ବ୍ୟୁରୋ ରିପୋର୍ଟ: କମନୱେଲ୍ଥ ଗେମ୍ସରେ ଭାରତକୁ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଯାଇଛି। ଭାରତ ପାଇଁ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ବେଳେମିରାବାଇ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୪୯ କେଜିର କାଟାଗୋରିରେ ନିଜର ଦମ ଦେଖାଇ ଏହି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହା ଏହି ବର୍ଷ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଅଟେ।

ରେକର୍ଡ ମିରାବାଇ ଚାନୁଙ୍କ ସ୍ୱର୍ଣ୍ଣ ପଦକ:
ମିରାବାଇ କମନୱେଲ୍ଥ ଗେମ୍ସରେ ୪୯ କେଜିର କାଟାଗୋରିରେ ସ୍ୱର୍ଣ୍ଣ ପଦକ ଏକାତରଫା ଜିତିଛନ୍ତି। ଅନ୍ୟ ଦେଶର ଖେଳାଳି ମିରାବାଇଙ୍କ ଆଖ ପାଖ ପର୍ଯ୍ୟନ୍ତ ମଧ୍ୟ ନଥିଲେ। ମିରାବାଇ ସନଇଚରେ ୮୮ କେଜି ଉଠାଇଥିଲେ। ସେହିପରି କ୍ଲିନ ଏଣ୍ଡ ଜର୍କରେ ମୋଟ ୧୧୩ କେଜି ଓଜନ ଉଠାଇଥିଲେ। ଏହିପରି ତାଙ୍କର ମୋଟ ସ୍କୋର ୨୦୧ ଥିଲା। ରେକର୍ଡ କରିବା ସହିତ ସେ ସ୍ଵର୍ଣ ପଦକ ଜିତିଛନ୍ତି।
ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ:
କମନୱେଲ୍ଥ ଗେମ୍ସ ୨୦୨୨ରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଅଟେ। ଏବେ ପର୍ଯ୍ୟନ୍ତ ଭାରତ ୩ ଟି ପଦକ ଜିତିସାରିଲାଣି। ତିନୋଟି ଯାକ ପଦକ ୱେଟଲିଫଟିଙ୍ଗରେ ହିଁ ଆସିଛି। ମିରାବାଇଙ୍କ ପୂର୍ବରୁ ଭାରତ ପାଇଁ ସଂକେତ ମହାଦେବ ରୌପ୍ୟ,ଓ ଗୁରୁରାଜ ପୂଜାରା ବ୍ରୋଞ୍ଜ ପଦକ ଜିତିଥିଲେ। ମୋରୀସସର ମେରି ହାନିତ୍ରା ରୋଇଲିୟା ରାନାଇବୋସୋଆ ୧୭୨ କେଜି ଉଠାଇ ମିରାବାଇଙ୍କ ପରେ ଦ୍ୱିତୀୟ ନମ୍ବରରେ ରହିଥିଲେ। ଯେବେକି କାନାଡ଼ାର ହନା କାନିନସ୍କି ୧୭୧ କେଜି ଉଠାଇ ତୃତୀୟ ସ୍ଥାନରେ ରହିଥିଲେ। ଚାନୁ ସନଇଚ ବର୍ଗରେ ରାଷ୍ଟ୍ରମଣ୍ଡଳ ଚମ୍ପିୟାନସିପ ଓ ରାଷ୍ଟ୍ରମଣ୍ଡଳ ଖେଳର ରେକର୍ଡ ଭାଙ୍ଗିଛନ୍ତି। ସେ କ୍ଲିନ ଏଣ୍ଡ ଜର୍କରେ ମଧ୍ୟ ନୂଆ ରେକର୍ଡ କରିଛନ୍ତି।
Golden performance by our girl! Way to go 🇮🇳 #MirabaiChanu pic.twitter.com/jVnHougiCF
— Gautam Gambhir (@GautamGambhir) July 30, 2022
ଭାରତୀୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମିରାବାଇକୁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ଟ୍ୱିଟ କରି କହିଛନ୍ତି,”ଅସାଧାରଣ ମିରାବାଇ ଚାନୁ ଭାରତ ପାଇଁ ପୁଣି ଗୌରବ ଆଣିଛନ୍ତି! ସବୁ ଭାରତୀୟ ଖୁସିକି ସେ ବର୍ମିଂହମ ଖେଳର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓ ନୂଆ ରେକର୍ଡ କରିଛନ୍ତି। ତାଙ୍କ ସଫଳତା ନୂତନ ଯୁବ ଖେଳାଳିଙ୍କୁ ପ୍ରେରିତ କରିବ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।