IND VS SL: ହାର୍ଦ୍ଦିକ ପାଣ୍ଡ୍ୟା ନିଜ ହେଡ ବ୍ୟାଣ୍ଡକୁ ନେଇ ହେଲେ ଟ୍ରୋଲ, ଲୋକମାନେ କହିଲେ ଏମିତି କଥା…

ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ଵିପକ୍ଷ ପ୍ରଥମ ମ୍ୟାଚରେ ହେଡ ବ୍ୟାଣ୍ଡ ପିନ୍ଧି ଓହ୍ଲାଇଲେ।ହେଲେ ଏହାକୁ ନେଇ ସେ ଟ୍ରୋଲ ହୋଇଥିଲେ। କିଛି କହିଲେ କି ଅଶୋକ ଦିଣ୍ଡାଙ୍କ ଭଳି ଦିଶୁଛନ୍ତି। ଶ୍ରୀଲଂକାର ଅଧିନାୟକ ଶନକା ଟସ ଜିତି ବ୍ୟାଟିଂ କରିବାର ଫଇସଲା ଗ୍ରହଣ କରିଥିଲେ।

Google

ପ୍ରଥମ ମ୍ୟାଚ କୋଲମ୍ବୋର ଆର ପ୍ରେମଦସା ଷ୍ଟାଡିୟମରେ ଖେଳାଯାଉଥିଲା ହାର୍ଦ୍ଦିକ ଏହି ମ୍ୟାଚରେ ବୋଲିଂ କରିଥିଲେ।ସେ ପ୍ରଥମ ଦୁଇ ଓଭର ବୋଲିଂ କରି ୧୨ ରନ ଦେଇଥିଲେ।ସେ ତାଙ୍କର ପିଠି ଆଘାତ ପରେ ବୋଲିଂ କରୁନଥିଲେ। ସେ ବୋଲିଂ କରିପାରିବେ ନାହିଁ ଯଦି ଟେଷ୍ଟ ଟିମରେ ତାଙ୍କୁ ସ୍ଥାନ ମିଳିଲା ନାହିଁ। ବହୁତ ସମୟ ପରେ ପାଣ୍ଡ୍ୟା ବୋଲିଂ କଲେ। ହେଡବ୍ୟାଣ୍ଡ ବାନ୍ଧି ବୋଲିଂ କଲେ ଓ ସେଥିପାଇଁ ଟ୍ରୋଲ ବି ହେଲେ।

ହାର୍ଦିକଙ୍କ ଭାଇ କୁନାଲ ପାଣ୍ଡ୍ୟା ମଧ୍ୟ ଏହି ମ୍ୟାଚରେ ଖେଳିଥିଲେ। ସେ ଗୋଟିଏ ୱିକେଟ ଭାଇସକ୍ୟାପଟେନ ଧନଞ୍ଜୟ ଡି ସିଲବା(୧୪)ଙ୍କ ୱିକେଟ ଅକ୍ତିଆର କରିଥିଲେ। ହାର୍ଦ୍ଦିକଙ୍କ ହେଡବ୍ୟାଣ୍ଡଙ୍କୁ ନେଇ ଜଣେ କହିଲେ ତାଙ୍କର ଚୁଟି ତ ଏତେ ନାହିଁ କାହିଁକି ସେ ପିନ୍ଧିଛନ୍ତି। ଅନ୍ୟଜଣେ କହିଲେ ଏହାକୁ ଖୋଲିଦିଅ ପ୍ଲିଜ।

Google

ବଦୌଡାର ଅଲରାଉଣ୍ଡର ନିଜର ୬୧ ତମ ଦିନିକିଆ ମ୍ୟାଚ ଖେଳିବାକୁ ଓହ୍ଲାଇଲେ। ସେ ଏହା ପୂର୍ବରୁ ୧୧ ଟେଷ୍ଟ ଓ ୪୮ ଟି ୨୦ ମ୍ୟାଚ ଖେଳିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ଏକ ଶତକ ଓ ୪ ଅର୍ଦ୍ଧଶତକ ବଳରେ ୫୩୨ରନ ରହିଛି ଓ ୧୭ ୱିକେଟ ମଧ୍ୟ ରହିଛି। ଏହା ଛଡା ଟି ୨୦ ଅନ୍ତରାଷ୍ଟ୍ରୀୟରେ ୪୧ ୱିକେଟ ଅକ୍ତିଆର କରିଛନ୍ତି ଓ ୧୨୬୭ ରନ ବନେଇଛନ୍ତି। ଦିନିକିଆରେ ସେ ଏହି ମ୍ୟାଚ ପୂର୍ବରୁ ୫୫ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *