ବ୍ୟୁରୋ ରିପୋର୍ଟ: ଭାରତର ଷ୍ଟାର ରେସଲର ସାକ୍ଷୀ ମଲିକ କମନୱେଲଥ ଗେମ୍ସ ୨୦୨୨ରେ ଭାରତକୁ ୮ମ ସ୍ଵର୍ଣ ପଦକ ଜିତାଇଛନ୍ତି। ସେ ମହିଳାଙ୍କ ୬୨ କିଲୋଗ୍ରାମ ଫାଇନାଲରେ କାନାଡ଼ାର ଏନା ଗୋଡିନେଜ ଗ୍ରୋନଜାଲେଜଙ୍କୁ ହରାଇଛନ୍ତି। ରିଓ ଅଲମ୍ପିକ ୨୦୧୬ ବ୍ରୋଞ୍ଜ ମେଡାଲ ଜିତିଥିବା ସାକ୍ଷୀଙ୍କର ଏହା ପୂର୍ଵ ୬ ବର୍ଷରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମେଡାଲ ଅଟେ। ଅଲମ୍ପିକରେ ବ୍ରୋଞ୍ଜ ଜିତିଥିବା ସାକ୍ଷୀ ମଲିକ ଶେଷ ୪ ମ୍ୟାଚରେ କୈମରୁନର ବର୍ଥୀ ଇମିଲିଏନେ ହଟାନେ ଏନଗୋଲେଙ୍କ ଉପରେ ଟେକ୍ନିକ ଶ୍ରେଷ୍ଟତା ଦ୍ଵାରା ୧୦-୦ ରେ ବିଜୟ ହାସଲ କରିଥିଲେ।

ସାକ୍ଷୀ କ୍ବାର୍ଟର ଫାଇନାଲରେ ମଧ୍ୟ ଟେକ୍ନିକ ଶ୍ରେଷ୍ଟତା ଦ୍ଵାରା ବିଜୟ ହାସଲ କରିଥିଲେ। ସେ ଆରମ୍ଭ ମ୍ୟାଚରେ ଇଂଲଣ୍ଡର କେଲସେ ବାର୍ନେସଙ୍କୁ ହରାଇ ଥିଲେ।ଭାରତର ପଦକ ସଂଖ୍ୟା ଏବେ ୨୩ ରେ ପହଁଚିଯାଇଛି। ରେଶଲିଙ୍ଗରେ ଏବେ ଭାରତକୁ ୨ ଟି ସ୍ଵର୍ଣ ଓ ଗୋଟେ ରୌପ୍ୟ ପଦକ ମିଳିଛି।
ବଜରଙ୍ଗ ପୁନିଆ ଲଗାତର ଦ୍ୱିତୀୟ କମନ ୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି:
ଭାରତର ଷ୍ଟାର ରେଶଲର ବଜରଙ୍ଗ ପୁନିଆ ପୁରୁଷଙ୍କ ଫ୍ରିଷ୍ଟାଇଲ ୬୫ କିଲୋଗ୍ରାମରେ ଫାଇନାଲରେ କାନାଡ଼ାର ଲାଚଲାନ ମୈକନିଲଙ୍କୁ ୯-୨ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ଇଂଲଣ୍ଡର ଜୋର୍ଜ ରେମଙ୍କ ଉପରେ ଟେକ୍ନିକ ଶ୍ରେଷ୍ଟତାରେ ବିଜୟ ଲାଭ କରି ସହଜରେ ଫାଇନାଲରେ ଜାଗା ସୃଷ୍ଟି କରିଥିଲେ। ପୂର୍ଵ ଚମ୍ପିୟାନ ବଜରଙ୍ଗ ପୁନିଆ ମୋରିସସର ଜିନ ମୁଲିଆନେ ଜୋରିସ ବାଂଣ୍ଡାଉଙ୍କୁ ମାତ୍ର ୧ ମିନିଟରେ ୬-୦ରେ ହରାଇ ସହଜରେ ସେମିଫାଇନାଲରେ ପହଁଞ୍ଚିଥିଲେ।

ତାଙ୍କୁ କ୍ବାର୍ଟର ଫାଇନାଲରେ ପହଁଚିବାରେ ମାତ୍ର ଦୁଇ ମିନିଟରୁ କମ ସମୟ ଲାଗିବ। ସେ ଆରମ୍ଭ ମ୍ୟାଚରେ ନୌରୁର ଲୋବେ ବିଂଘମଙ୍କୁ ହରାଇ ୪-୦ରେ ମ୍ୟାଚ ଜିତିଯାଇଥିଲେ। ସେ ମାତ୍ର ଗୋଟେ ମିନିଟରେ ପ୍ରତୀନ୍ଦ୍ୱନ୍ଦୀଙ୍କୁ ଜାଣି ଆରାମରେ ହରାଇଥିଲେ। ବିଂଘମ ଅଚାନକ ଜାଣିହିଁ ପାରିଲେନି କଣ ହେଲା ଓ ହାରିଗଲେ।
ଅଂସୁ ମଲିକ କୁସ୍ତିରେ ଭାରତକୁ ପ୍ରଥମ ପଦକ ଜିତାଇଥିଲେ:
ଭାରତୀୟ ମହିଳା ରେଶଲର ଅଂସୁ ମଲିକ କମନୱେଲଥ ଗେମ୍ସରେ ୫୭ କେଲୋଗ୍ରାମ ଫ୍ରିଷ୍ଟାଇଲରେ ଭାରତକୁ ରୌପ୍ୟ ପଦକ ଜିତାଇ କୁସ୍ତିରେ ଆରମ୍ଭ କରିଥିଲେ। ସେ ଫାଇନାଲରେ ନାଇରେଜିଆର ଆଡୁନାୟୋ ଫୋଲାସାଡେ ଏଡୁକୁରୋୟେଙ୍କ ଠୁ ୩-୭ ରେ ହାରିଥିଲେ। ଏହା ପୂର୍ବରୁ ସେସୁନ୍ଦର ପ୍ରଦର୍ଶନ କରିଥିଲେ। ସେ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଇରେନ ସିମିଓନିଡେସ ଓ ସେମିଫାଇନାଲରେ ଶ୍ରୀଲଙ୍କାର ନେଥମି ପୋରୁଥୁଟାଗେଙ୍କୁ ୧୦-୦ରେ ହରାଇଥିଲେ।
This is how you win a gold medal in a minute. Like a champ!!! Sakhi Malik 🔥🐅 pic.twitter.com/54FtTPtyE0
— DeepU (@KuthaRamp) August 5, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।