ପରାଜୟ ପରେ ରାଗିଗଲେ ଇଂରେଜ! ଇଂଲଣ୍ଡ କୋଚ୍ କହିଲେ ଆମେ ଲଗାଇପାରୁ ଧକ୍କା…

ଟିମ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଅନେକ ଟକରାଟକରି ଦେଖିବାକୁ ମିଳିଲା ଓ ଏବେ ଏହି ଝଗଡା କଥା ମାଧ୍ୟମରେ ହେବାରେ ଲାଗିଲାଣି। ଏହି ଝଗଡା ସେବେ ଆରମ୍ଭ ହୋଇଥିଲା ଯେବେ ପଞ୍ଚମ ଦିନ ବୁମରା ବ୍ୟାଟିଙ୍ଗ କରୁଥିଲେ ଓ ତାଙ୍କୁ ଲଗାତର ବାଉଁସର ମରାଯାଉଥିଲା। କିନ୍ତୁ ଇଂଲଣ୍ଡର କୋଚ କ୍ରିସ ସିଲଭରଉଡ଼ ଅନ୍ୟ କିଛି କହୁଛନ୍ତି। ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା।

Google

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି ଯାହାର ପ୍ରଥମ ମ୍ୟାଚ ଡ୍ର ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ଜିତିଯାଇଛି। ଏହି ଦ୍ୱିତୀୟ ମ୍ୟାଚରେ ଦୁଇ ଦେଶର ଖେଳାଳି ମାନଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା ଯାହା ଏବେ କଥାବାର୍ତ୍ତାରେ ବଦଳିଯାଇଛି। ଦୁଇ ଦେଶର ଖେଳାଳି ଜଣେ ଜଣଙ୍କୁ ଆପେକ୍ଷ କରି କହୁଛନ୍ତି। ଲାଗୁଚି ଏହି ସିରିଜ ଶେଷ ହବା ପର୍ଯ୍ୟନ୍ତ ଯୁଦ୍ଧ ଏହିପରି ଜାରିରହିବ। ଭାରତୀୟ ଓପନର କେଏଲ ରାହୁଲ କହିଛନ୍ତି ଯଦି କୌଣସି ଖେଳାଳି ଆମର ଜଣେ ଖେଳାଳିଙ୍କ ସହ ଖରାପ ବ୍ୟବହାର କରିବ ବାକି ୧୦ ଖେଳାଳି ମଧ୍ୟ ବିରୋଧୀଙ୍କ ସହ ସେଇଆ କରିବେ।

ରାହୁଲଙ୍କ ଏହି କଥା ପରେ ଏବେ ଇଂଲଣ୍ଡ ଟିମର କୋଚ ସିଲଭରବୁଡ଼ ମଧ୍ୟ ଏହି ତର୍କରେ ଆସିଯାଇଛନ୍ତି। ରାହୁଲ କହିବାର ୨୪ ଘଣ୍ଟା ହେଇନି ସିଲଭରବୁଡ଼ ଏହାର ଜବାବ ଦେଇଛନ୍ତି ଓ କହିଛନ୍ତି,”ଏକ ଜରୁରୀ କଥା କି ଆମେ ଲଢେଇକୁ ଜମାବି ଡରିନଥାଉ। ଯଦି ସେ ଆମକୁ ଧକା ଦେବେ ତ ଆମେ ମଧ୍ୟ କଡା ଜବାବ ଦେବୁ। ଏହା ଏକ ସୁନ୍ଦର ଟେଷ୍ଟ ଥିଲା କିନ୍ତୁ ଆମେ ଫଳରେ ନିରାଶ ଅଛୁ।ଗ୍ରାଉଣ୍ଡରେ କିଛି ମତଭେଦ ହେଲା,ମୋ ହିସାବରେ ଏହା ଠିକ ଅଟେ। ଖେଳାଳି ନିଜ ଭିତରେ ତର୍କ କଲେ ଓ ମୁଁ ଏହାର ମଜା ଉଠାଇଲି”।

Google

କହିରଖିବୁକି ଚତ୍ରୁର୍ଥ ଦିନ ଆଣ୍ଡରସନଙ୍କୁ ବୁମରା ବାଉଁସର ଲଗାଇଥିଲେ ଯାହା ପରେ ଏଣ୍ଡରସନ ଆଉଟ ହୋଇଯିବା ବେଳେ ବୁମରାଙ୍କୁ କିଛି କହିଥିଲେ ଓ ଏହିଠାରୁ ଯୁକ୍ତି ଆରମ୍ଭ ହୋଇଥିଲା।ଇଂଲଣ୍ଡ ସହ ଲର୍ଡ଼ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭାରତ ୧୫୧ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଏବେ ଦେଖିବା ବାକି ରହିଲା ଏହି ସିରିଜ କିଏ ଜିତିବ। ଦୁହିଁଙ୍କ ମଧ୍ୟରେ ୨୫ ଅଗଷ୍ଟରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *