ବଡ଼ ଗଡବଡ଼: ରୋହିତ ଆଉଟ ହେବା ପରେ ଟିମ ଇଣ୍ଡିଆ ପାଇଁ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଲା ଇଂଲଣ୍ଡର ଫ୍ୟାନ, ଦେଖନ୍ତୁ ଭିଡିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲିଡ଼ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ସମୟରେ ଗଡ଼ବଡ଼ ହୋଇଛି। ଜଣେ ଇଂଲଣ୍ଡ ପ୍ରସଂସକ ରୋହିତ ଶର୍ମା ଆଉଟ ହେବାପରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଆସିଥିଲେ। ଏହି ପ୍ରସଂସକ ଆଉ କେହି ନୁହେଁ ବରଂ ଜାରବୋ ହିଁ ଥିଲା ଯିଏକି ଲର୍ଡ଼ସ ଟେଷ୍ଟରେ ମଧ୍ୟ ଗ୍ରାଉଣ୍ଡକୁ ପଶିଯାଇଥିଲା। ଲର୍ଡ଼ସ ଟେଷ୍ଟର ତୃତୀୟ ଦିନ ଜାରବୋ ବୋଲିଙ୍ଗ ପାଇଁ ଓହ୍ଲାଇଥିଲା ଓ ଏବେ ଏହି ପ୍ରସଂସକ ବ୍ୟାଟିଙ୍ଗ ପାଇଁ ଓହ୍ଲାଇଛି। ଆଶ୍ଚର୍ଯ୍ୟକର କଥା ଏହାକି ଜାରବୋ ଗ୍ରାଇଣ୍ଡ ଭିତରେ ପଶିଗଲା କିନ୍ତୁ ସୁରକ୍ଷାକର୍ମୀଙ୍କୁ କିଛି ଜଣାପଡିଲା ନାହିଁ। ଯେବେ ସୁରକ୍ଷାକର୍ମୀଙ୍କୁ ଏହା ବିଷୟରେ ଜଣାପଡିଲାସେ ଟାଣି ଟାଣି ବଜାରବୋଙ୍କୁ ଟାଣି ଟାଣି ଗ୍ରାଉଣ୍ଡ ବାହାରକୁ ନେଇଥିଲେ।

ଜାରବୋଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। କହିରଖିବୁକି ଲର୍ଡ଼ସ ଟେଷ୍ଟରେ ମଧ୍ୟ ଜାରବୋ ଇଣ୍ଡିଆର ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇପଡିଥିଲେ। ସିକ୍ୟୁରିଟି ଗାର୍ଡ, କମେଣ୍ଟେଟର, ଦର୍ଶକ ସମସ୍ତେ ଏହି ପ୍ରସଂସକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜାରବୋଙ୍କୁଦେଖି ଭାରତୀୟ ଖେଳାଳି ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ହସିହସି ଗଡିଯାଇଥିଲେ। ସୋସିଆଲ ମିଡ଼ିଆରେ ଜାରବୋଙ୍କର ଅନେକ ଚର୍ଚା ହୋଇଥିଲା।

ରୋହିତ ଆଉଟ ହେବାପରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଜାରବୋ: କହିରଖିବୁକି ଜାରବୋ ରୋହିତ ଶର୍ମା ଆଉଟ ହୋଇଯିବା ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ। ରୋହିତ ଶର୍ମାଙ୍କୁ ଓଲି ରବିନସନ ଆଉଟ କରିଦେବା ପରେ ଜାରବୋ ଗ୍ରାଉଣ୍ଡକୁ ଓହ୍ଲାଇଆସିଥିଲେ। କୋହଲି ବ୍ୟାଟିଙ୍ଗ କରିବାକୁ ଆସିବା ପୂର୍ବରୁ ଜାରବୋ ବ୍ୟାଟିଙ୍ଗ ଗାର୍ଡ ନେଇଥିଲେ। ଅମ୍ପାୟାର ଆଶ୍ଚର୍ଯ୍ୟ ହୋଇଥିଲେ ଓ ଚେତେଶ୍ୱର ପୂଜାରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେକି ବିରାଟଙ୍କ ଜାଗାରେ ଏ କିଏ ଗ୍ରାଉଣ୍ଡକୁ ଓହ୍ଲାଇଛି। ଏହା ମଧ୍ୟରେ ସୁରକ୍ଷାକର୍ମୀ ଗ୍ରାଉଣ୍ଡକୁ ଆସିଲେ ଓ ଜାରବୋଙ୍କୁ ଟାଣିଟାଣି ଗ୍ରାଉଣ୍ଡ ବାହାରକୁ ନେଇଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *