କ୍ରିସ୍ ଗେଲଙ୍କ ଭୟାନକ ରୂପ: CPL ରେ ଲଗାଇଲେ ଏମିତି ଛକା ଭାଙ୍ଗିଗଲା କାଚ, ଦେଖନ୍ତୁ ଭିଡିଓ

ଧୁରନ୍ଧର ବ୍ୟାଟ୍ସମାନ କ୍ରିସ୍ ଗେଲ ନିଜର ଧୂଆଁଧାର ଖେଳ ପାଇଁ ଜଣା ଯାଆନ୍ତି। ତାଙ୍କ ଛକା ବହୁତ ଲମ୍ବା ଲମ୍ବା ଯାଏ। କିଛି ଏମିତି ହିଁ ଖେଳ ସେ କାରିବିୟାନ ପ୍ରିମୀୟର ଲିଗ (CPL) ରେ ଦେଖେଇଛନ୍ତି। ସେ ୧୨ ରନ ବନାଇ ଆଉଟ ହୋଇଥିଲେ।

Google

ୱାରନର ପାର୍କରେ ଖେଳା ଯାଇଥିବା ମ୍ୟାଚରେ କ୍ରିସ୍ ଗେଲ ସେଣ୍ଟ କିଟସ ଟିମ ପାଇଁ ୩ ନମ୍ବରରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ହୋଲଡ଼ରଙ୍କ ବଲରେ ଗେଲ ଏମିତି ଏକ ସିଧା ଛକା ଲଗାଇଲେ ଯାହା ସାଇଡ଼ ସ୍କ୍ରିନ ଉପରେ ଯାଇ କାଚକୁ ଚୁରମାର କରିଦେଲା। ତାଙ୍କର ଏକ ଭିଡିଓ ସିପିଏଲ ଅଧିକାରୀ ଟ୍ୱିଟରରେ ପୋଷ୍ଟ ହେବାର ନଜର ଆସିଛି।

ପାରିର ୫ମ ଓଭରର ୫ମ ବଲରେ ଗେଲ ବିପକ୍ଷ ଦଳର କ୍ୟାପଟେନ ଯେସନ ହୋଲଡ଼ରଙ୍କ ବଲରେ ଏକ ଲମ୍ବା ଛକା ଲଗାଇଲେ । ବ୍ୟାଟ୍ସମାନ ନିଜକୁ ଜାଗା ଦେଇ ସିଧା ସର୍ଟ ଲଗାଇଲେ , ଏହି ସୁପର ସର୍ଟ ସାଇଡ଼ସ୍କ୍ରିନ ଉପରୁ ଯାଇ କାଚକୁ ଚୁରମାର କରିଦେଲା। ଏହାର ଭିଡିଓ ଏବେ ଭାଇରଲ ହେଉଛି, ଦେଖନ୍ତୁ ଭିଡିଓ

ମ୍ୟାଚ କଥା କହିବା ତ ସେଣ୍ଟ କିଟସ ଦଳ ୨୦ ଓଭରରେ ୧୭୫ ରନ କରି ୫ ଟି ୱିକେଟ ହରାଇଥିଲା। ରାଦରଫୋର୍ଡ ୪୩ ବଲରେ ୨ଟି ଚୌକା ଏବଂ ୪ ଟି ଛକା ସହ ୫୩ ରନ ବନାଇଥିଲେ। ଏହାର ଉତ୍ତରରେ ବାରବାଡୋଷ ୧୫୪ ରନ ୭ ୱିକେଟ ହରାଇ ହିଁ ବନାଇପାରିଲା। ୱିକେଟ କିପର ବ୍ୟାଟ୍ସମାନ ସୋଇ ହୋପ ସବୁଠୁ ଅଧିକ ୪୪ ବନାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *