କ୍ରିକେଟ ଖେଳ ଭାରତୀୟଙ୍କର ପ୍ରାୟ ସବୁଠୁ ପସନ୍ଦର ଅଟେ ପ୍ରମାଣିତ ହୋଇଗଲା। ଏହି ବର୍ଷ ଗୁଗୁଲ ସର୍ଚ୍ଚ ଲିଷ୍ଟରେ ଟି-୨୦ ବିଶ୍ୱକପ ଓ ଆଇପିଏଲ କରୋନା ଭାଇରସର କୌଣସି ସର୍ଚ୍ଚ ଉପରେ ଭାରି ପଡିଯାଇଛି। ଗୁଗୁଲ ଇଣ୍ଡିଆର “ଇୟର ଇନ ସର୍ଚ୍ଚ ୨୦୨୦” ଲିଷ୍ଟ ଅନୁସାରେ ଆଇପିଏଲ ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ ହୋଇଛି। ଏହାପରେ କୋଭିନ, ଆଇସିସି ଟି-୨୦ବିଶ୍ୱ କପ, ୟୁରୋ କପ, ଟୋକିଓ ଅଲମ୍ପିକ ଓ କରୋନା ଟୀକା ଅଛି।

ଆଇପିଏଲ ପୂର୍ଵ ବର୍ଷ ମଧ୍ୟ ଗୁଗୁଲ ଇଣ୍ଡିଆ ସର୍ଚ୍ଚ ଲିଷ୍ଟରେ ଟପରେ ରହିଥିଲା। ସୂଚୀର ଅନୁସାରେ ଭାରତୀୟଙ୍କ ଦ୍ଵାରା ସବୁଠୁ ଅଧିକ ଗୁଗୁଲରେ ସର୍ଚ୍ଚ କରାଯାଇଥିବା ଲିଷ୍ଟରେ ଟୋକିଓ ଅଲମ୍ପିଲ, ବ୍ଲାକ ଫଙ୍ଗସ, ଆଫଗାନିସ୍ତାନ, ପଶ୍ଚିମବଙ୍ଗ ନିର୍ବାଚନ, ବାତ୍ୟା ଓ ଲକଡାଉନ ରହିଛି। ଖେଳରେ ସବୁଠୁ ଅଧିକ ସର୍ଚ୍ଚ ଲିଷ୍ଟରେ ୟୁରୋ କପ, କୋପା ଆମେରିକା, ବିମବଲଡ଼ନ, ପାରା ଅଲମ୍ପିକ, ଫ୍ରେଞ୍ଚ ଓପନ ସାମିଲ ଅଛି। ଟୋକିଓ ଅଲମ୍ପିକରେ ସ୍ଵର୍ଣ ପଦକ ଜିତି ଇତିହାସ ରଚିଥିବା ନିରଜ ଚୋପ୍ରା ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ଭାରତୀୟ ବ୍ୟକ୍ତି ଅଟନ୍ତି।
ଏହା ପରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାମ ଆସିଥାଏ ଯିଏକି ଅକ୍ଟୋବର ମାସରେ ଡ୍ରଗ୍ସ ମାମଲାରେ ଚର୍ଚ୍ଚାରେ ଥିଲେ। ବିକି କୌସଲ, ରାଜ କୁନ୍ଦ୍ରା, ସାହନାଜ ଗିଲଙ୍କ ସହ ଟୋକିଓ ଅଲମ୍ପିକ ବିଜେତା ପିଭି ସିନ୍ଧୁ ଓ ବଜରଙ୍ଗ ପୁନିଆ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।