ଏଭଳି ଅର୍ଦ୍ଧଶତକ ନଥିଲା କୋହଲିଙ୍କ ଠୁ ଆଶା! ଲଗାତାର ୫୦ ମ୍ୟାଚ ହେଲାଣି ହେଲେ ନାହିଁ କୋହଲିଙ୍କ ଶତକ

ବିରାଟ କୋହଲି ଯେତେବେଳେ ମୈଦାନ ଉପରକୁ ଆସନ୍ତି ତାଙ୍କ ଠାରୁ ସର୍ବଦା ବଡ ବଡ ପାରି ଖେଳିବାର ଆଶା କରା ଯାଇଥାଏ। ମାତ୍ର ଏବେ ଯେଭଳି ତାଙ୍କୁ ନଜର ଲାଗି ଯାଇଛି। ତାଙ୍କର ଫର୍ମ ବହୁତ ଖରାପ ଚାଲିଛି ଆଉ ସେ ଲଗାତାର ଗୋଟେ ପରେ ଗୋଟେ ମ୍ୟାଚରେ ଫେଲ ହେବାକୁ ଲାଗିଛନ୍ତି। ଏବେ ପ୍ରାୟ ୫୦ଟି ପାରି ହେଇଯାଇଛି ଯେତେବେଳେ କି ସେ ଗୋଟେ ବି ଶତକ ମାରି ପାରିନାହାନ୍ତି। ଲିଡ୍ସ ଟେଷ୍ଟରେ ସେ ମାତ୍ର ୭ ରନ କରି ଆଉଟ ହେଲେ ଆଉ ଏହା ସହିତ ହିଁ ତାଙ୍କର ବିନା ଶତକରେ ୫୦ଟି ପାରି ହେଇଯାଇଛି।

Google

ବିରାଟ କୋହଲି ନିଜର ଶେଷ ଆନ୍ତର୍ଜାତୀୟ ଶତକ ୨୨ ନଭେମ୍ବର ୨୦୧୯କୁ କରିଥିଲେ ଆଉ ଏଥିରେ ସେ ବାଙ୍ଗଳାଦେଶ ବିପକ୍ଷରେ ୧୩୬ ରନର ପାରି ଖେଳିଥିଲେ। ଏହା ପରଠାରୁ ସେ ପ୍ରାୟ ୫୦ଟି ଆନ୍ତର୍ଜାତୀୟ ପାରି ଖେଳି ସାରିଛନ୍ତି ଆଉ ଏଯାଏ ଗୋଟେ ବି ଶତକ ଲଗାଇ ପାରିନାହାନ୍ତି। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଶୁଖା ଅଟେ ଆଉ ଏହା ଆଗରୁ ସେ ୨୫ଟି ପାରିରେ ଶତକ କରିପାରିନଥିଲେ।

ସେ ନିଜ କ୍ୟାରିୟରର ସବୁଠୁ ଖରାପ ଫର୍ମରେ ଛାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାସ କରି ଟେଷ୍ଟ କ୍ରିକେଟ ଫର୍ମାଟରେ ସେ ୧ ଜାନୁଆରୀ ୨୦୨୦ ଠାରୁ ମାତ୍ର ୨୩ ରନ ହାରରେ ରନ କରୁଛନ୍ତି। ସେ ୨୦୨୦ ଆରମ୍ଭରୁ ୧୧ ଟେଷ୍ଟ ମ୍ୟାଚରେ ମାତ୍ର ୪୧୪ ରନ କରିପାରିଛନ୍ତି। ତାହା ଭିତରୁ ତାଙ୍କର ୨୪.୫୬ ଆଭେରେଜ ରହିଛି।

Google

ଏବେକାର ଟେଷ୍ଟ ମ୍ୟାଚ କଥା କହିବା ତ କୋହଲି ପୁଣି ଥରେ ଆଣ୍ଡରସନଙ୍କ ବିପକ୍ଷରେ ମୁସ୍କିଲରେ ନଜର ଆସୁଛନ୍ତି। ନଟିଂହମ ଟେଷ୍ଟର ପ୍ରଥମ ପାରିରେ ତାଙ୍କୁ ପ୍ରଥମ ବଲରେ ହିଁ ଆଉଟ କରିଥିଲେ ଆଣ୍ଡରସନ ଏବଂ ଏବେ ପୁଣି ତାଙ୍କୁ କମ ସ୍କୋରରେ ଆଉଟ କରିବାର ନଜର ଆସିଛନ୍ତି।

ଆପଣଙ୍କୁ କହି ରଖୁଛୁ କି ଆଣ୍ଡରସନ କୋହଲିଙ୍କୁ ୭ ଥର ଆଉଟ କରିଛନ୍ତି ଆଉ ତାଙ୍କ ବ୍ୟତୀତ ନେଥନ ଲାୟନ ବି କୋହଲିଙ୍କୁ ଆଠ ଥର ଆଉଟ କରିଛନ୍ତି। ଆଣ୍ଡରସନ ସଚିନଙ୍କୁ ବି ୯ ଥର ଆଉଟ କରିଥିଲେ।

Google

ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦୁଇଟି ହିଁ ବୋଲରଙ୍କ ବିପକ୍ଷରେ ୧୦ରୁ ଅଧିକ ଥର ଆଉଟ ହେଇଛନ୍ତି। ଏଥିରେ ସାଉଦିଙ୍କର ନାମ ଅଛି ଆଉ ତାହା ସହିତ ଆଣ୍ଡରସନଙ୍କ ନାମ ସାମିଲ ହୋଇଯାଇଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *