ବଡ଼ ଖବର: କଣ ଟି-୨୦ ବିଶ୍ୱକପ ଖେଳିପାରିବେ ହାର୍ଦିକ ପାଣ୍ଡ୍ୟା? କୋଚ ଦେଲେ ଜବାବ..

ଭାରତୀୟ ଦଳ ଏବେ ଇଂଲଣ୍ଡ ଗ୍ରସ୍ତରେ ଅଛନ୍ତି। ଏହା ପରେ ଆଇପିଏଲ ୨୦୨୧ର ବାକିଥିବା ମ୍ୟାଚ ଖେଳାଯିବ। ଯାହାର ତୁରନ୍ତ ପରେ ଟି-୨୦ ବିଶ୍ୱକପ ଖେଳାଯିବ। ଖେଳାଳିଙ୍କ ନଜର କପ ଜିତିବା ଉପରେ ଅଛ। ତେଣୁ ଖେଳାଳି ମାନଙ୍କୁ ଆଇପିଏଲରେ ପ୍ରସ୍ତୁତ ହେବାକୁ ଭଲ ମୌକା ମିଳିବ।

Google

ଟି-୨୦ ବିଶ୍ୱକପ ପାଇଁ ଧୀରେ ଧୀରେ ପ୍ରସ୍ତୁତ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା:ଶ୍ରୀଲଙ୍କାରେ ସୀମିତ ଓଭର ସିରିଜ ସମୟରେ ଭାରତର ବୋଲିଙ୍ଗ କୋଚ ପାରସ ମହାମବ୍ରେ ଥେ ଯିଏକି ବିଶ୍ୱକପ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରଖିଛନ୍ତି। ଭାରତ ଏ ରେ ବୋଲିଙ୍ଗ କୋଚ ଆକାରରେ କାମ କରିଛନ୍ତି ଓ ବାଙ୍ଗାଲୋର ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ବୋଲିଙ୍ଗ କୋଚ ମଧ୍ୟ ଅଛନ୍ତି। ପାଣ୍ଡ୍ୟା ଓ ଅନ୍ୟ ଭାରତୀୟ ବୋଲର ଏଠାରେ ସୁସ୍ଥ ହେଉଛନ୍ତି।

ସେ କହିଛନ୍ତି ଆଇପିଏଲର ତୁରନ୍ତ ପରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ହାର୍ଦିକ ପାଣ୍ଡ୍ୟା ଖେଳିବା ଅତ୍ୟନ୍ତ ଆବଶ୍ୟକ। ପାରସ କହିଛନ୍ତି ହାର୍ଦିକ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓ ମୁଁ ତାଙ୍କ ଉପରେ ଅଧିକ ବୋଲିଙ୍ଗ ପ୍ରେସର ଦେଉନାହିଁ। ତାଙ୍କ ଉପରେ ପୁରା ନଜର ରଖାଯାଇଛି। ସେ ଖେଳିବା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ଓ ସେ ଭଲ ସେ ପ୍ରଦର୍ଶନ କରିବା ଆବଶ୍ୟକ।

ମହାମବ୍ରେ ଆଇଏଏନଏସକୁ କହିଛନ୍ତି ,ଆମେ ତାଙ୍କ ବ୍ୟାଟିଙ୍ଗ ଜାଣିଛୁ ଯାହା ସେ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏହା ସହ ଯେବେ ଆମେ ତାଙ୍କ ବୋଲିଙ୍ଗ ଯୋଡିବୁ ସେ ଏକ ଅଲଗା ଖେଳାଳି ହୋଇଯିବେ। ଏହି କାମ ପାଇଁ ଏବେ ଆମେ ତାଙ୍କ ଉପରେ କାମ କରୁଛୁ। ସମସ୍ତେ ତାଙ୍କ ଶକ୍ତି, ପ୍ରଦର୍ଶନ ଓ ଫିଟନେସ ପାଇଁ କାମ କରୁଛନ୍ତି।

Google

ହାର୍ଦିକଙ୍କର ଫିଟନେସ ଉପରେ ପ୍ରଶ୍ନ:ପୂର୍ଵ କିଛି ବର୍ଷରୁ ପିଠି ସମସ୍ୟା ଦେଇ ଗତିକରୁଥିବା ହାର୍ଦିକ ପାଣ୍ଡ୍ୟା ଏହି କାରଣରୁ ଟେଷ୍ଟ ଟିମର ଅଂଶ ହୋଇଯାଇଥିଲେ। କିନ୍ତୁ ସେ ଶ୍ରୀଲଙ୍କା ଗ୍ରସ୍ତରେ ସୀମିତ ଓଭର ସିରିଜରେ ବୋଲିଙ୍ଗ କରିଥିଲେ।କିନ୍ତୁ ସେ ପୁରା ସିରିଜରେ ଭଲ ପ୍ରଦର୍ଶନ କରିବାରେ ବିଫଳ ରହିଥିଲେ।

ଅଧିକ ବୋଲିଙ୍ଗ କରିପାରୁନାହାନ୍ତି ପାଣ୍ଡ୍ୟା: ଶ୍ରୀଲଙ୍କା ସିରିଜରେ ହାର୍ଦିକ ୩ ଟି ଦିନିକିଆ ୧୪ ଓଭର ପକାଇଛନ୍ତି ଓ ୪୮.୫ ଔସତରେ ମାତ୍ର ୨ ୱିକେଟ ଅକ୍ତିଆର କରିଥିଲେ। ଏହା ସହିତ ଗୋଟେ ଟି-୨୦ରେ ମଧ୍ୟ ସେ ଦୁଇ ଓଭର ବୋଲିଙ୍ଗ କରିଛନ୍ତି। ମାର୍ଚ୍ଚରେ ଇଂଲଣ୍ଡ ବିରୁଦ୍ଧରେ ପାଣ୍ଡିଆ ୫ ଟି ଟି-୨୦ ମ୍ୟାଚରେ ୧୭ ଓଭର ବୋଲିଙ୍ଗ କରିଥିଲେ ଯେଉଁଥିରେ ସେ ୩ ଟି ୱିକେଟ ନେଇଥିଲେ ଓ ୬.୯୪ ରନ ରେଟରେ ରନ ଦେଇଥିଲେ। ଯାହା ଭୁବନେଶ୍ୱର କୁମାରଙ୍କ ପରେ ସବୁଠୁ ଭଲ ପ୍ରଦର୍ଶନ ଥିଲା। ସେ ୫ ଟି ମ୍ୟାଚରୁ ତିନୋଟି ମ୍ୟାଚରେ ନିଜର ଚାରି ଓଭର ପୁରା କରିପାରିଥିଲେ। ପାଣ୍ଡ୍ୟା ଇଂଲଣ୍ଡ ବିରୁଦ୍ଧରେ ଶେଷ ତୃତୀୟ ଦିନିକିଆରେ ୯ ଓଭର ବୋଲିଙ୍ଗ କରିବାର ନଜର ଆସିଥିଲେ ଓ ୫.୩୩ ପ୍ରତି ଓଭର ବୋଲିଙ୍ଗ କରିଥିଲେ।

Google

ଭାରତୀୟ ୪୯ ବର୍ଷୀୟ ପୂର୍ଵ ବୋଲର ମହାମବ୍ରେ କହିଛନ୍ତିକି ଇଣ୍ଡିଆନ ପ୍ରିମିୟର ଲିଗର ଶେଷରେ ଟି-୨୦ ବିଶ୍ୱକପ ପାଣ୍ଡ୍ୟା ଖେଳିବେ କି ନାହିଁ ଜଣାପଡିବ। ତାଙ୍କ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଡିପେଣ୍ଡ କରେକି ସେ ତାଙ୍କ କେଉଁଭଳି ଉପଯୋଗ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *