ଟି-୨୦ ବିଶ୍ୱକପ:ଅଷ୍ଟ୍ରେଲିଆ ଘୋଷଣା କଲା ଟିମ, ସ୍ଥାନ ପାଇଲେ ଏହି ଏହି ବଡ଼ ଷ୍ଟାର ଖେଳାଳି

ଟି-୨୦ ବିଶ୍ୱକପ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଟିମ ଘୋଷଣା କରିଦେଇଛି। ଏଥିରେ ଅନେକ ବଡ଼ ଖେଳାଳି ଫେରିଛନ୍ତି ଓ ଅଷ୍ଟ୍ରେଲିଆ ପାଇଁ ଖୁସି ଖବର ଆସିଛି। ତେବେ ଆସନ୍ତୁ ଜାଣିବା କିଏ କିଏ ଦଳକୁ ଫେରିଛନ୍ତି ଓ କିଏ ହେବ ଅଧିନାୟକ।ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ପୂର୍ଵ କିଛି ସମୟ ଭଲ ରହିନାହିଁ କାରଣ ଅଷ୍ଟ୍ରେଲିଆକୁ ପ୍ରଥମେ ୱେଷ୍ଟଇଣ୍ଡିଜ ହରାଇଲା ପରେ ପ୍ରଥମ ଥର ଅଷ୍ଟ୍ରେଲିଆ ବଙ୍ଗଳାଦେଶ ଠୁ ହାରିଲା।

Google

ଏହି ଦୁଇ ସିରିଜରେ ଟିମର ମୁଖ୍ୟ ଖେଳାଳି ନଥିଲେ ଅଧିନାୟକ ଏରନ ଫିଞ୍ଚ ମଧ୍ୟ ନଥିଲେ କିନ୍ତୁ ଏବେ ଟିମର ଅନେକ ମୁଖ୍ୟ ଖେଳାଳି ଦଳକୁ ଫେରିବା ସହ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇସାରିଛି। ଅକ୍ଟୋବର- ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମର ଅଧିନାୟକ ଏରନ ଫିଞ୍ଚ ରହିବେ। ଜେବେକି ଷ୍ଟିବ ସ୍ମିଥ, ଡେଭିଡ ୱାନର, ଗ୍ଲେନ ମାସ୍କୋଏଲ, ଓ ପେଟ କମିନ୍ସ ଦଳକୁ ଫେରିଛନ୍ତି। ଏହି ଷ୍ଟାର ଖେଳାଳି ମାନେ ଆଘାତ ଓ କିଛି ବ୍ୟକ୍ତିଗତ କାରଣ ପାଇଁ ଅନେକ ସମୟ ଧରି ଟିମରୁ ବାହାରେ ଥିଲେ।

ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ ଟିମକୁ ଦେଖିବା ତ ଏରନ ଫିଞ୍ଚ(ଅଧିନାୟକ), ଏଷ୍ଟନ ଏଗର, ପେଟ କମିନ୍ସ(ଉପ ଅଧିନାୟକ), ଜୋସ ହେଜଲହୁଡ଼, ଜୋସ ଇଙ୍ଗାଲିସ, ମିଚେଲ ମାର୍ସ, ଗ୍ଲେନ ମାସ୍କୋଏଲ, କେନ ରିଚର୍ଡସନ ,ଷ୍ଟିବ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋନିସ ,ମିଚେଲ ସ୍ୱାପସନ ,ମେଥୟୁ ବେଡ଼, ଡେଭିଡ ୱାନର, ଏଡ଼ମ ଜାମ୍ପାଙ୍କୁ ଜାଗା ମିଳିଛି। ଟ୍ରାଭେଲିଙ୍ଗ ରିଜର୍ଭ ରୂପରେ ଡାନ ଖ୍ରୀଷ୍ଟିଅନ, ନାଥନ ଏଲିସ, ଡେନିୟଲ ସାମ୍ସଙ୍କୁ ରଖାଯାଇଛି।

ପ୍ରେସର ଝାଏ ରିଚର୍ଡସନ, ଏଣ୍ଡୟୁ ଟାଏ, ଯେମ୍ସ ବେହରେନଡୋଫ ,ଏଲେକ୍ସ କୈରି, ମୋଇଶେଷ ହେନେରୀକ୍ସ, ଜୋସ ଫିଲିପ, ଏଷ୍ଟନ ଟର୍ନରଙ୍କୁ ମଧ୍ୟ ଜାଗା ମିଳିନି। ଫିଞ୍ଚ ପୁଣି ଅଷ୍ଟ୍ରେଲିଆର ଅଧିନାୟକତ୍ୱ କରୁଥିବା ଦେଖାଯିବେ କିନ୍ତୁ କିଛି ସପ୍ତାହ ପୂର୍ବରୁ ତାଙ୍କ ଗୋଡରେ ସର୍ଜରି ହୋଇଥିଲା କିନ୍ତୁ ନାମ ଘୋଷଣା ପରେ ଲାଗୁଛି ସେ ଟି-୨୦ ବିଶ୍ୱକପ ପୂର୍ବରୁ ଠିକ ହୋଇଯିବେ।ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଜିତିପାରିନାହିଁ। ଅଷ୍ଟ୍ରେଲିଆ ୨୦୧୦ରେ ଫାଇନାଲରେ ପହଁଚିଥିଲା ଓ ଫାଇନାଲରେ ଇଂଲଣ୍ଡ ହାତରୁ ହାରିଥିଲା। ଏବେ ଦେଖିବା ବାକି ରହିଲା ଅଷ୍ଟ୍ରେଲିଆର ଏହି ଟିମ କଣ ଏଥର ଟି-୨୦ ବିଶ୍ୱକପର ଟ୍ରଫି ଜିତିପାରିବ କି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *