ବ୍ୟୁରୋ ରିପୋର୍ଟ: ଭାରତର ଭେଟରାନ ସୁଟର ରଚିଲେ ଇତିହାସ। ସୁଟର ମାଇରାଜ ଅହମ୍ମଦ ଖାନ ସୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ରହିଛନ୍ତି। ମାଇରାଜ ସ୍କିଟ ଇଭେଣ୍ଟରେ ଭାରତକୁ ଫାଷ୍ଟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।
ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଟିମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି ଭାରତ। ତେବେ ପୁରୁଷ ସ୍କିଟ ଇଭେଣ୍ଟରେ ୩୭ ପଏଂଟସ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି ମାଇରାଜ।
Meraj Khan from India winning the Gold Medal and thanking Allah pic.twitter.com/4KwSPafdGT
— Idris Ahmad (@IdrisAhmad_47) July 18, 2022
କୋରିଆର ମିନସୁ କିମ ଗୋଟିଏ ପଏଂଟ ପଛୁଆ ରହି ହାସଲ କରିଛନ୍ତି ରୌପ୍ୟ ପଦକ। ବ୍ରିଟେନର ବେନ ଲିଉ ଲିନ ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କର ପଏଂଟସ ଥିଲା ୨୬।
୨ ଥର ଅଲମ୍ପିଆନ ମାଇରାଜ ୨୦୧୬ ରିଓ ଡି ଜାନେରିଓ ବିଶ୍ୱକପରେ ରୌପ୍ୟ ପଦକ ଜିତିବାରେ ସକ୍ଷମ ରହିଥିଲେ। ୫୦ ମିଟର ମହିଳା ରାଇଫଲ ଥ୍ରୀ ପୋଜିସନ ଟିମ ଇଣ୍ଡିଆର ଭାରତ ହାସଲ କରିଛି ବ୍ରୋଞ୍ଜ ପଦକ। ତେବେ ଏହି ପଦକ ସବୁ ଜିତିବା ଆମ ଦେଶର ଗୌରବର କଥା ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।