IPL ୨୦୨୧: ଧୋନିଙ୍କ ପରେ ରବିନ୍ଦ୍ର ଜାଡେଜା ହେବେ CSK ଅଧିନାୟକ! ନିଜେ ଜାଡେଜା କଲେ ଖୁଲାସା….

IPL ୨୦୨୧ର ଦ୍ୱିତୀୟ ଭାଗ ପାଇଁ ଚେନ୍ନାଇ ସୁପର କିଙ୍ଗସ ଟିମ ୟୁଏଇରେ ଜୋରଦାର ତୟାରୀ ଚଳାଇଛି। ଏହି ଟିମ ଏବେ ପର୍ଯ୍ୟନ୍ତ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି ଓ ଟ୍ରଫି ଜିତିବାର ବହୁତ ସମ୍ଭାବନା ଅଛି। ଧୋନିଙ୍କ ଅଧିନାୟକତ୍ୱରେ ଏହି ଟିମ ବହୁତ ସଫଳତା ହାସଲ କରିଛି ସତ କିନ୍ତୁ ଏବେ ଜଲ୍ଦି ହିଁ ଏହି ଟିମକୁ ନୂଆ ଅଧିନାୟକ ଖୋଜିବାକୁ ହେବ କାରଣ ଧୋନି ଅତି ବେଶୀରେ ଆଉ ଗୋଟେ ଦୁଇ ସିଜନ ହିଁ ଖେଳିବେ। ସେ ଯିବା ପରେ ରବିନ୍ଦ୍ର ଜାଡେଜା ଚେନ୍ନାଇ ଟିମର ଅଧିନାୟକ ହେବାକୁ ଚାହୁଁଛନ୍ତି ବୋଲି ଇଚ୍ଛା ପ୍ରକାଶ କରିଛନ୍ତି, ଏପରିଭାବେ ଜାଡେଜାଙ୍କ ଏକ ଟ୍ୱିଟ ଭାଇରଲ ହେଉଛି।

Google

ରବିନ୍ଦ୍ର ଜାଡେଜା ଚେନ୍ନାଇ ଟିମର ଅଧିନାୟକ ହେବାର ଇଚ୍ଛା ଟ୍ୱିଟରରେ ଏକ କମେଣ୍ଟ ଜରିଆରେ ଜଣାଇଛନ୍ତି। ଏହା ପରେ ସେ ସେହି କମେଣ୍ଟ ଡିଲେଟ କରିଛନ୍ତି ସତ କିନ୍ତୁ ଚେନ୍ନାଇ ପ୍ରସଂସକ ଏହାର ସ୍କିନଶର୍ଟ ନେଇଛନ୍ତି ଯାହା ଭାଇରାଲ ହେଉଛି। ଦେଖନ୍ତୁ ଆଗକୁ ତାଙ୍କର ସେହି ସ୍କ୍ରିନସର୍ଟ..

ଜାଡେଜା ହେବାକୁ ଚାହୁଁଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ?: ଚେନ୍ନାଇ ସୁପର କିଙ୍ଗସର ପ୍ରସଂସକ ସିଏସକେ ଫ୍ୟାନ୍ସ ଆର୍ମି ଏକ ଟ୍ୱିଟ ମାଧ୍ୟମରେ ପଚାରିଥିଲେ କି ଧୋନିଙ୍କ ପରେ କାହାକୁ ଅଧିନାୟକ ବଛାଯିବ ଓ ଏହା ଉପରେ ଜାଡେଜା ୮ କମେଣ୍ଟ କରିଥିଲେ। କହିରଖିବୁକି ରବିନ୍ଦ୍ର ଜାଡେଜାଙ୍କ ଜର୍ସି ନମ୍ବର ୮ ଅଟେ। ଜାଡେଜାଙ୍କ କମେଣ୍ଟରୁ ଏହା ଜଣାପଡୁଛିକି ସେ ଚେନ୍ନାଇର ଆଗାମୀ ଅଧିନାୟକ ହେବାକୁ ଇଛୁକ।

ଜାଡେଜା ମାତ୍ର ୨ ମିନିଟରେ ଏହି କମେଣ୍ଟକୁ ଡିଲେଟ କରିଦେଇଥିଲେ ସତ କିନ୍ତୁ ପ୍ରସଂସକ ଏହାର ସ୍କିନଶର୍ଟ ନେଇ ଜାଡେଜାଙ୍କୁ ଧୋନିଙ୍କ ଉତ୍ତରାଧିକାରୀ କହିଛନ୍ତି। ଜଣେ ପ୍ରସଂସକ ଲେଖିଥିଲେ ୭ ପରେ ୮ ହିଁ ଆସିଥାଏ କାରଣ କହିଛନ୍ତି ଧୋନିଙ୍କ ଜର୍ସି ନମ୍ବର ୭ ଓ ଜାଡେଜାଙ୍କର ୮।

ଆଇପିଏଲ ୨୦୨୧ର ଜାଡେଜାଙ୍କ ପ୍ରଦର୍ଶନ: କହିରଖିବୁକି ଜାଡେଜା ଚେନ୍ନାଇର ସଫଳତାରେ ବଡ଼ ଯୋଗଦାନ ଦେଇଛନ୍ତି। ବ୍ୟାଟିଙ୍ଗ, ବୋଲିଙ୍ଗ ଓ ଫିଲଡିଙ୍ଗରେ ଯୋଗଦାନ ଦେଇଥିବା ଜାଡେଜା ଏହି ସିଜନରେ ଜଣେ ଭଲ ଅଲରାଉଣ୍ଡର ସାବ୍ୟସ୍ତ ହୋଇଛନ୍ତି। ଏହି ଆଇପିଏଲ ସିଜନ କଥା କହିବା ତ ଜାଡେଜା ୭ ଟି ମ୍ୟାଚରେ ୧୩୧ ଔସତରେ ୧୩୧ ରନ କରିଛନ୍ତି। ଏହା ସହ ତାଙ୍କ ନାମରେ ୬ ଟି ୱିକେଟ ଅଛି ଓ ତାଙ୍କ ଇକୋନୋମି ମାତ୍ର ୬.୭୦ ଅଟେ। ଜାଡେଜାଙ୍କ ଆଇପିଏଲ କ୍ୟାରିୟର କଥା କହିବା ତ ଏହି ଅଲରାଉଣ୍ଡର ୧୯୧ ମ୍ୟାଚରେ ୨୨୯୦ ରନ କରିଛନ୍ତି। ଏହି ବ୍ୟାଟ୍ସମ୍ୟାନର ଔସତ ୨୬.୬୨ର ଅଟେ। ସେହିପରି ସେ ୧୨୦ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *