ବଡ଼ ଖବର: IPL ୨୦୨୧ ପୁଣି ଥରେ ଆରମ୍ଭ ହେବା ପୂର୍ବରୁ DC ଏବଂ CSK ର ପ୍ଲାନ ଲିକ, ଚାରିଆଡେ ଭାଇରଲ

ଆଇପିଏଲ ୨୦୨୧ର ପାର୍ଟ ଟୁ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ଓ ଦିଲ୍ଲୀର ଟିମ ବିସିସିଆଇ ସାମ୍ନାରେ କିଛି ଦାବି ରଖିଥିଲେ ଏହା ଓ ଏବେ ଏହି ଦାବି ସହିତ ଦୁଇ ଟିମର ପ୍ଲାନ ମଧ୍ୟ ଲିକ ହୋଇଯାଇଛି। ସିଜନର ଏହି ଦ୍ୱିତୀୟ ଭାଗ ୟୁଏଇରେ ଖେଳାଯିବ ଯେଉଁଥିପାଇଁ ଦୁଇ ଟିମ ଖାସ ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି।

Google

ଦୁଇ ଟିମ ଅଧିକ ଭଲ ଭାବେ ପ୍ରସ୍ତୁତ ହେବା ପାଇଁ ସମୟର ବହୁତ ପୂର୍ବରୁ ୟୁଏଇ ଯିବାକୁ ଚାହୁଁଛନ୍ତି। ଏଥିପାଇଁ ଦୁଇ ଟିମ ବିସିସିଆଇକୁ ସହାୟତା ମାଗିଥିଲେ। ଆଇପିଏଲ ୨୦୨୧ର ପ୍ରଥମ ପାର୍ଟ କରୋନା ମାହାମରି ପାଇଁ ସ୍ତଗୀତ ହୋଇଯାଇଥିଲା। ଯାହାର ଦ୍ୱିତୀୟ ପାର୍ଟ ୟୁଏଇରେ ଖେଳାଯିବ। ସେପ୍ଟେମ୍ବରରେ ସେଥିପାଇଁ ଦୁଇ ଟିମ ଏହାର ଅଭ୍ୟାସ ଜଲ୍ଦି ଆରମ୍ଭ କରିବା ପାଇଁ ଚାହୁଁଛନ୍ତି।

ଚେନ୍ନାଇର ସିଇଓ କାଶୀବିଶ୍ଵନାଥ ଆମେ ୟୁଏଇ ୧୫ ଅଗଷ୍ଟକୁ ଯିବାକୁ ଚାହୁଁଛୁ ଓ କୌଣସି ପ୍ରକାର ୨୦ ଅଗଷ୍ଟ ମଧ୍ୟରେ ଆମେ ୟୁଏଇରେ ପହଁଚିବା ପାଇଁ ଚାହୁଁଛୁ। ଏଥିପାଇଁ ଆମେ ବିସିସିଆଇକୁ ଏହା ବିଷୟରେ କହିଛୁ ଓ ସହାୟତା ମଧ୍ୟ ମାଗିଛୁ। ଯାହା ଦ୍ୱାରା ସେଠାକୁ ଯାଇ ଯେପରି ଆମକୁ କୌଣସି ଅଶୁବିଧାର ସାମ୍ନା କରିବାକୁ ନପଡୁ ଓ ଆମେ ଆମ ପ୍ରସ୍ତୁତି ଯେପରି ଅଧିକ କରିପାରିବୁ। ଦିଲ୍ଲୀ ଟିମ ମଧ୍ୟ ଏହା ବିଷୟରେ ବିସିସିଆଇକୁ ଜଣାଇଥିବା ଜଣାପଡିଛି। ଆପଣଙ୍କୁ କହିରଖିବୁ ଚେନ୍ନାଇ ଓ ଦିଲ୍ଲୀ ଟିମ ଆଇପିଏଲ ୨୦୨୧ ସ୍ତଗୀତ ହେବା ପୂର୍ବରୁ ପଏଣ୍ଟ ଟେବୁଲରେ ନମ୍ବର ୧ ଓ ୨ ନମ୍ବରରେ ଅଛନ୍ତି।

Google

ଦୁଇଟି ଯାକ ଟିମ ଏହି ଆଇପିଏଲ ଟ୍ରଫି ଜିତିବାକୁ ଚାହୁଁଛନ୍ତି। ଯଦି ପଏଣ୍ଟ ଟେବୁଲ କଥା କହିବା ଦିଲ୍ଲୀ ଟିମ ୮ ଟି ମ୍ୟାଚ ଖେଳି ୧୨ ଅଙ୍କ ସହ ପ୍ରଥମରେ ଅଛି ଓ ଚେନ୍ନାଇ ଟିମ ୭ ଟି ମ୍ୟାଚରୁ ୧୦ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛି।ବାଙ୍ଗଲୋର ୭ ଟି ମ୍ୟାଚରୁ ୧୦ ଅଙ୍କ ସହ ତୃତୀୟ, ମୁମ୍ବାଇ ୮ ଅଙ୍କ ସହ ଚତ୍ରୁର୍ଥ, ରାଜସ୍ଥାନ ୬ ଅଙ୍କ ସହ ପଞ୍ଚମ, ପଞ୍ଜାବ ୬ ଅଙ୍କ ସହ ଷଷ୍ଠରେ ,କୋଲକତା ୪ ଅଙ୍କ ସହ ସପ୍ତମରେ ଓ ହାଇଦ୍ରାବାଦ ୨ ଅଙ୍କ ସହ ଅଷ୍ଟମ ସ୍ଥାନରେ ଅଛି। ଏବେ ଏହା ଦେଖିବା ବାକି ରହିଲା କଣ ଦିଲ୍ଲୀ ଓ ଚେନ୍ନାଇକୁ ଜଲ୍ଦି ଯିବା ପାଇଁ ଅନୁମତି ମିଳିବ କି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *