ପୂର୍ବ ଲୟକୁ ଫେରିଲେ ଚେତେଶ୍ୱର ପୂଜାରା, ଦେଲେ ଇଂଲଣ୍ଡ ବୋଲରଙ୍କୁ କଡା ଜବାବ, ଲାଗୁଛି ଜିତିବାର ମୌକା

ଅନେକ ଦିନରୁ ଖରାପ ଫର୍ମକୁ ଦେଇ ଗତିକରୁଥିବା ଭାରତର ମହାନ ଟେଷ୍ଟ ବ୍ୟାଟ୍ସମ୍ୟାନ କୁହାଯାଉଥିବା ଚେତେଶ୍ୱର ପୂଜାରା ଏବେ ଧୀରେ ଧୀରେ ନିଜ ପୁରୁଣା ଫର୍ମକୁ ଫେରୁଛନ୍ତି। କାରଣ ଅନେକ ଟେଷ୍ଟରୁ ସେ ଗୋଟେ ମଧ୍ୟ ଭଲ ପାରି ଖେଳିପାରିନଥିଲେ। ତୃତୀୟ ଟେଷ୍ଟର ପ୍ରଥମ ପାରିରେ ମଧ୍ୟ ପୂଜାରା ଖରାପ ପ୍ରଦର୍ଶନ କରିଥିଲେ।କିନ୍ତୁ ଏବେ ଦ୍ୱିତୀୟ ପାରିରେ ପୂଜାରା ଅନେକ ଦିନର ଖରାପ ଫର୍ମକୁ ପଛରେ ପକାଇ ଏକ ଭଲ ଫର୍ମକୁ ଫେରିଛନ୍ତି ଓ ଭାରତ ଦ୍ୱିତୀୟ ପାରିରେ ଭଲ ଖେଳ ଜାରିରଖିଛି।ଅଧିନାୟକ ବିରାଟ କୋହଲି ୪୫ ଓ ଚେତେଶ୍ୱର ପୂଜାରା ୯୧ ରନ କରି ନଟଆଉଟ ଅଛନ୍ତି ଯାହା ଦ୍ୱାରା ତୃତୀୟ ଦିନ ଖେଳ ଶେଷ ସୁଧା ଭାରତ ୨୧୫ ରନରେ ୨ ଟି ୱିକେଟ ହରାଇଛି। ଏହା ସହ ଏବେ ମଧ୍ୟ ଭାରତ ୧୪୯ ରନ ଇଂଲଣ୍ଡରୁ ପଛରେ ଅଛି।

Google

ଦ୍ୱିତୀୟ ଇନିସରେ ଭାରତର ଆରମ୍ଭ ଭଲ ରହିଥିଲା କାରଣ ଓପନର ରୋହତ ଶର୍ମା ୫୯ ରନ କରିଥିଲେ। ତୃତୀୟ ଦିନ ଖେଳ ଲାଇଟ ପାଇଁ ଯଦି ବନ୍ଦ ହୋଇଯାଇଥିଲା। ଏହା ସହ ଚତ୍ରୁର୍ଥ ଦିନ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏବେ ସେଟ ଥିବା ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରତର ହାରିବା ଜିତିବା ନିର୍ଭର କରିବ। କହିରଖିବୁ ଇଂଲଣ୍ଡ ତୃତୀୟ ଦିନ ଖେଳରେ ପ୍ରଥମ ପାରିରେ ୪୩୨ ରନ କରି ଅଲଆଉଟ ହୋଇଥିଲା।

ଇଂଲଣ୍ଡ ପାଖରେ ୩୫୪ ରନର ବଡ଼ ଲିଡ଼ ରହିଥିଲା ଯାହାକୁ ନେଇ ଭାରତ ଦ୍ୱିତୀୟ ପାରି ଆରମ୍ଭ କରି ଭଲ ଆରମ୍ଭ କରିଥିଲା। ଦୁଇ ଓପନର ରାହୁଲ ଓ ରୋହିତ ପ୍ରଥମ ୱିକେଟ ପାଇଁ ୩୪ ରନର ପାର୍ଟନରସିପ କରିଥିଲେ ଯାହା ପରେ ରାହୁଲ ଆଉଟ ହୋଇଯାଇଥିଲେ କିନ୍ତୁ ଏହା ପରେ ଭାରତର ଟେଷ୍ଟ କ୍ରିକେଟର ଚଟାଣ କୁହାଯାଉଥିବା ଚେତେଶ୍ୱର ପୂଜାରା ପାରିକୁ ରୋହିତଙ୍କ ସହ ମିଶି ଆଗକୁ ନେଇଥିଲେ ଓ ଦ୍ୱିତୀୟ ୱିକେଟ ପାଇଁ ୮୨ ରନର ପାର୍ଟନରସିପ କରିଥିଲେ। ଯାହା ପରେ ୫୯ ରନ କରି ରୋହିତ ଆଉଟ ହୋଇଯାଇଥିଲେ।

ଏହା ପରେ ପୂଜାରାଙ୍କ ସାଥ ଦେବାକୁ ଓହ୍ଲାଇଥିଲେ ଅଧିନାୟକ ବିରାଟ କୋହଲି। ଦୁହେଁ ଧୀରେ ଧୀରେ ପାରିକୁ ଆଗକୁ ବଢ଼ାଉଛନ୍ତି ଓ ଲମ୍ବା ସମୟ ପରେ ପୂଜାରା ୩୦ ତମ ଅର୍ଦ୍ଧଶତକ ହାସଲ କରି ଏବେ ଶତକ ଠୁ ଅଳ୍ପ ଦୂରରେ ଅଛନ୍ତି। ତାଙ୍କ ଠୁ ଟିମକୁ ବଡ ପାରିର ଆଶା ଅଛି ଜେପରି ଭାରତ ଏହି ମ୍ୟାଚକୁ ଫେରିପାରିବ। କୋହଲି ମଧ୍ୟ ସୁନ୍ଦର ଭାବେ ଖେଳିଚାଲିଛନ୍ତି ତାଙ୍କ ଠୁ ମଧ୍ୟ ଟିମକୁ ବଡ଼ ସ୍କୋରର ଆଶା ଅଛି।

ଦୁହେଁ ଏବେ ତୃତୀୟ ୱିକେଟ ପାଇଁ ୯୯ ରନର ପାର୍ଟନରସିପ କରି ନଟଆଉଟ ଅଛନ୍ତି।ଏବେ ସୁଧା ପୂଜାରା ୯୧ ଓ କୋହଲି ୪୫ ରନ ପୁରଣ କରିଛନ୍ତି।ପୂଜାରା ନିଜଶତକ ଆଡ଼କୁ ଓ କୋହଲି ଅର୍ଦ୍ଧଶତକ ଆଡ଼କୁ ବଢୁଛନ୍ତି। ଭାରତର ପ୍ରଥମ ପାରି ଅତ୍ୟନ୍ତ ଖରାପ ଥିଲା କାରଣ ଭାରତ ପ୍ରଥମ ପାରିରେ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଥିଲା କିନ୍ତୁ ଇଂଲଣ୍ଡର ପ୍ରଥମ ପାରି ଭଲ ଥିଲା ଓ ଇଂଲଣ୍ଡ ପ୍ରଥମ ପାରିରେ ୪୩୨ ରନ କରିଥିଲା। ଇଂଲଣ୍ଡ ପାଇଁ ଅଧିନାୟକ ରୁଟ (୧୨୧), ହାସିବ ଅହମ୍ମଦ(୬୮) ଓ ରରି ବନ୍ସ (୬୧)ରନର ପାରି ଖେଳିଥିଲେ। ସେହିପରି ଭାରତୀୟ ବୋଲର ମଧ୍ୟରୁ ସାମୀ ୪ ଟି ଓ ବୁମରା, ସିରାଜ ଓ ଜାଡେଜା ୨ ଟି ଲେଖା ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *