ଜଷ୍ଟିନ ଲେଙ୍ଗର ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ବଡ଼ ଝଗଡା! ରିପୋର୍ଟରେ ହେଲା ଏହି ଦାବି..

କ୍ରିକେଟ ଅଷ୍ଟ୍ରେଲିଆ ଏହି ସମୟରେ ଦୁଇଟି ଅସୁବିଧା ଦେଇ ଗତିକରୁଛି। ପ୍ରଥମ ହେଉଛି ଲଗାତର ଟିମର ପ୍ରଦର୍ଶନ ଖରାପ ହେଉଛି ଓ ଦ୍ୱିତୀୟରେ ଟିମ ଓ କୋଚଙ୍କ ମଧ୍ୟରେ ବିବାଦ ଲାଗିଛି। ଏହି ମାମଲା ଏବେ ରୋମାଞ୍ଚକ ରୂପ ନେଇଛି। ଜଷ୍ଟିନ ଲେଙ୍ଗରଙ୍କ ଉପରେ ତିଆରି ହେଉଥିବା ଡ଼କ୍ୟୁମେଟ୍ରି ପାଇଁ ଖେଳାଳିଙ୍କୁ ଅଧିକ ଟଙ୍କା ମିଳୁଛି। ଏଥିପାଇଁ ଖେଳାଳି ଓ କୋଚଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ।

Google

ସିଡନି ମୋର୍ଣ୍ଣିଙ୍ଗ ହେରାଲ୍ଡର ଖବର ଅନୁସାରେ ଅମେଜନ ପ୍ରାଇମ ଅନୁସାରେ ବାୟୋଗ୍ରାଫି ପାଇଁ ଜଷ୍ଟିନ ଲେଙ୍ଗରଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯାଇଛି। ସେ ଖେଳାଳିଙ୍କୁ ନିଜ ସ୍ତର ଅନୁସାରେ କଥା ଅମେଜନ ସହ କଥା ହେବାକୁ କହିଛନ୍ତି। ଅମେଜନ ତରଫରୁ ଖେଳାଳିଙ୍କୁ ଦୁଇଗୁଣ ୬୦ ଲକ୍ଷ ଟଙ୍କା ମିଳିଲା ,ଖେଳାଳି ସ୍କ୍ରିନରେ ମାତ୍ର ଅଳ୍ପ ସମୟହିଁ ଦେଖାଯାଇଥିଲେ।

ବାୟୋଗ୍ରାଫିରେ ୨୦୧୮ରେ ପାକିସ୍ତାନ ବିରୁଦ୍ଧରେ ଟେଷ୍ଟ ସିରିଜ ସମୟରେ ଜଷ୍ଟିନ ଲେଙ୍ଗର ଓ ଉସମାନ ଖୁଆଜାଙ୍କ ମଧ୍ୟରେ ତର୍କତାକୁ ଦେଖାଯାଇଛି। ଏହି ବାୟୋଗ୍ରାଫିର ମୋଟ ୮ ଟି ସିରିଜ ଅଛି। ଏହା କୋଚ ଓ ଖେଳାଳିଙ୍କ ମଧ୍ୟରେ ଝଗଡାର ପ୍ରଥମ ମାମଲା ଥିଲା। କିନ୍ତୁ ଏହି ବର୍ଷ ଆରମ୍ଭରେ ଖବର ଆସିଛିକି ସିନିୟର ଖେଳାଳି ଲେଙ୍ଗରଙ୍କ ଆକ୍ରାମକ ବ୍ୟବହାର ଦ୍ଵାରା ନିରାଶ ଅଛନ୍ତି।

Google

ଏହି ଖୁଲାସା ପରେ କ୍ରିକେଟ ଅଷ୍ଟ୍ରେଲିଆକୁ ଟିମର ସିନିୟର ଖେଳାଳିଙ୍କ ସହିତ ଆପତ୍ତକାଳୀନ ବୈଠକ କରିବା ପାଇଁ ବାଧ୍ୟ ହେବାକୁ ପଡିଲା ଯାହା ଦ୍ୱାରା ଯେପରି ବିବାଦକୁ ଶେଷ କରିହେବ। ବୈଠକରେ କୋଚଙ୍କ ସହ ଟେଷ୍ଟ ଅଧିନାୟକ ଟିମ ପେନ, ଟି-୨୦ ଓ ଦିନିକିଆର ଅଧିନାୟକ ଆରୋନ ଫିଞ୍ଚ, ପ୍ରେସର ପ୍ୟାଟ କମିନ୍ସ ପ୍ରେଜେଣ୍ଟ ଥିଲେ।

କ୍ରିକେଟ ଅଷ୍ଟ୍ରେଲିଆ ଏହି ବର୍ଷ ଟି-୨୦ସିରିଜରେ ୱେଷ୍ଟଇଣ୍ଡିଜ ଓ ବଙ୍ଗଳାଦେଶଠୁ ହାରିଛି। କେବଳ ଏତିକି ନୁହେଁ ଟିମକୁ ନିଜ ଘରୋଇ ସିରିଜରେ ଭାରତ ହାତରୁ ଟେଷ୍ଟ ସିରିଜରେ ୧-୨ରେ ପରାଜୟ ମିଳିଥିଲା। ଟି-୨୦ ବିଶ୍ୱକପର ମ୍ୟାଚ ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଘୋଷଣା ହୋଇଅଛି। ସେଥିପାଇଁ ଏତେବଡ଼ ବିଶ୍ୱକପ ପୂର୍ବରୁ ସିଏ ବିବାଦକୁ ସମାଧାନ କରିବାକୁ ଚାହିଁଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *