ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ପାକିସ୍ତାନକୁ ପଛରେ ପକାଇ ନମ୍ବର ୧ ପୋଜିସନ ଅକ୍ତିଆର କଲା ଭାରତ, ଖବର ଭାଇରଲ

ଭାରତ ଇଂଲଣ୍ଡକୁ ଓଭାଲ ଟେଷ୍ଟରେ ହରାଇ ବିଶ୍ୱଟେଷ୍ଟ ଚମ୍ପିୟାନର ଦ୍ୱିତୀୟ ସଂସ୍କରଣରେ ପାକିସ୍ତାନକୁ ପଛରେ ପକାଇ ନମ୍ବର ୧ ସ୍ଥାନ ପାଇ ଯାଇଛି। ଭାରତ ୫ ଟି ମ୍ୟାଚର ଟେଷ୍ଟ ସିରିଜର ଚତ୍ରୁର୍ଥ ମ୍ୟାଚରର ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଭାରତ ୨୬ ଅଙ୍କ ଓ ୫୪.୧୭%ଅଙ୍କ ହାସଲ କରିଛି। ଯାହା ଦ୍ୱାରା ଭାରତ ଏବେ ନମ୍ବର ୧ ରେ ରହିଛି। ଭାରତ ପରେ ପଏଣ୍ଟ ଟେବୁଲରେ ୧୨-୧୨ ଅଙ୍କ ସହ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଅଛନ୍ତି,ଦୁହିଁଙ୍କର ୫୦% ଅଙ୍କ ରହିଛି। ଚତ୍ରୁର୍ଥ ସ୍ଥାନରେ ୧୪ ଅଙ୍କ ସହ ଇଂଲଣ୍ଡ ଟିମ ଅଛି। ଇଂଲଣ୍ଡର ଅଙ୍କ ପ୍ରତିଶତ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ତୁଳନାରର ୨୯.୧୭ ଅଟେ। ଏହି ଖବର ଏବେ ଭାଇରଲ ହେଉଅଛି।

Google

ପ୍ରତି ଟେଷ୍ଟ ମ୍ୟାଚ ଜିତିବା ଦ୍ଵାରା ୧୨ ଅଙ୍କ ମିଳିଥାଏ, ଟାଇ ହେବା ଦ୍ଵାରା ୬ ଅଙ୍କ ଓ ଡ୍ର ହେବା ଦ୍ଵାରା ୪ ଅଙ୍କ ମିଳିଥାଏ। ସେହିପରି ଅଙ୍କର ପ୍ରତିଶତ କହିବା ତ ଜିତିବା ଦ୍ଵାରା ୧୦୦% , ଟାଇ ଦ୍ଵାରା ୫୦% ଓ ଡ୍ର ଦ୍ଵାରା ୩୩.୩୩ % ଅଙ୍କ ମିଳିଥାଏ।

ଭାରତ ଓ ଇଂଲଣ୍ଡ ସିରିଜରେ ଲାଗିଛି ୬୦ ଅଙ୍କ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜରେ ୫ ଟି ମ୍ୟାଚରେ ୬୦ ଅଙ୍କ ଦାବିରେ ଅଛି। ଚାରିଟି ଟେଷ୍ଟ ମ୍ୟାଚ ସିରିଜରେ ୩୮, ତିନୋଟି ରେ ୩୬ ଓ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ୨୪ ଅଙ୍କ ଥାଏ। ଅଳ୍ପଦିନ ତଳେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯାଇଥିଲା।

ଓଭାଲ ଟେଷ୍ଟର ପରିଣାମ ପୂର୍ବରୁ ଭାରତ ଓ ଇଂଲଣ୍ଡ ଧିମା ଗତି କାରଣରୁ ଦୁଇ ଦୁଇ ଅଙ୍କ ହରାଇଲା। ଯେଉଁଠି ପାଇଁ ତିନୋଟି ଟେଷ୍ଟ ମ୍ୟାଚରେ ଦୁହିଁଙ୍କ ପାଖରେ ୧୬-୧୬ ଅଙ୍କ ଜାଗାରେ ୧୪-୧୪ ଅଙ୍କ ଥିଲା। ଚତ୍ରୁର୍ଥ ମ୍ୟାଚରେ ଇଂଲଣ୍ଡକୁ ହାରିବାକୁ ପଡିଲା ଯେଉଁଠି ପାଇଁ ତାର ୧୪ ଅଙ୍କ ହିଁ ରହିବ କିନ୍ତୁ ଭାରତକୁ ଫାଇଦା ହେଲା। ଭାରତୀୟ ଟିମ ପ୍ରଥମ ବିଶ୍ୱଟେଷ୍ଟ ଚମ୍ପିୟାନସିପରେ ଉପବିଜେତା ରହିସାରିଛି। ନ୍ୟୁଜଲ୍ୟାଣ୍ଡ ଭାରତକୁ ହରାଇ ଟ୍ରଫି ଜିତିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *