ସମାପ୍ତ ହୋଇଗଲା ଧୱନଙ୍କ ଟି-୨୦ କ୍ରିକେଟ କ୍ୟାରିୟର! ବିଶ୍ୱକପରେ ନ ମିଳିପାରେ ସୁଯୋଗ

ଆପଣ ଭାବୁଥିବେ କି ଆମେ କାହିଁକି ଏମିତି କହୁଛୁ। ଏବେ ଲୋକେଶ ରାହୁଲ ଶିଖର ଧୱନଙ୍କ ପାଇଁ ବହୁତ ବଡ଼ ଚିନ୍ତା ହୋଇଗଲେଣି। ସେ ଆଇପିଏଲ ହେଉ କିମ୍ବା ଇଣ୍ଟରନେସନାଲ ସେ ନିଜର ରନ ବଢେଇ ଚାଲିଛନ୍ତି। ଏହା ମଧ୍ୟ କୁହାଯାଉଛି କି ଟି-୨୦ ପାଇଁ ଶିଖର ଧୱନଙ୍କର ସିଲେକ୍ସନ ନ ହୋଇପାରେ।

Google

ଯଦି ଏମିତି ହେଉଛି ତାହେଲେ ଶିଖର ଧୱନଙ୍କର ଇଣ୍ଟରନେସନାଲ କ୍ୟାରିୟର ଶେଷ ହୋଇପାରେ। ଆଇସିସି ଟି-୨୦ ୨୦୨୧ ବିଶ୍ଵକପ ପାଇଁ ଟିମ ଇଣ୍ଡିଆର ନାମ ନିଆଯାଇପାରେ କିନ୍ତୁ ଏହି ବିଶ୍ବବ୍ୟାପୀ ଟୁର୍ଣ୍ଣାମେଣ୍ଟରେ ଓପନର ଶିଖର ଧୱନଙ୍କର ଖେଳିବାର ଆଶା ବହୁତ କମ ଅଛି। ଏମିତି କୁହାଯାଉଛି କି ଟି-୨୦ ବିଶ୍ଵ କପରେ ଲୋକେଶ ରାହୁଲ ରୋହିତ ଶର୍ମାଙ୍କ ସହ ଓପନିଂ ସମ୍ଭାଳିବେ।କାରଣ ଶିଖର ଧୱନଙ୍କର ନିକଟରେ ହୋଇଥିବା ଟି-୨୦ ମ୍ୟାଚରେ ପ୍ରଦର୍ଶନ କିଛି ଖାସ ନଥିଲା। ଶିଖର ଧୱନ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ନିଜ ପ୍ରଦର୍ଶନ ଦେଖେଇ ପାରିନଥିଲେ।

ଏହା ଦ୍ଵାରା ୟୁଏଇ ଓ ଲାମାନରେ ହେଉଥିବା ଟି-୨୦ ରେ ତାଙ୍କର ଖେଳିବା ଆଶା କି ବହୁତ ବଡ଼ ଝଟକା ଲାଗିଛି।ଯଦି ସେ ଏହି ବିଶ୍ବବ୍ୟାପୀ ଟୁର୍ଣ୍ଣାମେଣ୍ଟ ପାଇଁ ବଛା ନ ଗଲେ ତାଙ୍କର ଟି-୨୦ କ୍ୟାରିୟର ଶେଷ ହୋଇଯିବ। ଶ୍ରୀଲଙ୍କା ମ୍ୟାଚ ମଧ୍ୟରେ ସେ ଟି-୨୦ ରେ କ୍ୟାପଟେନ ହୋଇଯାଇଥିଲେ। ଯାହାକି ସେ ଏମିତି ଏକ କ୍ୟାପଟେନ ହୋଇଥିଲେ ଯିଏ କି ଗୋଲ୍ଡେନ ଡକର ଶିକାର ହୋଇଥିଲେ।

Google

ପ୍ରଥମ ଟି – ୨୦ ମ୍ୟାଚରେ ସେ ୩୬ଟି ବଲରେ ୪୬ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ସେ ୪୨ ବଲ ରେ ୪୦ ରନ କରିଥିଲେ। ତୃତୀୟ ମ୍ୟାଚରେ ସେ ଖାତା ଖୋଲି ନଥିଲେ ଓ ପ୍ରଥମ ଗେମରେ ଆଉଟ ହୋଇ ଯାଇଥିଲେ। ସେପଟେ ଲୋକେଶ ରାହୁଲ ସବୁ ଖେଳରେ ରନର ବର୍ଷା କରି ଯାଉଛନ୍ତି। ଗୋଟେ ପଟେ ରାହୁଲ ୪୯ଟି ମ୍ୟାଚରେ ୧୫୫୭ ରନ କରିଥିବା ବେଳେ ଧୱନ ୬୭ଟି ମ୍ୟାଚରେ ୧୭୫୯ ରନ ବନାଇଥିଲେ। ଏବେ ଏହା ଦେଖିବାକୁ ମଜା ଲାଗିବ କି ସିଲେକ୍ଟର ଟିମ ଟି – ୨୦ ମ୍ୟାଚ ପାଇଁ କାହାକୁ ବାଛିବେ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *