ବଡ଼ ଖବର: ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ହରାଇ ଆୟରଲ୍ୟାଣ୍ଡ ରଚିଲା ଇତିହାସ, ଖବର ଭାଇରଲ

ପ୍ରଥମେ ଏଣ୍ଡି ବାଲବର୍ନିଙ୍କ ଶାନଦାର ଶତକ ଏବଂ ପୁଣି ବୋଲରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଆୟରଲ୍ୟାଣ୍ଡ ସାଉଥ ଆଫ୍ରିକାକୁ ଦ୍ୱିତୀୟ ଦିନିକିଆ ମ୍ୟାଚରେ ୪୩ ରନରେ ହରାଇ ଇତିହାସ କରିଥିଲା। ଦିନିକିଆ କ୍ରିକେଟରଙ୍କ ଇତିହାସରେ ଆୟରଲ୍ୟାଣ୍ଡ ପ୍ରଥମ ଥର ସାଉଥ ଆଫ୍ରିକାକୁ ହରାଇଅଛି। ଏବେ ତାଙ୍କ ପାଖରେ ତିନି ମ୍ୟାଚର ଏହି ସିରିଜକୁ ଜିତିବାର ବି ମୌକା ଅଛି। ବର୍ଷା ଯୋଗୁଁ ସିରିଜର ପ୍ରଥମ ମ୍ୟାଚ ଭିଜି ଯାଇଥିଲା। ଟସ ଜିତିବା ପରେ ବ୍ୟାଟିଂ କରିବାକୁ ଚୟନ କରି ଆୟରଲ୍ୟାଣ୍ଡର ଅଧିନାୟକ ଏଣ୍ଡିଙ୍କ ଶତକୀୟ ପାଳିର ଦମରେ ନିର୍ଦ୍ଧାରିତ ଓଭରରେ ୫ ୱିକେଟର କ୍ଷତିରେ ୨୯୦ ରନ ବନେଇବାର ନଜର ଆସିଥିଲା।

Google

ଜବାବରେ ସାଉଥ ଆଫ୍ରିକା ଦଳ ୨୪୭ ରନରେ ହିଁ ସମସ୍ତେ ଆଉଟ ହୋଇଗଲେ। ଏଣ୍ଡିଙ୍କ ଛଡା ହ୍ୟାରି ଟେକ୍ଟର ୭୯ର ପାଳି ଖେଳିଲେ। ସାଉଥ ଆଫ୍ରିକାର ଆଣ୍ଡିଲ ଫେକୁଲୱାୟୋ ୨ ୱିକେଟ ଅକ୍ତିଆର କରିଥିଲେ। ସେହିପରି ସାଉଥ ଆଫ୍ରିକା ପାଇଁ ଜାନେମନ ମଲାନ ସବୁଠାରୁ ଅଧିକ ୮୪ ରନ କରିଲେ। ଇଂରାଜୀ ବୋଲର ମାର୍କ ଆଡେୟାର,ଜୋଶ ଲିଟିଲ ଏବଂ ଏଣ୍ଡି ମୈକବ୍ରିନଙ୍କୁ ଦୁଇଟି ସଫଳତା ମିଳିଲା।

ଆୟରିସ ବ୍ୟାଟ୍ସମ୍ୟାନ ମାନେ ଜମିକରି ମାରିଲେ ରନ:

ପ୍ରଥମେ ବ୍ୟାଟିଂ କରି ଆୟରିସ ବ୍ୟାଟ୍ସମ୍ୟାନ ମାନେ ଜମିକରି ରନ ମାରିଲେ। ପଲ ଷ୍ଟାଲିଂଙ୍ଗ ୨୭ଓ ଏଣ୍ଡି ୧୦୨ ମିଶି ମଜବୁତ ଆରମ୍ଭ କଲେ। ୬୪ରନରେ ପଲଙ୍କ ରୂପରେ ପ୍ରଥମ ୱିକେଟ ଯିବା ପରେ ଏଣ୍ଡିଙ୍କୁ ମୈକବ୍ରିନଙ୍କ ସାଥ ମିଳିଲା। ୧୨୪ରନରେ ମୈକବ୍ରିନ ଓ ୧୯୪ରନରେ ଏଣ୍ଡିଙ୍କ ରୂପରେ ଆୟରିସ ଦଳକୁ ୩ଟି ଝଟକା ଲାଗିଲା। ଏହାପରେ ଟେକ୍ଟର ୭୯ ଓ ଡାକରେଲ ୪୫ ଶାନଦାର ଭାଗିଦାରୀ କଲେ ଓ ସ୍କୋର ୨୮୪ରନ ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ୫୦ତମ ଓଭରର ଦ୍ୱିତୀୟ ବଲରେ ଟେକ୍ଟର ଆଉଟ ହେଲେ ଓ ପୁଣି ପାଳିର ଶେଷ ବଲରେ ଡାକରେଲଙ୍କ ରୂପରେ ଆୟରଲ୍ୟାଣ୍ଡକୁ ୨୯୦ରନରେ ପଞ୍ଚମ ଝଟକା ଲାଗିଲା। ଏଣ୍ଡି ୧୧୭ଟି ବଲରେ ୧୦ଟି ଚଉକା ଓ ୨ଟି ଛକା ସହଯୋଗରେ ୧୦୨ରନ କଲେ। ଯେବେକି ଟେକ୍ଟର ୬୮ଟି ବଲରେ ୬ଟି ଚଉକା ଏବଂ ୪ଟି ଛକା ଲଗାଇ ୭୯ରନ କଲେ।

Google
ଇଂରାଜୀ ବୋଲରମାନେ ଅସୁବିଧା ସୃଷ୍ଟି କରିଦେଲେ:

ବ୍ୟାଟ୍ସମ୍ୟାନଙ୍କ ପରେ ଇଂରାଜି ବୋଲରମାନେ ସାଉଥ ଆଫ୍ରିକା ପାଇଁ ଅସୁବିଧା ସୃଷ୍ଟି କରିଦେଲେ। ବୋଲରମାନେ ବହୁତ ଜୋରରେ ବୋଲିଂ କରିଥିଲେ। କୌଣସି ବି ବୋଲର ୫.୫୦ରୁ ଅଧିକ ଇକୋନୋମି ଠାରୁ ବୋଲିଂ କରିନଥିଲେ। ନିୟନ୍ତ୍ରିତ ବୋଲିଂ ଓ ନିର୍ଧାରିତ ଅନ୍ତରାଳରେ ପଡୁଥିବା ୱିକେଟ କାରଣରୁ ଦକ୍ଷିଣ ଆଫ୍ରିକା ଦଳ ଚାପରେ ଆସିଗଲା। କେବଳ ମଲାନ ହିଁ ଅର୍ଦ୍ଧଶତକ କରିପାରିଲେ। ସେ ୯୬ ବଲରେ ୮୪ ରନ କଲେ। ତାଙ୍କ ଛଡା ୱାନ ଡର ଦୁସାନ ୭୦ ବଲରେ ୪୯ ରନ ଏବଂ ଡେଭିଡ ମିଲର ୨୪ ରନ କଲେ। ଆଉ କେଉଁ ବ୍ୟାଟ୍ସମ୍ୟାନ ୧୭ ରନରୁ ଅଧିକ କରିପାରିଲେ ନାହିଁ। ଏହାକୁ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *