IND VS ENG: ଲର୍ଡ଼ସ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଦବଦବା, ପ୍ରଥମେ ରାହାଣେ ଏବଂ ଏବେ ରାହୁଲ କଲେ କମାଲ

ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ଆରମ୍ଭ କରିଛି। ଲର୍ଡ଼ସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରେ ଭାରତ ୩ ୱିକେଟ ହରାଇ ୨୭୬ ରନ କରିନେଇଛି,ଯାହାକି ଜଣା ଯାଉଛି ଯେ ଦଳ ୪୦୦ ଉପରେ ସ୍କୋର କରିବାରେ ସକ୍ଷମ ହେବ, ଯାହା ବହୁତ ଭଲ ରନ ଅଟେ। ଓପନର ବ୍ୟାଟ୍ସମ୍ୟାନ ରାହୁଲ ୧୨୭ ରନ କରି ନଟଆଉଟ ଅଛନ୍ତି। ରୋହିତ ଶର୍ମା ମଧ୍ୟ ୮୩ ରନର ଯୋଗଦାନ ଦେଇଛନ୍ତି। ପାଞ୍ଚଟି ଟେଷ୍ଟ ମ୍ୟାଚର ସିରିଜର ପ୍ରଥମ ମ୍ୟାଚ ଡ୍ର ରହିଥିଲା। ଏବେ ଦୁଇ ଟିମ ଏହି ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରି ସିରିଜରେ ଆଗୁଆ ହେବାକୁ ଚାହିଁବ। ରାହୁଲ ପାଖାପାଖି ତିନିବର୍ଷ ପୂର୍ବେ ଟେଷ୍ଟରେ ଶତକ ଲଗାଇଛନ୍ତି। ତାଙ୍କ ଖେଳ ଶୈଳୀ ବହୁତ ଭଲ ଥିଲା। ଏହା ତାଙ୍କର ଟେଷ୍ଟରେ ୬ ନମ୍ବର ଶତକ ଅଟେ ଓ ମୟଙ୍କ ଅଗ୍ରୱାଲ ଆଘାତ ପରେ ରାହୁଲଙ୍କୁ ଖେଳିବାର ମୌକା ମିଳିଲା।

Google

ଇଂଲଣ୍ଡର ଅଧିନାୟକ ଜୋ ରୁଟ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ଫଇସଲା ଗ୍ରହଣ କରିଇଲେ। ଲର୍ଡସରେ ରେକର୍ଡ ଅଛିକି ଯେବେବି ପ୍ରଥମେ ବ୍ୟାଟିଙ୍ଗ କରିଥିବା ଟିମ ପ୍ରଥମ ପାରିରେ ୨୩୫ ଅଧିକ ରନ କରିଛନ୍ତି ସେବେ ଟିମ ଗୋଟେ ମଧ୍ୟ ମ୍ୟାଚ ହାରିନାହିଁ। ଏବେ ଭାରତ ପ୍ରଥମ ପାରିରେ ୨୭୬ ରନ କରିଦେଇଛନ୍ତି ଓ ଏବେବି ହାତରେ ୭ ଟି ୱିକେଟ ହାତରେ ଅଛି। ମାନେ ଟିମ ମ୍ୟାଚରେ ମଝବୁତ ସ୍ଥିତିରେ ଅଛି। ଟିମ ଇଣ୍ଡିଆ ଲର୍ଡ଼ସରେ ୯ ମ ଥର ପ୍ରଥମେ ବ୍ୟାଟିଙ୍ଗ କରିଛି। ୬ ଟି ମ୍ୟାଚରେ ଟିମକୁ ହାର ମିଳିଛି ଓ ଗୋଟେ ମ୍ୟାଚରେ ବିଜୟ ଓ ଗୋଟେ ମ୍ୟାଚ ଡ୍ର ହୋଇଛି।

ରାହାଣେଙ୍କ ଶତକରୁ ମିଳିଥିଲା ବିଜୟ:

ଟିମ ଇଣ୍ଡିଆ ୨୦୧୪ରେ ଲର୍ଡ଼ସରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡକୁ ୯୫ ରନରେ ହରାଇଥିଲା। ଟିମ ପ୍ରଥମ ପାରିରେ ୨୯୫ ରନ କରିଥିଲା। ଅଜିଙ୍କ୍ୟ ରାହାଣେ ସୁନ୍ଦର ବ୍ୟାଟିଙ୍ଗ କରି ୧୦୩ ରନ କରିଥିଲେ। ଜବାବରେ ଇଂଲଣ୍ଡ ପ୍ରଥମ ପାରିରେ ୩୧୨ ରନ କରି ଲିଡ଼ ହାସଲ କରିନେଇଥିଲା। ଭାରତ ଦ୍ୱିତୀୟ ପାରିରେ ୩୪୨ ରନ କରିଥିଲା। ମୁରଲୀ ବିଜୟ, ରବିନ୍ଦ୍ର ଜାଡେଜା ଓ ଭୁବନେଶ୍ୱର କୁମାର ଅର୍ଦ୍ଧଶତକ ମାରିଥିଲେ।ଏହିପରି ଇଂଲଣ୍ଡକୁ ବିଜୟ ୩୧୯ ରନର ଲକ୍ଷ ମିଳିଥିଲା। ଜବାବରେ ଇଂଲଣ୍ଡ ଟିମ ୨୨୩ ରନରେ ଅଲଆଉଟ ହୋଇଯାଇଥିଲା। ଦ୍ୱିତୀୟ ପାରିରେ ଇସାନ୍ତ ଶର୍ମା ୭ ୱିକେଟ ନେଇଥିଲେ ଓ ଭୁବନେଶ୍ୱର କୁମାର ପ୍ରଥମ ପାରିରେ ୬ ୱିକେଟ ନେଇଥିଲେ।

Google
ସିରିଜରେ ଆଗୁଆ ହେବାର ମୌକା:

ଟିମ ଇଣ୍ଡିଆ ପାଖରେ ଲର୍ଡ଼ସ ଟେଷ୍ଟ ଜିତି ପାଞ୍ଚଟି ଟେଷ୍ଟ ସିରିଜରେ ଆଗୁଆ ହେବାର ଭଲ ମୌକା ଅଛି। ପ୍ରଥମ ଟେଷ୍ଟରେ ମଧ୍ୟ ଭାରତୀୟ ଟିମ ପାଖରେ ବିଜୟ ପାଇଁ ସୁନ୍ଦର ମୌକା ଥିଲା। ଭାରତକୁ ପ୍ରଥମ ଟେଷ୍ଟରେ ୨୦୯ ରନର ଲକ୍ଷ ମିଳିଥିଲା ଯେବେକି ଟିମ ଚତ୍ରୁର୍ଥ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ୧ ୱିକେଟ ହରାଇ ୫୨ ରନ କରିନେଇଥିଲା। ଶେଷ ଦିନ ଟିମକୁ ଜିତିବା ପାଇଁ ୧୫୭ ରନର ଆବଶ୍ୟକତା ଥିଲା ଯେବେକି ହାତରେ ୯ ୱିକେଟ ବାକିଥିଲା କିନ୍ତୁ ବର୍ଷା କାରଣରୁ ପଞ୍ଚମ ଦିନର ଖେଳ ହୋଇପାରିଲା ନାହିଁ ଏବଂ ମ୍ୟାଚ ଡ୍ର ରହିଥିଲା। ଭାରତକୁ ୨୦୧୮ ସିରିଜରେ ୫ ମ୍ୟାଚର ସିରିଜରେ ୧-୪ ରେ ପରାଜୟ ମିଳିଥିଲା। ଏଥର ବିରାଟ କୋହଲି ଜିତିବାକୁ ଚାହିଁବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *