ୍ଲୀର ଅକ୍ଷର ପଟେଲ କୋରନା ପଜିଟିଭ ବୋଲି ବାହାରିସାରିଛନ୍ତି।ଏହା ଛଡ଼ା ୱାଙ୍ଖେଡେ ଷ୍ଟାଡିୟମର କର୍ମଚାରୀ ଏବଂ ବିସିସିଆଇ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରତିଯୋଗିତା ପ୍ରବନ୍ଧନ ସହ ମିସିଥିବା ୮ଜଣ ଲୋକ ବି ପଜିଟିଭ ବୋଲି ଜଣା ପଡିଛନ୍ତି। କହିବାକୁ ଗଲେ ଆଇପିଏଲ ସହିତ ଯୋଗ ଦେଇଥିବା ୨୨ଜଣ ଲୋକ ଏ ଯାଏ କୋରନା କବଳରେ ଆସିଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *