ଆସିଲା ବଡ଼ ଖବର: ଅନ୍ତରିକ୍ଷରେ ଉଠିଲା ଗଛ, ଏବେ ହେବ ଚାଷ!

କଥା ଅନ୍ତରିକ୍ଷରେ ଯାଇ ରହିବା ଓ ଖାଇବା ଉପରେ ହେଲେ ମନ ରୋମାଞ୍ଚକର ହୋଇଯାଇଥାଏ। ଅନ୍ତରୀକ୍ଷକୁ ମଣିଷ ଯିବା ପାଖାପାଖି ସଫଳ ହୋଇଯାଇଛି। ଏବେ କିଛି ଏପରି କରିବା ପାଇଁ ଅନ୍ତରୀକ୍ଷ ଯାତ୍ରୀ ତୟାର ହେଉଛନ୍ତି। ଯାହା ଦ୍ୱାରା ଅନ୍ତରୀକ୍ଷରେ ଚାଷ କରାଯିବ। ଏହା ପୁରା ସତ ଇଣ୍ଟରନେସନାଲ ସ୍ପେସ ସେଣ୍ଟରରେ ଉପସ୍ଥିତ ଅଷ୍ଟ୍ରୋନଟଙ୍କ ପାଇଁ ପରିବା ଗଛ ପଠାଯାଇଛି। ଯେଉଁଥିରେ ଚାଇନିଶ ପତ୍ର ଶାଗ “ପାକ ଚୋଇ”ସାମିଲ ଥିଲା। ଯାହାକୁ ଏବେ ଅଷ୍ଟ୍ରୋନଟ ସ୍ପେସରେ ଚାଷ ପାଇଁ ଲାଗିଛନ୍ତି। ଯଦି ଏହା ସମ୍ଭବ ହେବ ତେବେ ଏହା ଚନ୍ଦ୍ର ଓ ମଙ୍ଗଳ ମିଶନରେ ସହାୟକ ହେବ। କାରଣ ଏହି ମିଶନରେ ଖାଦ୍ୟ ଏକ ମୁଖ୍ୟ ଅସୁବିଧା ଅଟେ ବୋଲି ଜଣା ଯାଉଛି।

Google

ଅଳ୍ପଦିନ ତଳେ ନାସା ଏକ ଫଟୋ ସେୟାର କରିଥିଲା ଯେଉଁଥିରେ ନାସାର ବୈଜ୍ଞାନିକ ସ୍ପେସରେ ଫସଲ ଲଗାଉଥିବା ଦେଖାଯାଇଥିଲା। ଯାହାକୁ ପ୍ରୋଜେକ୍ଟ “ବେଜ” ନାମ ଦିଆଯାଇଛି। ଆପଣଙ୍କ ଜାଣିବା ପାଇଁ କହିଦେବୁ କି ସ୍ପେସରେ ଉପସ୍ଥିତ ବୈଜ୍ଞାନିକ ମାନଙ୍କ ପାଇଁ ପୃଥିବୀରୁ ପରିବା ପଠାଯାଇଥିଲା। ଏହା ମଧ୍ୟରୁ କିଛିକୁ ଅନ୍ତରୀକ୍ଷରେ ଚାଷ କରାଯିବ। ସ୍ପେନରେ ଚାଷ କରାଯିବାକୁ ଥିବା ପରିବାକୁ” ବେଜ ୩” ଓ “ବେଜ ୩ ଏଲ” ନାମ ଦିଆଯାଇଛି।ଏତିକି ନୁହେଁ ସ୍ପେସରେ ସୋରିଷ ଓ ପାକ ଚୋଇ ଚାଷମଧ୍ୟ କରାଯିବ। ବେଜ ୩” ଓ “ବେଜ ୩ ଏଲ” ପ୍ରୟୋଗ ଦ୍ଵାରା”ଅମାରା” ସୋରିଷ ଓ ପାକ ଚୋଇ ମଧ୍ୟ ଚାଷ କରାଯିବ ବୋଲି ତଥ୍ୟ ଆସିଛି।

ଆପଣଙ୍କୁ କହିରଖିବୁକି ଅମାରା ସୋରିଷକୁ “ଇଥିଓପିଓନ କାଲେ ” ବି କୁହାଯାଇଥାଏ। ହୋପକିଂସରେ ଦୁଇ ଫସଲକୁ ପ୍ରଥମ ଥର ୧୩ ଏପ୍ରିଲକୁ ଲଗାଯାଇଥିଲା। ଏବେ ବିଶ୍ୱାସ କରାଯାଉଅଛିକି ଏହି ଫସଲ ୬୪ ଦିନ ଯାଏ ଚାଷ କରାଯିବ।

ଆପଣଙ୍କୁ ଜଣାଥିବକି ଏହା ପୂର୍ବରୁ ନାସାର ଅନ୍ତରୀକ୍ଷ ଯାତ୍ରୀ ଅନ୍ତରିକ୍ଷ ଷ୍ଟେସନର କୋଲମ୍ବସ ଲେବେରେଟରି ମାଡ୍ୟୁଲରେ “ମିଜୁନା ସୋରିଷ”ଚାଷ କରିସାରିଛନ୍ତି। ଯାହାକି ଏକ ପତ୍ରଯୁକ୍ତ ଫସଲ ହୋଇଥାଏ। ଯାହାର ଉପଯୋଗ ସଲାଡ଼ ଆକାରରେ କରାଯାଇଥାଏ। ହାଲକା ସବୁଜ ରଙ୍ଗର ଏହାର ପତ୍ର ସୋରିଷ ଓ ଧନିଆ ସହ ମିଶିଥାଏ। ଯାହାର ସ୍ୱାଦ ରାଗ ହୋଇଥାଏ।

Google

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଅନ୍ତରୀକ୍ଷ ଯାତ୍ରୀ ଜେସିକା ମିର ଓ କ୍ରିଷ୍ଟେନା କୋଚ ମେଜୁନା ସୋରିଷକୁ ଚାଷ କରିବାରେ ସଫଳ ହୋଇଥିଲେ ବୋଲି ଜଣା ଯାଇଛି। କେବଳ ଏତିକି ନୁହେଁ ବିତିଥିବା ବର୍ଷରେ ନାସାର ଏଷ୍ଟ୍ରୋନଟ କେଟ ରୁବିନ୍ସ ସ୍ପେସ ଷ୍ଟେସନରେ ମୂଳା ଚାଷ କରିବାରେ ସଫଳ ହୋଇଥିଲେ ବୋଲି ଜଣା ଯାଇଛି। ସେହି ଦିଗରେ ଆଗକୁ ବଢି ଏବେ ସ୍ପେସ ଷ୍ଟେସନରେ ବହୁତ ପରିବା ଚାଷ ପାଇଁ ପ୍ରସ୍ତୁତ କରାଯାଉଛି। ଯଦି ଆଗାମୀ ଫସଲ କରିବାରେ ବୈଜ୍ଞାନିକ ସଫଳ ହୋଇଯାଆନ୍ତି ତେବେ ଅନ୍ତରିକ୍ଷରେ ଚାଷ ସମ୍ଭବ ହୋଇଯିବ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *