IND VS ENG: ଚେତେଶ୍ୱର ପୂଜାରା ପୁଣି ଫ୍ଲପ, ଆଜିଙ୍କ୍ୟ ରାହାଣେ ବଚକାନି କରି ହେଲେ ଆଉଟ, ଖବର ଭାଇରଲ

ନଟିଂହମ ଟେଷ୍ଟରେ ଭାରତ ଚମତ୍କାର ବୋଲିଂ କରି ଇଂଲଣ୍ଡ ଟିମକୁ ୧୮୩ ରନରେ ଅଲଆଉଟ କରିଦେଲା। ଏହାପରେ ରୋହିତ ଶର୍ମା ଓ କେ ଏଲ ରାହୁଲ ୯୭ ରନ ଭାଗିଦାରୀ କରି ଟିମକୁ ଭଲ ଓପନିଂ ପାର୍ଟନରର୍ସିପ ଦେଇଥିଲେ। ହେଲେ ଦଳର ୩ ଅନୁଭବୀ ପ୍ଲେୟାର୍ସ ଖରାପ ପ୍ରଦର୍ଶନ କରି ଟିମକୁ ଅସୁବିଧା ଆଡକୁ ଠେଲିଦେଲେ। ଏହି ପ୍ଲେୟାର୍ସ ହେଉଛନ୍ତି ଚେତେଶ୍ୱର ପୂଜାରା ଯିଏ ୧୬ ବଳରେ ୪ ରନ କରିଥିଲେ। ଦ୍ଵିତୀୟରେ ଅଧିନାୟକ ବିରାଟ କୋହଲି ଯିଏ ନିଜର ଖାତା ମଧ୍ୟ ଖୋଲି ପାରିଲେ ନାହିଁ ଓ ତୃତୀୟରେ ଆଜିଙ୍କ୍ୟ ରାହାଣେ ଯିଏ ୫ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଏହି ୩ ଜଣ ସିନିୟର ଓ ଅନୁଭବୀ ଖେଳାଳି ହେଲେ ତାଙ୍କ ପ୍ରଦର୍ଶନ ଆଶା ବାହାରେ ଥିଲା।

Google

ରୋହିତ ଶର୍ମା ଆଉଟ ହେବା ପରେ ଇଂଲଣ୍ଡର ସଫଳତମ ବୋଲର ଜିମି ଆଣ୍ଡରସନ ବୋଲିଂ ପାଇଁ ଆସିଲେ ଓ ଚେତେଶ୍ୱର ପୂଜାରା ତାଙ୍କ ବଲ ନ ଖେଳି ପାରି ୪୧ ଓଭରର ୨ୟ ବଳରେ ୱିକେଟ କିପର ଜୋଶ ବଟଲରଙ୍କ ହାତରେ କ୍ୟାଚ ଦେଇଥିଲେ। କହିରଖୁଛୁ କି ପୂଜାରା ପୂର୍ବ ୨ ବର୍ଷ ହେବ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ୨୦୨୦ରେ ତାଙ୍କ ଟେଷ୍ଟ ଔଷତ ୨୫.୨୮ ରହିଛି। ଏହା ପୂଜାରଙ୍କୁ ଅସୁବିଧାର ସୂଚନା ଦେଉଛି।

କୋହଲି ରାହାଣେ ଫ୍ଲପ: କୋହଲି ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ ମଧ୍ୟ ସେ ଟେଷ୍ଟରେ ଫ୍ଲପ ହେଲେ।ସେ ନିଜର ପ୍ରଥମ ବଲରେ ହିଁ ଆଉଟ ହୋଇଗଲେ। ଏକ ଥର ପୁଣି ସ୍ୱିଙ୍ଗ ବଳରେ ଆଉଟ ହେଲେ। କୋହଲି ଆଉଟ ହେବା ପରେ ଉପଅଧିନାୟକ ରାହାଣେଙ୍କ ଠାରୁ ଭଲ ବ୍ୟାଟିଂ ଆଶା କରାଯାଉଥିଲା ହେଲେ ସେ ହଡ଼ବ୍ଡ଼ ହୋଇଗଲେ। ପ୍ରଥମେ ଏକ ରନ କରି ନିଜର ଖାତା ଖୋଲିଲେ ଏହାପରେ ୨ ଓଭର ପରେ ରନ ନେବା ସମୟରେ ବେୟାରଷ୍ଟୋଙ୍କ ସଠିକ ଥରୋ ତାଙ୍କ ୱିକେଟ ନେଇଥିଲା। ସେ ୫ ବଲରେ ୫ ରନ ହିଁ କରିଲେ। ତାଙ୍କ ଫର୍ମ ବି ଖରାପ ଚାଲୁଛି। ୨୦୨୦ରୁ ରାହାଣେଙ୍କ ଔଷତ ୨୭ ରହିଛି। ଇଣ୍ଡିଆର ମିଡ଼ିଲ ଅର୍ଡର ଭଲ ପ୍ରଦର୍ଶନ କରୁନାହାନ୍ତି ଏମିତିରେ କିପରି ମ୍ୟାଚ ଜିତିବେ? ଏହା ଏକ ବଡ଼ ପ୍ରଶ୍ନ ଅଟେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *