ଏକାସାଙ୍ଗରେ ଦେଖିବାକୁ ମିଳିଲେ ମହାନ କ୍ରିକେଟର କ୍ଳାଇବ ଲୋୟଡ଼ ଓ ଅମିତାଭ ବଚ୍ଚନ! ଭାଇରଲ ହେଉଛି ଫଟୋ

ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଇଂଲଣ୍ଡରେ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି ଯାହାର ଆରମ୍ଭ ୪ ଅଗଷ୍ଟକୁ ହୋଇଯାଇଥିଲା। ନଟିଂହମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବର୍ଷା କାରଣରୁ ଡ୍ର ହୋଇଯାଇଥିଲା। ଏହା ପରେ ୧୨ ଅଗଷ୍ଟରୁ ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଖେଳାଯାଉଛି। ଇଂଲଣ୍ଡର ଅଧିନାୟକ ଜୋ ରୁଟ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ଫଇସଲା ଗ୍ରହଣ କରିଥିଲେ। ସେହିପରି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ରାହୁଲଙ୍କ ଶତକ ବଳରେ ୩୬୪ ରନ କରିଥିଲେ। ଏହା ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ୧୮୦ ରନର ପାରି ଦ୍ଵାରା ୩୯୧ ରନ କରିପାରିଥିଲା।

Google

ମ୍ୟାଚର ତୃତୀୟ ଦିନ ଏକ ଅଦ୍ଭୁତ ଘଟଣା ଘଟିଛି କାରଣ ତୃତୀୟ ଦିନ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ୱେଷ୍ଟଇଣ୍ଡିଜର ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ଓ ଅଧିନାୟକ କ୍ଳାଇବ ଲୋୟଡ଼ ଓ ଅଭିନେତା ଅମିତାଭ ବଚ୍ଚନଙ୍କୁ ଏକାସାଥିରେ ବସି ମ୍ୟାଚ ଦେଖିଥିବା ଦେଖିବାକୁ ମିଳିଥିଲା କିନ୍ତୁ ପରେ ପ୍ରକୃତ କଥା ଜଣାପଡିଲାକି ଅମିତାଭଙ୍କ ଭଳି ଅନ୍ୟ ଜଣେ ଲୋକ ଯିଏକି ପୁରା ଅମିତାଭ ବଚନଙ୍କ ପରି ଦେଖାଯାଉଥିଲା।

ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଛି ଓ ଅନେକ ଲୋକ ଏହା ଉପରେ ଅନେକ ପ୍ରକାର ମଜାଳିଆ କମେଣ୍ଟ କରୁଛନ୍ତି। ଜଣେ ୟୁଜର କ୍ଳାଇବ ଲୋୟଡ଼ଙ୍କ ସହ ସିନିୟର ଵଚନ ଥିବା କହିଛନ୍ତି,ଏହା ଆସୁ ଜଣେ ୟୁଜର୍ସ ମଧ୍ୟ ମଜାଳିଆ ଇମୋଜି ଛାଡି ବ୍ରିଟିସ ଅମିତାଭ ବଚ୍ଚନ ବୋଲି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *