ଟି-୨୦ ବିଶ୍ୱକପ: ଧୋନି ଟିମ ଇଣ୍ଡିଆକୁ କୋଚିଙ୍ଗ ଦେବାକୁ ଇଛୁକ ନୁହଁନ୍ତି! ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆଉ ୨ ମାସ…

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ମେଣ୍ଟର କରାଯାଇଛି। ଟିମ ୨୦୦୭ ପରଠୁ ଟି-୨୦ ବିଶ୍ୱକପ ଜିତିନାହିଁ। ଧୋନି କେବଳ ଏହି ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ଟିମ ସହିତ ରହିବେ। ସେ ଲମ୍ବା ସମୟ ପର୍ଯ୍ୟନ୍ତ ସପୋର୍ଟ ଷ୍ଟାପ ହିସାବରେ ଟିମ ସହିତ ରହିବାକୁ ଚାହାଁନ୍ତିନି। ଏହି କଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି। ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ପରେ ଶେଷ ହୋଇଯିବ। ବିଶ୍ୱକପର ମ୍ୟାଚ ୧୭ ଆକ୍ଟୋଭରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ। ମାନେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମାତ୍ର ୨ ମାସ ମଧ୍ୟରେ ଶେଷ ହୋଇଯିବ।

Google

ସୌରଭ ଗାଙ୍ଗୁଲି ଟେଲିଗ୍ରାଫ ସହ କଥା ହୋଇ କହିଛନ୍ତି ମହେନ୍ଦ୍ର ସିଂହ ଧୋନି କେବଳ ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ସହିତ ରହିବେ। ସେ ପୂର୍ବରୁ ହିଁ ଆମକୁ ଏହା ବିଷୟରେ କହିଦେଇଥିଲେ। କହିରଖିବୁକି ଧୋନିଙ୍କ ଅଧିନାୟକତ୍ୱରେ ହିଁ ଟିମ ଇଣ୍ଡିଆ ଏକ ମାତ୍ର ୨୦୦୭ରେ ଟି-୨୦ ବିଶ୍ୱକପ ଜିତିଥିଲା ଓ ଶେଷଥର ୨୦୧୩ରେ ଆଇସିସି ଟ୍ରଫି ଜିତିଥିଲା। ଗାଙ୍ଗୁଲି କହିଛନ୍ତି ଅନେକ ଦେଶ ସିନିୟର ଖେଳାଳିଙ୍କ ସାହାଯ୍ୟ ନେଉଛନ୍ତି ଓ ଏହା ଦ୍ଵାରା ଭାରତକୁ ମଧ୍ୟ ସାହାଯ୍ୟ ମିଳିବ।

ମାନେ ପୁରାପୁରି ଭାବେ ବଦଳିଯିବ ଟିମ: ମିଡ଼ିଆ ରିପୋର୍ଟ ଅନୁସାରେ ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଦିନିକିଆ ଓ ଟି-୨୦ର ଅଧିନାୟକତ୍ୱ ଛାଡିଦେବେ। ସେ ନିଜ ବ୍ୟାଟିଙ୍ଗ ଉପରେ ଫୋକସ କରିବାକୁ ଚାହାନ୍ତି। ମାନେ ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ପୁରା ବଦଳିଯିବ। କୋଚ ରବିଶାସ୍ତ୍ରୀଙ୍କ ଛଡା କୋହଲି ମଧ୍ୟ ରହିବେ ନାହିଁ। ରୋହିତ ଶର୍ମା ଓ ଦିନିକିଆ ଓ ଟି-୨୦ ଅଧିନାୟକ କରାଯାଇପାରେ ବୋଲି ଚର୍ଚା ହେଉଛି। ବିସିସିଆଇ କିନ୍ତୁ ଏହି କଥାକୁ ଖଣ୍ଡନ କରିଛି। ରୋହିତଙ୍କ ଛଡା ଅନ୍ୟ କୌଣସି ଭାରତୀୟ ଖେଳାଳି ଅଧିନାୟକତ୍ୱ ରେଶରେ ମଧ୍ୟ ନାହାନ୍ତି।

Google

ଆଗାମୀ ବର୍ଷରୁ ଟି-୨୦ ମ୍ୟାଚ ଆହୁରି ବଢ଼ିଯିବ: ଆପଣଙ୍କୁ କହିରଖିବୁ ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ହେବ। ଅଷ୍ଟ୍ରେଲିଆରେ ଟୁର୍ଣ୍ଣାମେଣ୍ଟ ହେବାର ଅଛି। ଏହା ଛଡା ଆଗକି ବର୍ଷ ଆଇପିଏଲରେ ମଧ୍ୟ ଦୁଇଟି ଟିମ ବଢିବାର ଅଛି ମାନେ ମ୍ୟାଚ ସଂଖ୍ୟା ମଧ୍ୟ ବଢିଯିବ। ସେଥିପାଇଁ ଟି-୨୦ ମ୍ୟାଚ ବଢିଯିବ, ଆଇପିଏଲରେ ଟିମ ସଂଖ୍ୟା ବଢିଲେ ଦେଶ ଓ ବିଦେଶ ଖେଳାଳିଙ୍କ ଚାହିଦା ଆହୁରି ବଢିବ।କେବଳ ଏତିକି ନୁହେଁ ବିସିସିଆଇର ରୋଜଗାରରେ ମଧ୍ୟ ବୃଦ୍ଧି ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *