IND VS SL: ଶେଷ ଦିନିକିଆରେ ଭାରତକୁ ହରାଇଲା ଶ୍ରୀଲଙ୍କା, ଏହି ଷ୍ଟାର ବ୍ୟାଟ୍ସମାନ ଖେଳିଲେ ଚମତ୍କାର ପାରି

ପ୍ରଥମ ଦୁଇଟି ଦିନିକିଆ ଜିତିବା ପରେ ୩ୟ ଦିନିକିଆରେ ଭାରତକୁ ପରାଜୟ ମିଳିଛି। ହେଲେ ଖୁସିର କଥା ଏହାକି ଭାରତ ସିରିଜ ନିଜ ନାମରେ କରିନେଇଛି। ଯାହାକୁ ଭାରତ ୨-୧ ରେ ନିଜ ନାମରେ ନାମିତ କରିଦେଇଛି। ଆଗ ବ୍ୟାଟିଂ କରି ଭାରତ ବର୍ଷା ହେବାରୁ ୪୭ ଓଭର ଖେଳ ହୋଇଥିଲା ହେଲେ ଭାରତ ୪୩.୧ ଓଭରରେ ୨୨୫ ରନରେ ଅଲଆଉଟ ହୋଇଯାଇଥିଲା।

Google

ଭାରତୀୟ ଦଳ ପକ୍ଷରୁ ପୃଥୀ ସ୍ୱ ୮ ଟି ଚୌକା ସହାୟତାରେ ୪୯, କ୍ୟାପଟେନ ଧୱନ ୩ଟି ଚୌକା ମାରି ୧୧ ବଲରେ ୧୩, ମନୀଷ ପାଣ୍ଡେ ୧୧ , ହାର୍ଦ୍ଦିକ ପାଣ୍ଡ୍ୟା ୧୭, ନୀତିଶ ରାଣା ୭, କୃଷ୍ଣପା ଗୋଥାମ ୨,ରାହୁଲ ଚାହାର ୧୩,ନବଦୀପ ସୈନି ୧୫ ରନ ବନେଇଥିଲେ। ଭାରତୀୟ ଦଳ ପକ୍ଷରୁ ପୃଥୀ ସ୍ୱ ଙ୍କ ଛଡା ସଂଜୁ ସାମସନ ଏବଂ ସୂର୍ଯ୍ୟ କୁମାର ଯାଦବ ଭଲ ଖେଳିଥିଲେ। ସେ ୫ଟି ଚୌକା ଏବଂ ଗୋଟିଏ ଛକା ସହ ୪୬ ବଲରେ ୪୬ ରନ ଏବଂ ସୂର୍ଯ୍ୟ କୁମାର ଯାଦବ ୩୭ଟି ବଲରେ ୭ଟି ଚଉକା ସହ ୪୦ ବନେଇଥିଲେ।

ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଏବଂ ଜୟୱିକରମା ୩ଟି ୱିକେଟ ପାଇଥିଲେ। ଚମିରା ୨ଟି ୱିକେଟ ନେଇଥିବା ବେଳେ କରୁଣାରତନେ ଏବଂ ସନକା ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Google

ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫରଣାଣ୍ଡ ଭଲ ବ୍ୟାଟିଂ କରିଥିଲେ। ସେ ୯୮ ବଲର ସାମ୍ନା କରି ୧ଟି ଛକା ଏବଂ ୪ଟି ଚଉକା ସହ ୭୬, ଭାନୁକା ରାଜପ୍ରକାଶ ୬୫ (୧୨ଟି ଚୌକା) ଏବଂ ଅସଲଙ୍କା ୨୪, ରମେଶ ମେଣ୍ଡିସ ୧୫ ରନ କରି ଦଳକୁ ବିଜୟ ଦିଗରେ ନେଇଥିଲେ। ଯାହା ଫଳରେ ଶ୍ରୀଲଙ୍କା ଭାରତକୁ ଶେଷ ଦିନିକିଆରେ ପରାଜିତ କଲା।

ଭାରତ ପକ୍ଷରୁ ରାହୁଲ ଚାହାର ୩ଟି , ଚେତନ ସକାରିଆ ୨ଟି ୱିକେଟ ପାଇଥିଲେ ତାହା ଛଡା ହାର୍ଦିକ ପାଣ୍ଡ୍ୟା ଏବଂ କୃଷ୍ଣପା ଗୋଥାମ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ମ୍ୟାଚର ହିରୋ ରହିଥିଲେ ଅଭିସ୍କା ଫରଣାଣ୍ଡ ଯେ କି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଏବଂ ସୂର୍ଯ୍ୟ କୁମାର ଯାଦବ ମ୍ୟାନ ଅଫ ଦି ସିରିଜ ହୋଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *