CSK ଜିତିଲା ହୃଦୟ: ଧୋନୀଙ୍କ ଟିମ ନିରଜ ଚୋପ୍ରାଙ୍କ ପ୍ରଦର୍ଶନକୁ ସମ୍ମାନ ଦେଇ ଦେଲେ ୧ କୋଟି ଟଙ୍କା, ସ୍ପେଶାଲ ଜର୍ସି ବି ହେବ ପ୍ରସ୍ତୁତ

ନିରଜ ସୁପରଷ୍ଟାର ହୋଇଗଲେ। ଟୋକିଓରେ ଜାଭେଳିନ ଫିଙ୍ଗାରେ ଗୋଲଡ଼ ମେଡାଲ ଜିତି ଇତିହାସ ରଚିଛନ୍ତି। ତାଙ୍କ ପୂର୍ବରୁ ଅଲିମ୍ପିକର ୧୨୫ ବର୍ଷ ମଧ୍ୟରେ କୌଣସି ଭାରତୀୟ ଆଥେଲେଟିକସରେ ମେଡାଲ ଜିତି ନଥିଲେ। ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକରେ ୭ ପଦକ ହାସିଲ କରିଛି। ନିରଜଙ୍କ ପ୍ରଦର୍ଶନ ପାଇଁ ଆଇପିଏଲର ସିଏସକେ ସ୍ପେଶାଲ ଜର୍ସି ତିଆରି କରିଛି।

Google

ଧୋନିଙ୍କ କ୍ୟାପଟେନସି ଟିମ ସିଏସକେ ତରଫରୁ ନିରଜଙ୍କୁ ଏକ କୋଟି ତାଙ୍କ ପ୍ରଦାନ ହେବ। ସିଏସକେର ପ୍ରବକ୍ତା କହିଛନ୍ତି,”ଆମେ ଭାରତୀୟ ଓ ନିରଜଙ୍କ ପାଇଁ ଗର୍ବିତ। ତାଙ୍କ ସଫଳତା ଲକ୍ଷେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବ। ସେ ଖେଳର ଉଚ୍ଚତମ ସ୍ତରକୁ ହାସିଲ କରିବେ। “ସିଏସକେ କହିଛି ନିରଜଙ୍କୁ ସମ୍ମାନ ଦେଖେଇ ଏକ ୮୭୫୮ର ବିଶେଷ ଜର୍ସି ତିଆରି ହେବ। ନିରଜ ଟୋକିଓରେ ୮୭.୫୮ ମିଟର ଫିଙ୍ଗି ଗୋଲଡ଼ ମେଡାଲ ଜିତିଥିଲେ।

ବ୍ୟକ୍ତିଗତ ଖେଳରେ ଗୋଲଡ଼ ଜିତିବାରେ ଦ୍ଵିତୀୟ ଖେଳାଳି: ନିରଜ ବ୍ୟକ୍ତିଗତ ଖେଳରେ ଗୋଲଡ଼ ଜିତିବାର ଦ୍ଵତୀୟ ଖେଳାଳି ହୋଇଗଲେ। ତାଙ୍କ ପୂର୍ବରୁ ୨୦୦୮ରେ ବନ୍ଧୁକ ଚାଳନାରେ ଅଭିନବ ବିନ୍ଦ୍ରା ଗୋଲଡ଼ ଜିତିଥିଲେ।ନିରଜ ଚୋପ୍ରାଙ୍କ ବେଷ୍ଟ ୮୮.୦୭ ମିଟର ଯାହା ସେ ଏହି ବର୍ଷ କରିଥିଲେ। ଅଲିମ୍ପିକରେ ସେ କେବଳ ୮୭.୫୮ ରେ ଗୋଲଡ଼ ଜିତିଗଲେ। ଭାରତକୁ ହକିରେ ୮ ଗୋଲଡ଼ ମେଡାଲ ମିଳିଛି। ଯାହା ଟିମ ଗେମ ଅଟେ।

ସବୁ ଆଡୁ ଇନାମ ପ୍ରଦାନ:ନିରଜଙ୍କ ପ୍ରଦର୍ଶନ ପାଇଁ ସବୁଆଡୁ ଇନାମ ମିଳୁଛି। ଏ ପର୍ଯ୍ୟନ୍ତ ୧୨ କୋଟି ଟଙ୍କା ପ୍ରଦାନ କରାଯିବାର ସୂଚନା ମିଳିଛି। ହରିୟାଣା ସରକାରଙ୍କ ଠୁ ମଧ୍ୟ ୬ କୋଟି ଟଙ୍କା ପୁରସ୍କାର ମିଳିବ। ଏହାଛଡା ପଞ୍ଜାବ ସରକାରଙ୍କ ଠୁ ୨ କୋଟି,ବିସିସିଆଇ ଓ ସିଏସକେ ପଟରୁ ୧-୧ କୋଟି ଟଙ୍କା,ମଣିପୁର ସରକାରଙ୍କ ଠାରୁ ୧ କୋଟି ଟଙ୍କା,ଭାରତ ସରକାରଙ୍କ ପାଖରୁ ୭୫ ଲକ୍ଷ ଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *