IND VS ENG: ବର୍ଷା ଛଡାଇ ନେଲା ଟିମ ଇଣ୍ଡିଆ ଠୁ ବିଜୟ, ନଟିଂହମରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର

ବର୍ଷା ଓ ଖରାପ ପାଗ ଯୋଗୁ ନଟିଂହମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ୫ ଦିନର ଖେଳ ରବିବାରକୁ ହୋଇପାରିଲାନି। ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର ଶେଷ ଦିନର ଖେଳରେ କୌଣସି ବଲ ପକାଯାଇପାରିଲାନି ଯାହା ଦ୍ୱାରା ଏହି ମ୍ୟାଚ ଡ୍ର ହୋଇଗଲା। ଭାରତ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା ଓ ଇଂଲଣ୍ଡର ପ୍ରଥମ ପାରି ୧୮୩ ରନରେ ଅଟକିଯାଇଥିଲା। ଏହା ପରେ ବିରାଟ କୋହଲିଙ୍କ ଟିମ ୨୭୮ ରନ କରିଥିଲା ଓ ୯୫ ରନର ଲିଡ଼ ହାସଲ କରିଥିଲା।

Google

ଏହା ପରେ ଦ୍ୱିତୀୟ ପାରିରେ ଇଂଲଣ୍ଡ ୩୦୩ ରନ କରିଥିଲା ଯେଉଁଥିରେ କ୍ୟାପଟେନ ଜୋ ରୁଟଙ୍କର (୧୦୯) ରନର ଶତକୀୟ ପାରି ଖାସ ଥିଲା। ଭାରତକୁ ଜିତିବା ପାଇଁ ୨୦୯ ରନର ଟାର୍ଗେଟ ମିଳିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଧା ଭାରତ ଗୋଟେ ୱିକେଟ ହରାଇ ୫୨ ରନ କରିନେଇଥିଲା ଓ ଶେଷ ଦିନ ଖେଳ ପାଇଁ ଭାରତକୁ ଜିତିବା ପାଇଁ ୧୫୭ରନର ଆବଶ୍ୟକତାଥିଲା। ବର୍ଷା କାରଣରୁ ବିଜୟ ଭାରତ ହାତରୁ ଖସିଗଲା। ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଲଡ୍ସସରେ ୧୨ ଅଗଷ୍ଟରୁ ଅନୁଷ୍ଠିତ ହେବ।

ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରିଥିଲେ ଓ ଏହି ମ୍ୟାଚରେ ୯ ଟି ୱିକେଟ ଅକ୍ତିଆର କରିଥିଲେ। ସେ ପ୍ରଥମ ପାରିରେ ୪ ଓ ଇଂଲଣ୍ଡର ଦ୍ୱିତୀୟ ପାରିରେ ୫ ଟି ୱିକେଟ ନିଜ ନାମରେ କରିଥିଲେ। ଇଂଲଣ୍ଡର ଅଧିନାୟକ ଜୋ ରୁଟ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ପ୍ରଥମ ପାରିରେ ୬୪ ରନ କରିଥିବା ବେଳେ ଦ୍ୱିତୀୟ ପାରିରେ ସୁନ୍ଦର ଶତକ ଲଗାଇଥିଲେ। ରୁଟ ଏହି ମ୍ୟାଚରେ ମୋଟ ୧୭୩ ରନ କରିଥିଲେ। ଭାରତ ବ୍ୟାଟିଙ୍ଗ କଥା କହିବାତ ଓପନର କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଥିଲେ।

ରାହୁଲ ଭାରତର ପ୍ରଥମ ପାରିରେ ସର୍ବାଧିକ ରନ କରିଥିଲେ ଯାହା ହେଉଛି ୮୪ରନ। ସେ ୨୧୪ ବଲର ସାମ୍ନା କରିଥିଲେ ଓ ୧୨ ଟି ଚୌକା ଲଗାଇଥିଲେ। ସେହିପରି ଜାଡେଜା ୭ ନମ୍ବରରେ ବ୍ୟାଟିଙ୍ଗ କରି ୫୬ ରନ କରିଥିଲେ। ଜାଡେଜା ୮୬ ବଲ ଖେଳି ୮ ଟି ଚୌକା ଓ ୧ ଟି ଛକା ଲଗାଇଥିଲେ।ଇଂଲଣ୍ଡର ପ୍ରେସର ଜେମ୍ସ ଆଣ୍ଡରସନ ଓ ଓଲି ରବିନସନ ପ୍ରଥମ ପାରିରେ ମିଶିକି ୯ ୱିକେଟ ଅକ୍ତିଆର କରିଥିଲେ। ଆଣ୍ଡରସନ ୪ ଓ ରବିନସନ ୫ ଟି ୱିକେଟ ନିଜ ନାମରେ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *