କେ ଏଲ ରାହୁଲଙ୍କୁ ନେଇ ଗମ୍ଭୀରଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ବିରାଟ କୋହଲିଙ୍କ ପରେ ରାହୁଲ କରିପାରନ୍ତି ଏହି ରେକର୍ଡ….

ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗ ୧୯ ସେପ୍ଟେମ୍ବରରୁ ୟୁଏଇରେ ଖେଳାଯିବ। ଏହାକୁ ନେଇ ଖେଳାଳି ମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କିଛି ଖେଳାଳି ଯିଏକି ଏବେ ୟୁଏଇରେ ପହଁଚିଛନ୍ତି ସେମାନେ ୬ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ହିଁ ଅଭ୍ୟାସରେ ଭାଗ ନେବେ। ଏହା ମଧ୍ୟରେ ପୂର୍ଵ ଭାରତୀୟ ଓପନର ଗୌତମ ଗମ୍ଭୀର ପଞ୍ଜାବ କିଙ୍ଗସର ଅଧିନାୟକ କେଏଲ ରାହୁଲଙ୍କୁ ପ୍ରଶଂସା କରିଛନ୍ତି ଓ ତାଙ୍କ ଠୁ ବହୁତ ଆଶା କହିଛନ୍ତି। ଗମ୍ଭୀର କହିଛନ୍ତି ରାହୁଲ ଆଇପିଏଲରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଓ ସେ ଗୋଟେ ସଂସ୍କରଣରେ ୨-୩ ଶତକ ମାରିପାରନ୍ତି।

Google

ରାହୁଲ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୮୮ ଟି ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୨ ଟି ଶତକ ଓ ୨୫ ଟି ଅର୍ଦ୍ଧଶତକ ସାହାଯ୍ୟରେ ୨୯୭୮ ରନ କରିଛନ୍ତି। ବର୍ତ୍ତମାନର ସଂସ୍କରଣରେ ମଧ୍ୟ ସେ ଏବେ ପର୍ଯ୍ୟନ୍ତ ଖେଳିଥିବା ୭ ଟି ମ୍ୟାଚରେ ୪ ଟି ଅର୍ଦ୍ଧଶତକ ଲଗାଇଛନ୍ତି। ଆଇପିଏଲ ୨୦୨୧ର ଅଙ୍କ ତାଲିକା କଥା କହିବା ତ ଦିଲ୍ଲୀ କ୍ୟାପିଟଲ୍ସ ୧ ସ୍ଥାନରେ ରହିଛି। ରାହୁଲଙ୍କ ଟିମ ପଞ୍ଜାବ କିଙ୍ଗସ ଲଗାତର ଭଲ ପ୍ରଦର୍ଶନ ନକରିପାରି ୬ ନମ୍ବର ସ୍ଥାନରେ ରହିଛି।

କେକେଆର ଟିମର ପୂର୍ଵ ଅଧିନାୟକ ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟସର ଶୋ ଗେମ ପ୍ଲାନରେ କହିଛନ୍ତି ରାହୁଲଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆସିବା ଏବେ ବାକି ଅଛି। ତା ସହ ସେ ଏହା ମଧ୍ୟ କହିଛନ୍ତି ରାହୁଲଙ୍କର ମଧ୍ୟ ଏପରି ଏକ ସିଜନ ଆସିବ ଯେପରି ୨୦୧୬ରେ ବିରାଟ କୋହଲି କରିଥିଲେ। ସେହି ସିଜନରେ ଆରସିବିର ଅଧିନାୟକ କୋହଲି ୯୭୩ ରନ ବନାଇଥିଲେ।

Google

ଗମ୍ଭୀର କହିଛନ୍ତି,”ଆମେ ରାହୁଲଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିନାହୁଁ। ହଁ ସେ ରନ କରୁଛନ୍ତି କିନ୍ତୁ ଆମେ ଏବେ ପର୍ଯ୍ୟନ୍ତ ଦେଖିନେ କି ସେ ବ୍ୟାଟିଙ୍ଗ ଦ୍ଵାରା କଣ ହାସଲ କରିବେ। ତାଙ୍କ ପାଇଁ ମଧ୍ୟ ଏକ ସେହିପରି ସଂସ୍କରଣ ହୋଇପାରେ ଯେପରି ବିରାଟ କୋହଲି କରିଥିଲେ। ରାହୁଲ ମଧ୍ୟ ଏକ ସିଜନରେ ୨-୩ ଶତକ ମାରିପାରିବେ ତାହା ବି ଭଲ ଷ୍ଟାଇକ ରେଟରେ”।

ପଞ୍ଜାବ କିଙ୍ଗସ ଆଇପିଏଲର ଦ୍ୱିତୀୟ ଭାଗରେ ଅଧିକ ମଝବୁତ ଦେଖାଯାଉଛି ଓ ଟିମ କିଛି ନୂଆ ଖେଳାଳିଙ୍କୁ ମଧ୍ୟ ସାମିଲ କରିଛି। ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରାମ ଡେଭିଡ ମଲାନଙ୍କ ଜାଗା ନେଇଛନ୍ତି। ମଲାନ ଦ୍ୱିତୀୟ ଭାଗରେ ନିଜସ୍ୱ ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଯେ ରିଚର୍ଡସନଙ୍କ ଜାଗାରେ ଇଂଲଣ୍ଡର ସ୍ପିନର ଆଦିଲ ରାସିଦ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରେସର ବୋଲର ନାଥନ ଏଲିସ ରିଲେ ମେରେଡିଥଙ୍କ ଜାଗା ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *